ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷମକଟକ ବ୍ଲକ ପ୍ରଶାସନ ବିରୁଦ୍ଧରେ ଜନସ୍ୱାର୍ଥ ମାମଲା ଖାରଜ କଲେ ଉଚ୍ଚ ନ୍ୟାୟାଳୟ

ବିଷମକଟକ ବ୍ଲକ ପ୍ରଶାସନ ବିରୁଦ୍ଧରେ ଜନସ୍ୱାର୍ଥ ମାମଲା ଖାରଜ କଲେ ଉଚ୍ଚ ନ୍ୟାୟାଳୟ 

ସମୟ ନଷ୍ଟ ଓ ନ୍ୟାୟ ପ୍ରଣାଳୀର ଦୁର୍ବ୍ୟବହାର ପାଇଁ ୨୫ ହଜାର ଜରିମାନା 

ରାୟଗଡ଼ା, ୧୫/୧୧: ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଗତ ୯/୧୦/୨୫ ତାରିଖ ଦିନ ଗଙ୍ଗାଧର କୌଶଲ୍ୟା ନାମକ ଅଭିଯୋଗକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଜନହିତ ମାମଲା କୁ ଖାରଜ କରିଛନ୍ତି। ନ୍ୟାୟ ପ୍ରଣାଳୀର ଦୁର୍ବ୍ୟବହାର ପାଇଁ ଏପରି ଅନେକ ଜନହିତ ମାମଲା ବାସ୍ତବରେ ବ୍ୟକ୍ତିଗତ ସ୍ୱାର୍ଥ ପୂରଣ ପାଇଁ ହେଉଛି ବୋଲି ନ୍ୟାୟାଳୟ ଗୁରୁତ୍ୱ ଦେଇ କହିଛନ୍ତି I 

ମୁଖ୍ୟ ନ୍ୟାୟାଧୀଶ ଓ ନ୍ୟାୟାଧୀଶ ମୁରାହରି ଶ୍ରୀ ରମଣଙ୍କ ବେଞ୍ଚ ସ୍ପଷ୍ଟ କରିଛିନ୍ତି ଯେ, ଜନହିତ ମାମଲା ଦ୍ୱାରା ବ୍ୟକ୍ତିଗତ ଅସନ୍ତୋଷ ଓ ସ୍ୱାର୍ଥ ସାଧନ କରିବା ଉଚିତ ନୁହେଁ। ଶୁଣାଣି ସମୟରେ ରାଜ୍ୟ ପକ୍ଷରୁ ଅଧିବକ୍ତା ଜଣାଇଥିଲେ ଯେ, ଅଭିଯୋଗ ସମ୍ବନ୍ଧରେ କୌଣସି ସଠିକ୍ ପ୍ରମାଣ ଦିଆଯାଇନଥିଲା। ଅଭିଯୋଗକାରୀଙ୍କ ଓକିଲ କେବଳ ଏକ ଡାକ ରସିଦ ଉପସ୍ଥାପନ କରିଥିଲେ, ଯାହାକୁ ନ୍ୟାୟାଳୟ ପ୍ରମାଣ ସ୍ୱରୂପ ଗ୍ରହଣ କରିନଥିଲେ ଓ ଏହି ମାମଲା ଦାଖଲ କରିବା ଯୁକ୍ତିହୀନ ପଦକ୍ଷେପ ବୋଲି ମାନ୍ୟବର ନ୍ୟାୟାଳୟ ମନେ କରିଛନ୍ତି।

ଅଦାଲତଙ୍କ ଅନୁସାରେ, ଏହି ଜନସ୍ୱାର୍ଥ ମାମଲା ରେ କୌଣସି ପ୍ରକାର ଜନହିତକର ଉଦ୍ଦେଶ୍ୟ ନଥିଲା, ବରଂ ଅଭିଯୋଗକାରୀ ଏହି ମାଧ୍ୟମରେ ନ୍ୟାୟ ପ୍ରଣାଳୀକୁ ପ୍ରମାଣ ଆହରଣ ପାଇଁ ବ୍ୟବହାର କରୁଥିବା ର ଏକ ଚେଷ୍ଟା ବୋଲି ଟିପଣୀ କରିଛନ୍ତି I ଏପରି ପ୍ରବୃତ୍ତିକୁ ବାରଣ କରିବା ପାଇଁ ନ୍ୟାୟାଳୟ ମାମଲା ଖାରଜ କରି ଆବେଦନକାରୀଙ୍କ ଉପରେ ଜରିମାନା ସ୍ୱରୂପ ୨୫ ହଜାର ଟଙ୍କା ୨ ସପ୍ତାହ ମଧ୍ୟରେ ଜମା କରିବା ପାଇଁ ନିର୍ଦେଶ ଦେଇଛନ୍ତି I  

ପ୍ରକାଶ ଥାଉକି ଏହି ଜନସ୍ୱାର୍ଥ ମାମଲା ରେ ବିଶେଷତଃ ସରକାର, ରାୟଗଡା ଜିଲ୍ଲାପାଳ, ବିଷମକଟକ ବିଡ଼ିଓ, ଯନ୍ତ୍ରୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା I ମନରେଗା ଯୋଜନା ଅଧୀନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ଓ ଅର୍ଥ ହେରଫେର ର ଅଭିଯୋଗ ନେଇ ଏହା କରାଯାଇଥିବା କୁହାଯାଉଛି। ତେବେ ଅଦାଲତ ମାମଲା ଖାରଜ କରି ଜିଲ୍ଲା ପ୍ରଶାସନଙ୍କ ପକ୍ଷରେ ନ୍ୟାୟ ଦେଇଥିବା ଶ୍ରୀ ଅକ୍ଷୟ ଖେମୁଣ୍ଡୁ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ, ପ୍ରକାଶ କରିଛନ୍ତି।

