ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସ୍ତରୀୟ ସୁରଭି ଅନୁଷ୍ଠିତ 

ରାୟଗଡ଼ ତା ୧୭-୧୦-୨୦୨୫ –       ରାୟଗଡ ପୌରାଞ୍ଚଳର ଗାନ୍ଧିନଗର କ୍ଲଷ୍ଟର ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ସ୍ଥାନୀୟ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ପୌରାଞ୍ଚଳର ଉଣେଇଷି ଗୋଟି ବିଦ୍ୟାଳୟ ଭାଗନେଇଥିଲେ ।

      ଉଦଘାଟନୀ ଉତ୍ସବରେ ସ୍ଥାନୀୟ କାଉନସିଲର ଶ୍ରୀମତୀ   ଶରମିତା ପାଢୀ ମୁଖ୍ଯ ଅତିଥି ତଥା ଗାନ୍ଧିନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ବାତ୍ରିୟା, ସିଆରସିସି ସଦାନନ୍ଦ ନାୟକ ଓ ସଂଗ୍ରାମ ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା, ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚାସୀନ ଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ ଯୋଗଦେଇଥିଲେ । ପିଲାଙ୍କ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ଅନ୍ୟ ଶିଶୁ ଏହାଦ୍ୱାରା ପ୍ରେରିତ ହେବେ ବୋଲି ସେ କହିଥିଲେ । ଏଥିରେ କୃତି ଶିଶୁ ବ୍ଲକ ସ୍ତରୀୟ ସୁରଭିରେ ଅଂଶଗ୍ରହଣ କରିବେ ବୋଲି ସି ଆରସିସି ସଦାନନ୍ଦ ନାୟକ କହିଛନ୍ତି । କାର୍ଯ୍ୟକ୍ରମକୁ କବୟତ୍ରୀ ସସ୍ମିତା ମିଶ୍ର ସଞ୍ଜୋଜନା କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ; ଜଣେ ମୃତ ଜଣେ ଗୁରୁତର; ପୋଲିସ ତଦନ୍ତ କରୁଛି 

masiha

ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ

masiha

ଗୋଲାମୁଣ୍ଡା ବ୍ଲକ ରେ ତେଜିଲା ଧର୍ମଗଡ ଜିଲ୍ଲା ଦାବୀ ,  ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି ନେଇ ଗୋଲାମୁଣ୍ଡା ଠାରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ର ବୈଠକ

masiha

Leave a Comment

error: Content is protected !!