ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାନକୀ ବଲ୍ଲଭ ମହାବିଦ୍ୟାଳୟରେ “ପରିବେଶ ସୁରକ୍ଷା, ଜୀବନ ରକ୍ଷା” କାର୍ଯ୍ୟକ୍ରମ 

ଜାନକୀ ବଲ୍ଲଭ ମହାବିଦ୍ୟାଳୟରେ “ପରିବେଶ ସୁରକ୍ଷା, ଜୀବନ ରକ୍ଷା” କାର୍ଯ୍ୟକ୍ରମ                    

ମୟୂରଭଂଜ-୧୫/୧୦ —  କୁସୁମୀ ବ୍ଲକ ହାଟବାଦଡା ପଞ୍ଚାୟତ ଜାନକୀବଲ୍ଲଭ ମହାବିଦ୍ୟାଳୟ ପରିସରରେ “ପରିବେଶ ସୁରକ୍ଷା, ଜୀବନ ରକ୍ଷା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଭବଶଙ୍କର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଦ୍ଭାବେ କୃଷକ ମୋର୍ଚା ଜିଲ୍ଲା ସହ ସଂଯୋଜିକା(ମିଳେଟ ମିଶନ) କବିତା ରାଣୀ ଗିରି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଜୟ କୁମାର ମହାନ୍ତ, ଅଧ୍ୟାପକ ପର୍ଶୁରାମ ମହାନ୍ତ, ଅଧ୍ୟାପକ ହେମନ୍ତ କୁମାର ଗିରି,ଅଧ୍ୟାପିକା ରୀନା ରାଣୀ ମହାନ୍ତ ଓ ସୁଶାନ୍ତ କୁମାର ଗିରି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ସମ୍ପର୍କ ରେ ଅବଗତ କରାଇ ଥିଲେ । ଏହି ଅବସରରେ ଆନନ୍ଦ ମାର୍ଗ ସଂଗଠନର ଧର୍ମ ପ୍ରଚାରକ ତଥା ସମାଜସେବୀ ଶରତଚନ୍ଦ୍ର ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ହିଁ ସଭ୍ୟତାର ରକ୍ଷା କବଚ, ତେଣୁ ସଭିଙ୍କୁ ଅତ୍ୟନ୍ତ ଗଛଟିଏ ଲଗାଇବା ଆବଶ୍ୟକ ବୋଲି ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇ ଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପରିବେଶ ସୁରକ୍ଷା,ଜୀବନ ରକ୍ଷା,ଗଛ ବଞ୍ଚିଲେ,ଆମେ ବଞ୍ଚିବା,ଜମି ନ ରଖ ପଡ଼ିଆ,ଲଗାଅ ପଣସ ନଡ଼ିଆ ଆଦି ସ୍ଲୋଗାନ ଦେଇ ପ୍ରକୃତି ଓ ପରିବେଶ ବିଷୟରେ ସଚେତନ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ନା ଏକ ଓ ଉପେନ୍ଦ୍ର କୁମାର ମହାନ୍ତଙ୍କ ମାର୍ଗ ଦର୍ଶନରେ ମହାବିଦ୍ୟାଳୟ ପରିସରରେ ଆମ୍ବଚାରା ଛାତ୍ର ଛାତ୍ରୀ ମାନେ ରୋଗଣ କରି ଥିଲେ । କାର୍ଯ୍ୟକ୍ରମକୁ ସ୍ଵର୍ଣ୍ଣଲକ୍ଷ୍ମୀ ପାତ୍ର, ଅନୁରାଧା ଗିରି, ଭାଗମାତ ସୋରେନ,ଶାନ୍ତିଲତା ମହାକୁଡ, ମାମା ସାହୁ, ଦିବ୍ୟଜ୍ୟୋତି ବେହେରା ଓ ରଘୁନାଥ ମୁର୍ମୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

Sunil Chandra Nayak

ରାଇରଙ୍ଗପୁର ଗୋଲେଇ ଛକରେ ବ୍ୟାଙ୍କ ଅଫ୍ ବରୋଦା ଶାଖା ଶୁଭ ଉଦଘାଟିତ

Sunil Chandra Nayak

ପ୍ରାଣୀ ସମ୍ପଦ ଲକ୍ଷ ଲକ୍ଷ ସବସିଡି ଅର୍ଥ ହଡପ ନେଇ ତଦନ୍ତ

masiha

Leave a Comment

error: Content is protected !!