ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୦ ଦଫା ଦାବିରେ ଡାକ କର୍ମଚାରୀ ଙ୍କ ବିକ୍ଷୋଭ 

୧୦ ଦଫା ଦାବିରେ ଡାକ କର୍ମଚାରୀ ଙ୍କ ବିକ୍ଷୋଭ 

ରାଉରକେଲା ତା ୧୬/୧୦/୨୦୨୫ —  ରାଉରକେଲା ଡାକ ମଣ୍ଡଳର ପୋଷ୍ଟ ମ୍ୟାନ ଓ ଏମ୍ ଟି ଏସ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଓ ୧୦ ଦଫା ଦାବିରେ ଆଜି ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପୋଇଜ ୟୁନିୟନ ପୋଷ୍ଟ ମ୍ୟାନ ଏଣ୍ଡ ଏମ୍ ଟି ଏସ ପକ୍ଷରୁ ରାଉରକେଲା ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗତ ୨୯ ସେପ୍ଟେମ୍ବର ରେ ୟୁନିୟନ ପକ୍ଷରୁ ଡାକ ଅଧିକ୍ଷକ ଙ୍କୁ ଦାବିପତ୍ର ଦିଆଯାଇଥିଲା ବେଳେ ଏହାକୁ କର୍ଣ୍ଣପାତ କରୁ ନ ଥିବାରୁ ଓ ଦାବିକୁ ଅଣଦେଖା କରିବା ବିରୋଧରେ ଡାକ ଅଧିକ୍ଷକ ଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

     ୧୦ ଦଫା ଦାବି ମଧ୍ୟରେ ଖାଲି ପଡ଼ିଥିବା ପୋଷ୍ଟ ମ୍ୟାନ ଓ ଏମ୍ ଟି ଏସ ପଦବୀ ପୂରଣ,ପୋଷ୍ଟ ମ୍ୟାନ ମାନଙ୍କ ବଦଳି ବ୍ୟବସ୍ଥା ନ ଥିବା ବେଳେ ବେଆଇନ ବଦଳି କରିବା,ଆଇ ଡି ସି ରେ ଅଧିକ କମ୍ପ୍ୟୁଟର ବ୍ୟବସ୍ଥା କରିବା ଓ ଆନୁଷଙ୍ଗିକ ବ୍ୟବସ୍ଥା ସହ ମହିଳା କର୍ମଚାରୀଙ୍କ ପାଇଁ ପରିଶ୍ରାଗାର ବ୍ୟବସ୍ଥା କରିବା,୨୨ ଜଣ ପୋଷ୍ଟ ମ୍ୟାନ ଙ୍କୁ ଆଧାର ନାମରେ ବସାଇବା ଫଳରେ ଚିଠି ବିଚରଣ ରେ ଘୋର ସମସ୍ୟା ର ସମାଧାନ କରିବା, ଅତିରିକ୍ତ ପୋଷ୍ଟ ମ୍ୟାନ ମାନଙ୍କୁ ନିଯୁକ୍ତି କରିବା, କାର୍ଯ ସ୍ଥଳୀରେ କର୍ମଚାରୀ ମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ବନ୍ଦ କରିବା, ସରକାରୀ ନିୟମ ମୁତାବକ ମାସିକ ସାକ୍ଷାତକାର କରିବା, ମୁଖ୍ୟ ଡାକଘର ଓ ରାଉରକେଲା -୨ ରେ ଏମ୍ ଡି ଜି ର ରିକ୍ରେସନ କ୍ଳବ୍ କୁ ଖାଲି କରିବା ପ୍ରଭୃତି ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ନ ହେଲେ ଆଗାମୀ ୨୦ ତାରିଖ ରେ ମୁଖ୍ୟ ଡାକଘର ସମ୍ମୁଖରେ ୟୁନିୟନ ପକ୍ଷରୁ ଗଣଧାରଣା ଓ ଆଗାମୀ ୨୩ ଓ ୨୪ ଦୁଇଦିନ ଧରି ଗଣ ଅନଶନ କାର୍ଯ୍ୟକ୍ରମ ସଂଗଠିତ କରାଯିବ। ଯେଉଁ ଦାବି ଉପସ୍ଥାପନ କରାଯାଇଛି ତାହା ଅଧିକ୍ଷକଙ୍କ କ୍ଷମତା ପରିସର ମଧ୍ୟରେ ଥିବାରୁ ଆଉ ଟାଳଟୁଳ ନୀତି ଅବଲମ୍ବନ ନ କରି ତୁରନ୍ତ ଏହାର ସମାଧାନ କରିବା ପାଇଁ ଆଜି ବିକ୍ଷୋଭ ସ୍ଥଳରେ ନେତାମାନେ ଦାବି କରିଛନ୍ତି।

     ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ୟୁନିୟନର ସଭାପତି ସୁରେନ୍ଦ୍ର ନାରାୟଣ ସିଂହ, ସଂପାଦକ ସୁଦାମ ସାହୁ,ସହ ସଂପାଦକ ଉନା ପ୍ରଦୀପ କୁମାର ପାତ୍ର,ସହ ସଂପାଦକ ଜଗବନ୍ଧୁ ସାହୁ, କାର୍ଯ୍ୟକାରୀ ସଂପାଦକ ଯୋଗେଶ୍ଵରୀ ପାଣିଗ୍ରାହୀ, ଇଶ୍ଵର ଚନ୍ଦ୍ର ପଟେଲ୍ ସମେତ ବହୁ ଡ଼ାକ କର୍ମଚାରୀ ସାମିଲ ହୋଇଥିଲେ। ଡାକ କର୍ମଚାରୀ ପୋଷ୍ଟ ମ୍ୟାନ ଓ ଏମ୍ ଟି ଏସ ମାନଙ୍କ ନ୍ୟାର୍ଯ୍ୟ ଦାବି ଓ ଆନ୍ଦୋଳନ କୁ ସମର୍ଥନ କରି ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ର ବରିଷ୍ଠ ଉପ ସଭାପତି ଶ୍ରୀମନ୍ତ ବେହେରା, ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ ଓ ଜିଲ୍ଲା ୟୁନିୟନ ଓ ଆସୋସିଏସନ୍ ର ଆବାହକ ଭାଗିରଥୀ ଟୁଡୁ ବିକ୍ଷୋଭ ରେ ସାମିଲ ହୋଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

ଅର୍ପଣ ରଥ ପରିକ୍ରମାରେ ଯୋତା ପିନ୍ଧି କୀର୍ତ୍ତନ “କୋଟି କୋଟି ଜଗନ୍ନାଥ ପ୍ରେମିଙ୍କୁ ଦେଇଛି ଆଘାତ

masiha

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ମାଣ୍ଡିଆ ମଣ୍ଡି ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!