ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମାନ୍ତରୀକରଣ ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା

ଧର୍ମାନ୍ତରୀକରଣ ବିରୁଦ୍ଧରେ ବିଶାଳ ଶୋଭାଯାତ୍ରା 

ନବରଙ୍ଗପୁର : (୧୪|୧୦)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ରେ ବସ ବାସ କରିଆସୁଥିବା ବନବାସୀ ସମାଜର ତଫସିଲଭୁକ୍ତ ଜାତି ଜନଜାତି , ପଛୁଆ ବର୍ଗମାନଙ୍କୁ ପ୍ରଲୋଭନ ଓ ଚଞ୍ଚକତା ଦେଖାଇ ବ୍ୟାପକ ଭାବରେ ଧର୍ମାନ୍ତରିତ କରାଯାଉଛି ତଥା ପରବର୍ତ୍ତୀ ସମୟରେ ସେମାନଙ୍କୁ ଅବୈଧ କାମରେ ବିନିଯୋଗ କରାଯାଉଥିବାର ଅଭିଯୋଗ ଆଣିଛନ୍ତି ବନବାସୀ ଗଣ୍ଡ,କନ୍ଧ,କୁଇ,ଗରଡା,ହରିଜନ,ବୈଶ୍ୟ ଆଦି ବିଭିନ୍ନ ଜାତି ମୁଖିଆମାନେ। ମିଶନାରୀ ବିରୁଦ୍ଧରେ ବିଷ ଉଦ୍ଗାର ସହିତ ସୁପ୍ରିମକୋର୍ଟର ବିଚାରପତିମାନେ ବିଦେଶୀ ଏଜେଣ୍ଟ ଭାବେ କାମ କରୁଥିବାର ଘୋର ଅଭିଯୋଗ ଆଣିଛନ୍ତି ସଂପୃକ୍ତ ପ୍ରମୁଖ ବ୍ୟକ୍ତିମାନେ । ତା ୧୩|୧୦ ରିଖ ଅପରାହ୍ନରେ ବିଭିନ୍ନ ବନବାସୀ ବର୍ଗର ବହୁ ସଂଖ୍ୟକ ବ୍ୟକ୍ତି ଭଣ୍ଡାରଘରଣୀ ମନ୍ଦିର ନିକଟରେ ଏକତ୍ରିତ ହୋଇଥିଲେ ଏବଂ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଙ୍କୁ ଦାବିପତ୍ର ଦେଇଥିଲେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ପାଖକୁ ଛଅ ଦଫା ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ ଯେଉଁଥିରେ ଅବୈଧ ଧର୍ମାନ୍ତରୀକରଣକୁ ନିଷେଧ ହୋଇଥିବା ଧାରା ୨୫ /୩.୬କୁ କୋହଳ ଓ propagateକୁ ଉଛେଦ ସକାଶେ ସୁପ୍ରିମକୋର୍ଟଙ୍କ ଆଦେଶକୁ ନିନ୍ଦା କରାଯାଇଥିଲା। ଏହି ଆଦେଶ ଉଠାଇବାକୁ ଦାବୀ ହୋଇଥିଲା ।ଦେଶକୁ ଲୋକପ୍ରତିନିଧିମାନେ ଶାସନ କରିବେ ନା କଲେଜିୟମ ପଦ୍ଧତିରେ ବଂଶାନୁକ୍ରମେ ନିଯୁକ୍ତି ପାଇ ବିଦେଶୀ ଢାଞ୍ଚାରେ ଗଢା ବିଚାରପତିମାନେ ଆଙ୍ଗୁଳି ଦେଖାଇ ଶାସନ କରିବେ ବୋଲି ପ୍ରଶ୍ନ ଉଠିଥିଲା। କଲେଜିୟମ ଧାରାକୁ ଉଠାଇ ସ୍ଵଚ୍ଛ ବିଚାରପତି ନିଯୁକ୍ତି ସକାଶେ ଗଣ୍ଡ ସମାଜର ପ୍ରମୁଖ ପୁନୀତରାମ ଗଣ୍ଡ ଦୃଢ଼ ଦାବୀ କରିଥିଲେ।