ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀପାବଳି ଉତ୍ସବ ଉପଲକ୍ଷେ ଓରମାସ ସହାୟତାରେ ମୟୁର ଶିଳ୍ପା ସମ୍ମୁଖରେ ସୁଭଦ୍ରା ଶକ୍ତି ମହିଳାଙ୍କୁ ନେଇ ଦୀପାବଳି ସାମଗ୍ରୀ ପ୍ରକାଶିବା ଉଦଘାଟିତ 

ଦୀପାବଳି ଉତ୍ସବ ଉପଲକ୍ଷେ ଓରମାସ ସହାୟତାରେ ମୟୁର ଶିଳ୍ପା ସମ୍ମୁଖରେ ସୁଭଦ୍ରା ଶକ୍ତି ମହିଳାଙ୍କୁ ନେଇ ଦୀପାବଳି ସାମଗ୍ରୀ ପ୍ରକାଶିବା ଉଦଘାଟିତ 

ମୟୂରଭଂଜ- ୧୭ / ୧0/   ପବିତ୍ର ଦୀପାବଳି ଉତ୍ସବ ପାଇଁ ସ୍ଥାନୀୟ ଷ୍ଟାଡିଅମ ଗୋଲାଈ ନିକଟରେ ମୟୁର ଶିଳ୍ପା ସମ୍ମୁଖରେ ମୟୁରଭଞ୍ଜ ଜିଲ୍ଲା ଓରମାସ ର ସହାୟତାରେ ବାରିପଦା ସୁଭଦ୍ରାଶକ୍ତି ମହିଳାଙ୍କୁ ନେଇ ଦୀପାବଳି ସାମଗ୍ରୀ ଯଥା ବିଭିନ୍ନ କାରୁକାର୍ୟ୍ଯ ଜନିତ ମାଟି ଦ୍ୱୀପ, ତେଲ, ସଳିତା, ମହମବତୀ ଇତ୍ୟାଦି ବିକ୍ରୟ ଉଦେଶ୍ୟରେ ଏକ ପ୍ରକାଶିବା ମୟୁରଭଞ୍ଜ ଜିଲ୍ଲା ସିଡିଓ ତଥା ପ୍ରୋଜେକ୍ଟ ଡାଇରେକ୍ଟର ଡି. ଆର. ଡି. ଏ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଦ୍ୱାରା ଶୁଭ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ ଉତ୍ସବକୁ ଓରମାସର ଅଫିସର ସମେତ ଓ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀ ଯୋଗଦାନ କରିଥିଲେ l ସେଠାରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ସୁକୁମାର ରଞ୍ଜନ ପ୍ରଧାନ ଙ୍କ ଦ୍ୱାରା ପ୍ରଥମେ ବହନି କରାଯାଇ ଓ ସାମ୍ବାଦିକା ପ୍ରତିମା ବାରିକ ଓ ବରିଷ୍ଠ ସାମ୍ବାଦିକ ସୁକାନ୍ତ ଜୀଉଙ୍କ ଦ୍ୱାରା ମାଟି ଦ୍ୱୀପ ଓ ଅନ୍ୟାନ୍ୟ ସାମଗ୍ରୀ କିଣାଯାଇ ସୁଭଦ୍ରାଶକ୍ତି ମା ମାନଙ୍କୁ ଏକରକମ ଉତ୍ସାହିତ କରାଯାଇଥିଲା l

ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସର୍ଭେ ନେଇ ପ୍ରଚାର

masiha

ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଷାକ, ବ୍ଲାଜର ପାଇଁ ଟଙ୍କା ସହିତ ଓ଼ ସୁଧ ଫେରସ୍ତ କଲେ l ବିନା ସୁଧରେ ୧୦ଲକ୍ଷ ଟଙ୍କାର ଶୁଭାରମ୍ଭ କଲେ l

masiha

Leave a Comment

error: Content is protected !!