ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରତ୍ନଗିରି ନାଟ୍ୟ ସଂଘ ଦ୍ୱାରା ସଚେତନତା ଲୋକ ନାଟକ ପରିବେଷଣ

ରତ୍ନଗିରି ନାଟ୍ୟ ସଂଘ ଦ୍ୱାରା ସଚେତନତା ଲୋକ ନାଟକ ପରିବେଷଣ

ନର୍ଲା : ଦେଶ ବ୍ୟାପୀ ପୋଷଣ ମାସ ପାଳନ କରା ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଭୀମକେଲା,ଉଲିକୁପା ଲାଖଗୁଡ଼ା ଠାରେ ନର୍ଲା ଆଇ ସିଡିଏସ୍‌ ସୌଜନ୍ୟ ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ କରି ଜନ ସଚେତନତା ସୃଷ୍ଟି କରା ଯାଇଥିଲା,ରତ୍ନଗିରି ନାଟ୍ୟ ସଂଘ ର କଳାକାର ମାନେ ମେଦ ବହୁଳତା ନିୟନ୍ତ୍ରଣ,ସୁରକ୍ଷିତ ମା’ ଓ ଶିଶୁ ର ଲାଳନ ପାଳନ ରେ ପୁରୁଷ ଙ୍କ ଭୂମିକା,ନବଜାତ ଓ ଶିଶୁ ଙ୍କ ଖାଦ୍ୟାଭ୍ୟାସ ଉପରେ ନିଖୁଣ ଅଭିନୟ କରି ଲୋକ ନାଟକ ପରିବେଷଣ କରି ଥିଲେ, କଳାକାର ମାନଙ୍କ ଜୀବନ୍ତ ଅଭିନୟ ରେ ହିତାଧୀକାରି ମାନେ ହସ କାନ୍ଦ ଅନୁଭବ କରି ମଞ୍ଚ ନାଟକ ପରି ଉପଲବ୍ଧି କରିବାର ମତ ଦେଇ ପ୍ରଶଂସା କରିଥିଲେ,ନାଟ୍ଯ ସଂଘ ର ସଭାପତି ତଥା କବି,ସଂଗଠକ ଅରୁଣ କୁମାର ପ୍ରଧାନୀ ଦାୟିତ୍ତ୍ୱ ନେଇଥିବା ବେଳେ ସୁପର୍‌ ଭାଇଜର୍‌ ଯଶୋବନ୍ତି ନାଏକ,ଗୀତା ସାହୁ ସହଯୋଗ କରିଥିଲେ | 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ପରିବହନ ମନ୍ତ୍ରୀଙ୍କ ଜିଲ୍ଲା ଚିକିଟି ଅଞ୍ଚଳରେ ଦୌଡ଼ୁଛି ବେଆଇନ ଯାତ୍ରୀବାହୀ ଗାଡ଼ି ପ୍ରଶାସନ ନିରବ, ଯାତ୍ରୀଙ୍କ ଜୀବନ କାହା ଭରସାରେ 

Sunil Chandra Nayak

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

masiha

Leave a Comment

error: Content is protected !!