ଧର୍ମ ପରିବର୍ତ୍ତନ କରିଥିବା ଆଦିବାସୀମାନେ ନିଜର ପରମ୍ପରା ଓ ସମାଜ ଜୀବନ ହରାଇ ବସୁଛନ୍ତି । ଏଣୁ ସରକାର ସେମାନଙ୍କ ଆରକ୍ଷଣ ସୁବିଧା ରଦ୍ଦ କରନ୍ତୁ ବୋଲି ଗଣ୍ଡ ନେତା ମଣିରାମ ଗଣ୍ଡ ଦାବୀକରିଥିଲେ। ବନବାସୀ ସାନ୍ତା ସମାଜର ପ୍ରମୁଖ ବଳୀ ସାନ୍ତା କହିଥିଲେ ଯେ ମିଶନାରୀ ଛଳ ବଳ ପ୍ରୟୋଗ ପୂର୍ବକ ସେମାନଙ୍କୁ ଧର୍ମାନ୍ତରିତ କରିଥିଲା ଏବଂ ସେମାନଙ୍କର ଅଭାବ ରହିବ ନାହିଁ ଏବଂ ସମସ୍ତେ ଭେଦଭାବ ଶୂନ୍ୟ ହୋଇ ରହିବେ ବୋଲି କହିଥିଲେ। କିନ୍ତୁ ବାସ୍ତବରେ ଧର୍ମ ପରିବର୍ତ୍ତନକାରୀଙ୍କ କଥା ଭାଷଣ ସର୍ବସ୍ବ । ଧର୍ମାନ୍ତରିତ ଲୋକ ଯେମିତି ଗରୀବକୁ ସେମିତି ଗରିବ। ମୁଷ୍ଟିମେୟ ଲୋକଙ୍କର ଏଥିରେ ଫାଇଦା କେବଳ। ଏଣୁ ଏମାନେ ବାଧ୍ୟ ହୋଇ ବିଦେଶୀ ମତ ପରିତ୍ୟାଗ କଲେ। ଗରଡା ସମାଜର ମୁଖିଆ ପ୍ରହଲ୍ଲାଦ ଗରଡା କହିଥିଲେ -ମିଶନାରୀ ଝିଅମାନଂକୁ ଥୋପ ପକାଇ ହିନ୍ଦୁ ପୁଅମାନଙ୍କୁ ନେଇ ଧର୍ମଭୁକ୍ତ କରୁଛି ଏବଂ ସଂଖ୍ୟା ବୃଦ୍ଧି ଭଳି ଅପରାଧାତ୍ମକ କାମ କରୁଛି।ଧର୍ମାନ୍ତରୀକରଣ କୁ ବ୍ୟାପକ ଭାବରେ କଠୋର କରାଯାଉ ଏବଂ ଏହି କାମ କରୁଥିବା ବ୍ୟକ୍ତିକୁ ଦଶ ବର୍ଷ ଜେଲଦଣ୍ଡ ମିଳୁ । ବିଚାର ବିଭାଗ, ରାଜନେତା, ସାମାଜିକ ଜୀବନ,ଗୋରୁ ଦଲାଲୀ, ଜମି ହଡ଼ପ, ଅନୁପ୍ରବେଶ,ସଂଚାର ମାଧ୍ୟମ ଆଦିରେ ରହିଥିବା ବିଦେଶୀ ପ୍ରଭାବକୁ ହ୍ରାସ କରିବାକୁ ସରକାରଙ୍କୁ ଜଣାଇ ଦିଆଯାଇଥିଲା।ତିନି ଶହରୁ ଉର୍ଦ୍ଧ୍ବ ବନବାସୀ ଲୋକ ଏଥିରେ ଯୋଗ ଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଓଡିଶା ଜୀବିକା ମିଶନ ଶକ୍ତି ଇ.ସି ସଂଘର ନବରଙ୍ଗପୁର ଜିଲ୍ଲା କମିଟି ଗଠନ 

masiha

ମିକ୍ସଚର ମେସିନ୍ ଓଲଟି ରାଜମିସ୍ତ୍ରୀ ମୃତ

ସ୍ବତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମର ସମାରୋପ ସମାରୋହ  ସକରାତ୍ମକ ଭାବନା ନୂଆ ସମାଜ ଗଠନରେ ସହାୟକ: ଶ୍ରୀ ତନ୍ତୀ 

masiha

Leave a Comment

error: Content is protected !!