ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଗରିକା ପ୍ରିୟଦର୍ଶିନୀ ଙ୍କ ପୁସ୍ତକ ଉନ୍ମୋଚିତ 

ସାଗରିକା ପ୍ରିୟଦର୍ଶିନୀ ଙ୍କ ପୁସ୍ତକ ଉନ୍ମୋଚିତ 

ରାଉରକେଲା: ସ୍ବସ୍ତି ସାହିତ୍ୟ ସଂସଦ ଆନୁକୂଲ୍ୟରେ ସୁଶ୍ରୀ ସାଗରିକା ପ୍ରିୟଦର୍ଶିନୀଙ୍କ ରଚିତ ୩ ଖଣ୍ଡ ଇଂରାଜୀ ପୁସ୍ତକ ରାଉରକେଲା କ୍ଲବ ଠାରେ ଉନ୍ମୋଚିତ ହୋଇଯାଇଛି। ସଂସଦର ସଭାପତି ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତା, ସମ୍ପାଦକ ରାଜୀବ ପାଣିଙ୍କ ଆବାହକତ୍ୱ ଓ ଡା ସୁଶାନ୍ତ ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁସ୍ତକ ଗୁଡିକର ସମୀକ୍ଷକ ଭାବେ ଗାନ୍ଧୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଶ୍ୟାମ ପ୍ରସାଦ ସ୍ବାଇଁ, ରାଜଗାଙ୍ଗପୁର ଡାଲମିଆ କଲେଜର ପ୍ରାକ୍ତନ ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ପାରେଶ୍ବର ବିଶ୍ବାଳ ଓ ଛେଣ୍ଡ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧକ୍ଷା ଶର୍ମିଷ୍ଠା କବିଶତପଥୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସୁଶ୍ରୀ ସାଗରିକା ଙ୍କ କ୍ଷୁଦ୍ରଗଳ୍ପ ପୁସ୍ତକ ସାଫାୟାର, ଉପନ୍ୟାସ ଦି ଆଡ଼ଭେଞ୍ଚରସ୍ ଅଫ୍ ଆନୀ ଓ କବିତା ସଂକଳନ ମିରର୍ଡ ହାର୍ଟ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଗରିକା ଙ୍କ ବାପା ଡାକ୍ତର ଯୁଦ୍ଧିଷ୍ଠିର ବେହେରା ଓ ମା ସୁପ୍ରଭା ବେହେରା ଉପସ୍ଥିତ ଥିଲେ। ସମୀକ୍ଷକ ପ୍ରଫେସର ସ୍ବାଇଁ ଉପନ୍ୟାସ, ପ୍ରଫେସର ବିଶ୍ବାଳ କବିତା ସଙ୍କଳନ ଓ ଅଧ୍ୟକ୍ଷା କବି ଶତପଥୀ କ୍ଷୁଦ୍ରଗଳ୍ପ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ସମୀକ୍ଷକ ସୁଶ୍ରୀ ସାଗରିକାଙ୍କ ହୃଦୟର କଥା, ସୁନ୍ଦର ଶବ୍ଦ ସଂଯୋଜନା, ଭାଷା ପ୍ରତି ପ୍ରତିବଦ୍ଧତା, ଭଲପାଇବା,ମନର ବ୍ୟଥା ଓ ସାମାଜିକ ଦାୟିତ୍ୱବୋଧ କୁ ସୁନ୍ଦର ଭବେ ସଂଯୋଜିତ କରି ପୁସ୍ତକ ଗୁଡ଼ିକୁ ପ୍ରକାଶ କରିଥିବାରୁ ତାଙ୍କୁ ଆଶିର୍ବାଦ ସହ ଏହା ପାଠକୀୟ ଆଦୃତି ଲାଭ କରିବ ବୋଲି ମତ ରଖିଥିଲେ। ସେହିପରି ଚିନ୍ମୟ ବିଦ୍ୟାଳୟରେ ଛାତ୍ରୀ ପଲକିତା ରାଉତ, ଶ୍ରେୟା ଦାସ,ବିଦ୍ୟା ପଟେଲ ଓ ଜନ୍ନତ ପଲାଇ ପାତ୍ର ପ୍ରମୁଖ ସାଗରିକା ଙ୍କ ରଚିତ କବିତା ପାଠ କରିଥିଲେ। ରାଉରକେଲା କଲେଜର ଇଂରାଜୀ ପ୍ରଧ୍ୟାପକ ରଶ୍ମିରଞ୍ଜନ ରାଉତ ଓ ଡାକ୍ତର କୃପାସିନ୍ଧୁ ନାୟକ ସାଗରିକାଙ୍କୁ ଆଶ୍ରିବଚନ ପ୍ରଦାନ କରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ପାଣି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପୁସ୍ତକ ସମ୍ପର୍କରେ ତଥା ସଭାପତି ଶ୍ରୀ ପଟ୍ଟନାୟକ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ସଂସଦର ବରିଷ୍ଠ କର୍ମକର୍ତ୍ତା ଇଂ ଅଜିତ୍ ମୋହନ ପୁଜାରୀ ଧନ୍ୟବାଦ ସହ ସଂଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିରୁପମା ପତି,ଡା ପ୍ରଫୁଲ୍ଲ ମହାପାତ୍ର,ଡ ରବିନ୍ଦ୍ର କୁମାର ଜେନା,ଡ ମୀନତି ପଣ୍ଡା,ଡ଼ା ଗୀତାଞ୍ଜଳି ପତ୍ରୀ, ଅଶୋକ କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରଶ୍ମିବାଳା ରାଉତରାୟ, ନୃସିଂହ ଚରଣ ବିଶ୍ବାଳ, ଡ ଶକ୍ତି ପ୍ରସାଦ ସାମନ୍ତରାୟ, ନବଘନ ସାହୁ,ବ୍ରଜେନ୍ଦ୍ର ଦାଶ, କାଶୀନାଥ ନନ୍ଦୀ, ବିଜୟ ରାୟ , କିଶୋରୀ ମୋହନ କର,ଅଜୟ ମହାନ୍ତି, ବିଜୟ ପାତ୍ର, ରଶ୍ମି ସାହୁ, ସ୍ମିତା ମିଶ୍ର ଙ୍କ ସମେତ ସହରର ବହୁ ଶିକ୍ଷାବିତ, ସାହିତ୍ୟିକ,କବି, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି

ଠିକାଦାର ର ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ପଡ଼ିରହିଛି ଅଙ୍ଗନବାଡି କେନ୍ଦ୍ର   

masiha

ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

Leave a Comment

error: Content is protected !!