ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଥାନା ଏସ ଆଇ ଜ୍ଞାନରଞ୍ଜନ ସେଠିଙ୍କ ପଦୋନ୍ନତି

ଆସିକା ଥାନା ଏସ ଆଇ ଜ୍ଞାନରଞ୍ଜନ ସେଠିଙ୍କ ପଦୋନ୍ନତି

ଆସିକା,୧୪/୧୦/୨୫ ଗଞ୍ଜାମ ଜିଲ୍ଲା ଆସିକା ଥାନାର ଦକ୍ଷ ଯୁବ ଏସ ଆଇ ଜ୍ଞାନରଞ୍ଜନ ସେଠିଙ୍କ ପଦୋନ୍ନତି ହୋଇଛନ୍ତି । ଏଥି ପାଇଁ ତାଙ୍କୁ ଅନେକ ମହଲ ରେ ଶୁଭେଚ୍ଛାର ସୁଅ ଛୁଟୁଛି । ଆସିକା ଏସ୍ଟିପିଓ ଓ ଦୁଇ ଥାନା ଅଧିକାରୀଙ୍କ ସହ ତାଙ୍କ ଅନେକ ସାଙ୍ଗ ସାଥ୍‌, ବୁଦ୍ଧିଜୀବୀ, ସାମ୍ବାଦିକ ମାନେ ଶୁଭେଚ୍ଛା ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଥାନାରେ କାର୍ଯ୍ୟରତl ଜ୍ଞାନରଞ୍ଜନ ସେଠି ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଛନ୍ତି ଓ ସେ ସବୁବେଳେ ସଚେ।ଟ ଭାବେ ନିଜର ଦାୟିତ୍ଵ ତୁଲେଇ ଆସିଛନ୍ତି ଓ ସେ ପ୍ରଥମେ ବ୍ରହ୍ମପୁର ପୋଲିସ ଜିଲ୍ଲା ର କେ. ନୂଆଗାଁ ଥାନା ନିଜର ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ପରେ ବ୍ରହ୍ମପୁର ଟାଉନ ଥାନାରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ଗଞ୍ଜାମ ପୋଲିସ ଜିଲ୍ଲା ର ଆସିକା ଥାନାରେ କାର୍ଯ୍ୟରତ ଥିଲେ । ତେବେ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଇନ୍ସପେକ୍ଟର ପଦୋନ୍ନତି ତାଲିକାରେ ସେ ସ୍ଥାନ ପାଇଛନ୍ତି। ଏନେଇ ଆସିକା ଥାନା ପରିସରରେ ମଧ୍ୟ ଏକ ସମ୍ବଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଆସିକା ଏସଡିପିଓ ସନ୍ତୋଷ କୁମାର ଜେନା, ଥାନା ଅଧୂକାରୀ କୁଳମଣି ସେଠିଙ୍କ ସମେତ ଏସଆଇ ହିମାଂଶୁ ଶେଖର ପାତ୍ର, ଅନିଲିସା ଜେନା, ଏସଆଇ ଶରତ ମହାପାତ୍ର, ଜନ ଶବର, ଦେବାଶିଷ ସ୍ୱାଇଁ, ବସନ୍ତ ବେହେରା, ଅଶୋକ ପଟ୍ଟନାୟକ ଏବଂ ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁବେଛ ଜାଣିଥିବା ଦେଖୁବାକୁ ମିଳିଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

Sunil Chandra Nayak

ବାମନଘାଟୀରେ ଲୌହଶିଳ୍ପ ପ୍ରତିଷ୍ଠା ନେଇ ବାମନଘାଟୀ ଲୌହ ଶିଳ୍ପ ସ୍ଥାପନ କ୍ରିୟାନୁଷ୍ଠାନ କମିଟିର ବୈଠକ

Sunil Chandra Nayak

ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…/’ମକର ସଂକ୍ରାନ୍ତି: ଏକ ସାଂସ୍କୃତିକ ଉତ୍ତରାୟଣ’ ଆଲୋଚନା ଚକ୍ର ଅନୁଷ୍ଠିତ

masiha

Leave a Comment

error: Content is protected !!