ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ମହୋତ୍ସବ ଆସନ୍ତା ୩ ରେ……

ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ମହୋତ୍ସବ ଆସନ୍ତା ୩ ରେ……

ରାଉରକେଲା: ସେକ୍ଟର ୨ ସ୍ଥିତ ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ନଭେମ୍ବର ମାସ ୩,୪ ଓ ୫ ତାରିଖରେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସେକ୍ଟର ୨ କମ୍ୟୁନିଟି ସେଣ୍ଟର୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତି ବୈଠକ ସମ୍ପର୍କରେ ସଭାପତି ରଶ୍ମିତ ସାହାଣୀ, ସାଧାରଣ ସମ୍ପାଦକ ଶଙ୍କର ଜେନା, ଉପଦେଷ୍ଟା ନିଳାମ୍ବର ପୁହାଣ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଚଳିତବର୍ଷ ୩୫ ତମ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯିବ। ଆସନ୍ତା ୩ ତାରିଖ ଦିନ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେବେ। ଏହା ସହ ବିଭିନ୍ନ ଦିନରେ ଜିଲ୍ଲାର ଜିଲ୍ଲାପାଳ, ଡିଆଇଜି, ଆରଏସପି ମୁଖ୍ୟ, ସ୍ଥାନୀୟ ବିଧାୟକ, ଏନ୍ଆଇଟି ର ନିର୍ଦ୍ଦେଶକ, ଏସପି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେବେ। ସେହିପରି ଭୁବନେଶ୍ବରର ଷ୍ଟାର ବ୍ୟାଣ୍ଡ ସହ ନାବ୍ୟା ଜାଇତି, ଅଞ୍ଜଳି ଦତ୍ତ, ଶୁଭଶ୍ରୀ, ରାଜେଶ କୁମାର ପ୍ରମୁଖ ସଂଗୀତ ପରିବେଷଣ କରିବେ। ୪ ତାରିଖ ଦିନ ମେଲୋଡି କୁଇନ୍ ଇରା ମହାନ୍ତି, କିଛି ବାହାରର ନୃତ୍ୟଶିଳ୍ପୀ ଓ ଆଞ୍ଚଳିକ ସଂଗଠନ ର ଶିଳ୍ପୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ। ୫ ତାରିଖ ଦିନ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ଏଣୁ ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଦେବେନ୍ଦ୍ରନାଥ ସାମନ୍ତରାୟ, ଅଧ୍ୟକ୍ଷ ସୁନିଲ କାୟଲ,ଦୁର୍ଗାଚରଣ ଜେନା, ବିରେନ୍ଦ୍ର ସ୍ବାଇଁ,ଚନ୍ଦନ ମହାନ୍ତି, ଗଣେଶ ରାଉତ, ପ୍ରଶାନ୍ତ ବିହାରୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ପବିତ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ଶୁଭ୍ରାଂଶୁ ସାହୁ, ସ୍ମୃତିରଞ୍ଜନ ମିଶ୍ର,ପପୁ ଛତ୍ରିଆ, ଲିଙ୍ଗରାଜ କୁମ୍ଭାର,ଡି ନରସିଂହ ନାରାୟଣ ରାଓ, ସଞ୍ଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦେହୁରୀହତା-ଜରଡ଼ା ଜଳବିଭାଜିକା ରେ ଅନିୟମିତତା ସମ୍ବନ୍ଧେ ଉଭୟ ଗ୍ରାମର ଶତାଧିକ ଲୋକ ବିଧାୟକଙ୍କୁ ଦେଲେ ଅଭିଯୋଗ ପତ୍ର

Sunil Chandra Nayak

ଶ୍ରଦ୍ଧା ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଭିନ୍ନକ୍ଷମଙ୍କ ପାଇଁ ଥେରାପି ଅନ୍ ହୁଇଲ୍ସ ଉଦ୍ଘାଟିତ

ଯୋଗ କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!