ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୀଙ୍ଗିପୁର ରେ ସୁରଭି କାର୍ଯ୍ୟକ୍ରମ

ସୀଙ୍ଗିପୁର ରେ ସୁରଭି କାର୍ଯ୍ୟକ୍ରମ

ଆସିକା ୧୭/୧୦/୨୫ — ଧରାକୋଟ ବ୍ଲକର ସିଙ୍ଗିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯାହାଡ଼ା କ୍ଳଷ୍ଟର ର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହାଡୁବନ୍ଧୁ ବେହେରା ଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଡି ଓ ସଂଗ୍ରାମ କେଶରୀ ଜେନା, ମୁଖ୍ୟ ବକ୍ତା ଭାବରେ ବି ଇ ଓ ଅଭିମନ୍ୟୁ ସାହୁ, ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ,ସହକାରୀ ଯନ୍ତ୍ରୀ ଦିପ୍ତିରେଖା ନାଥ,ସହକାରୀ ଯନ୍ତ୍ରୀ ବିକ୍ରମ ସୋରେନ,ଏ ବି ଇ ଓ ବିଭୁତି ଭୁଷଣ ପାତ୍ର, ସମିତି ସଭ୍ୟା ମମତା ଦାସ, ପି ଇ ଓ କାଳୁ ଚରଣ ସ୍ୱାଇଁ,ପୂର୍ବତନ ସରପଂଚ ପ୍ରଫୁଲ୍ଲ ଦାସ, ଏସ ଏମ ସି ସଭାପତି ବୁଲୁ ଦାସ, ସି ଆର ସି ସି ବ୍ରଜବନ୍ଧୁ ନାୟକ , ଜେ ଏସ ପୂର୍ଣ୍ଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ରେ ଯାହାଡ଼ା କ୍ଳଷ୍ଟର ଅଧିନସ୍ଥ ସାତ ଗୋଟି ବିଦ୍ୟାଳୟ ର 750 ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ 120 ଜଣଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

ଆସିକା ରୁ ଶବି ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଛୁଆ ହାତୀ କୁ ଉଦ୍ଧାର କଲା ବନ ବିଭାଗ

masiha

ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୬ ଆହତ, ୧ ଗୁରୁତର

Sunil Chandra Nayak

ରାଇରଙ୍ଗପୁର ବ୍ଳକ ; ପୋଖରିଢିପା ଗ୍ରାମ୍ୟ ରାସ୍ତା ଅବରୋଧକୁ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ; ଲକ୍ଷ୍ମୀ ବସ ହେବାରୁ ଗ୍ରାମବାସୀ ବଞ୍ଚିତ

masiha

Leave a Comment

error: Content is protected !!