ବିଶେଷ ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁସାରେ, ଅଭିଯୋଗକାରୀ ପୂର୍ବରୁ ମଧ୍ୟ ଏହି ବ୍ଲକର ଯନ୍ତ୍ରୀ ଓ ବିଡିଓଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାର ରେ ତଦନ୍ତ ଅଧିକାରୀ ମାନେ କୌଣସି ପ୍ରମାଣ ପାଇନଥିବା ହେତୁ ଅଭିଯୋଗ ସବୁକୁ ନିରାଧାର ବୋଲି ରିପୋର୍ଟ ଉପସ୍ଥାପନ କରିଥିବା କୁହାଯାଉଛି। ଯାହା ପରେ ଅଭିଯୋଗକାରି ମାନ୍ୟବର ଅଦାଲତ ଙ୍କ ଦ୍ୱାରସ୍ତ ହୋଇଥିବା ଅନୁମାନ କରାଯାଇଛି I 

ତେବେ ବର୍ତମାନ ର ପରିସ୍ଥିତି ରେ ଏହି ନିର୍ଦେଶ ର ଗୁରୁତ୍ୱ ଢେର ଅଧିକ I ଯେଉଁ ସମୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ବ୍ୟକ୍ତିଗତ ଶତ୍ରୁତା ପାଇଁ ନାନା ପ୍ରକାର ଅସୁବିଧା ର ସାମ୍ନା କରୁଛନ୍ତି। ଏହି ଭଳି ସମୟ ରେ ଏହି ରାୟ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ପାଇଁ ଗର୍ବ ଓ ମର୍ଯ୍ୟାଦା ସହିତ ତାଙ୍କ ଦାୟିତ୍ୱ ନିର୍ବାହ କରିବାକୁ ପ୍ରେରଣା ଦେବ,” ବୋଲି ବିଷମକଟକ ପୂର୍ବତନ ବିଡିଓ ସଦାଶିବ ନାୟକ ପ୍ରକାଶ କରିଛନ୍ତି।

ବିଷମକଟକ ବ୍ଲକ ର ଅନେକ ପୁରୁଣା ବିଭାଗୀୟ ତଥ୍ୟ, ଆଭ୍ୟନ୍ତରୀଣ ସୂଚନା ସବୁ କୁ ରାୟଗଡା ଡିଆରଡିଏ କାର୍ଯ୍ୟାଳୟ ଅଧିନସ୍ଥ ମନରେଗା ଶାଖାରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଜର ବ୍ୟକିଗତ ଉଦ୍ଦେଶ୍ୟ ହାସଲ ପାଇଁ କିଛି ସ୍ୱଘୋଷିତ ସାମାଜିକ କର୍ମୀ ଓ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରୁଛନ୍ତିI ଯାହା ପାଇଁ ଏଭଳି ପରିସ୍ଥିତି ର ସାମ୍ନା କରିବାକୁ ପଡୁଛି ବୋଲି ନିଜ ନାମ ପ୍ରକାଶ ନ କରିବା ଶର୍ତ୍ତରେ ବିଷମକଟକ ବ୍ଲକ ରୁ ବଦଳି ହୋଇଥିବା ଜଣେ ପୂର୍ବତନ ଯନ୍ତ୍ରୀ କ୍ଷୋଭ ର ସହ ପ୍ରକାଶ କରିଛନ୍ତି I 

ତେବେ ନ୍ୟାୟାଳୟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରୁଥିବା ଓ ଆଧାର ବିହୀନ ଅଭିଯୋଗ ସବୁ ପାଇଁ ଅଦାଲତ ମାମଲା କୁ ଖାରଜ କରିଥିବା ବିଷୟ ବିଷମକଟକ ବ୍ଲକ ସମେତ ଜିଲ୍ଲା ବ୍ୟାପି ବିଭାଗୀୟ କର୍ମଚାରୀଙ୍କ ମନରେ ଉତ୍ସାହ ଆଣିଦେଇଥିବା କୁହାଯାଉଛି I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୀଡିତା ନାବାଳିକାଙ୍କୁ ସୁବ୍ୟବସ୍ଥିତ କରିବାକୁ କ. ବି. ପ. ଅଧ୍ୟକ୍ଷା ସୁନୀତି ମୁଣ୍ଡ ଙ୍କ ଦାବୀ

ଧର୍ମଗଡ ମୁସଲିମ ଜମାତ କମିଟି ତଥା ମସଜିଦ ଏ ତାଜୁସୁରୀୟା ର ବୈଠକ ଓ କର୍ମକର୍ତ୍ତା ଚୟନ

masiha

ରାଇରଙ୍ଗପୁରରେ ଜିଲ୍ଲା ଦାବି ନେଇ ଆସନ୍ତା ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡରେ ବାରଘଣ୍ଟିଆ ବନ୍ଦ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!