ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷୀରବତୀ ହତ୍ୟା ଘଟଣା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୧୯ ରେ ରାସ୍ତାରୋକ

କ୍ଷୀରବତୀ ହତ୍ୟା ଘଟଣା

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୧୯ ରେ ରାସ୍ତାରୋକ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ଯୌତୁକ ନିର୍ଯ୍ୟାତନା ଓ ବଧୂ ହତ୍ୟା ଅଭିଯୋଗ ରେ ବିଗତ ତା.୧୦/ ୦୯/ ୨୦୨୫ ରିଖ କର୍ଲାମୁଣ୍ଡା ବ୍ଲକ୍ ବାଞ୍ଜିପଦର (ସାପଲହରା) ଗ୍ରାମର କୌତୁକ ସାହୁଙ୍କ ଝିଅ ସ୍ୱର୍ଗତ କ୍ଷୀରବତୀ ସାହୁଙ୍କୁ ଭମରମାଲ ଗ୍ରାମର ତାଙ୍କ ଶ୍ୱଶୁର, ଶାଶୁ, ସ୍ୱାମୀ ଓ ନଣନ୍ଦ ଯୌତୁକ ନିର୍ଯ୍ୟାତନା ଦେଇ ବଧୂ ହତ୍ୟା କରିଥିଲେ । କିନ୍ତୁ ଦୁଃଖର କଥା କେସିଙ୍ଗା ପୋଲିସ ବର୍ତମାନ ପର୍ଯ୍ୟନ୍ତ ଅନ୍ୟ ଆଉ ତିନି ଜଣ ଅଭିଯୁକ୍ତ ମାନଙ୍କୁ ମିଥ୍ୟା ପ୍ରତିଶୃତି ଆମ ମାନଙ୍କୁ ଦେଇ ଗିରଫ କରି ନାହାନ୍ତି । ପରିବାର ସାହୁ ଜାତି ଭାଇ ମାନେ ବିଗତ ତା.୨୪/୦୯/ ୨୦୨୫ ରିଖ ଉକ୍ତ ବିଷୟକୁ ନେଇ କେସିଙ୍ଗା ଥାନା ଗେଟ ସମ୍ମୁଖରେ ଧାରଣା ଦେଇଥିଲେ । ଥାନା ଅଧିକାରୀ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଗିରଫ କରିପାରି ନାହାନ୍ତି । ଯାହାକି ପୋଲିସ୍ ପ୍ରଶାସନ ପ୍ରତି ଅପାରକତା ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନବାଚି ସୃଷ୍ଟି ହେଉଛି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ପୋଲିସ ର ମିଥ୍ୟା ପ୍ରତିଶୃତି ଓ ଗିରଫ କରିବାରେ ବିଫଳତା ପ୍ରତିବାଦରେ ଆସନ୍ତା ତା.୧୯/୧୦/୨୦୨୫ ରିଖ ରବିବାର ସକାଳ ଘ.୧୦ ଠାରୁ ମ.ରାମପୁର ଥାନା ଯୋରାଡବରା ଛକ ଏନ୍ଏଚ୍ – ୫୯ ଯାହା ଆଗୁକୁ ବୌଦ୍ଧ, ଫୁଲବାଣୀ, ବହ୍ମପୁର, ଭଞ୍ଜନଗର, ଆସିକା, ଭୁବନେଶ୍ଵରକୁ ଯୋଡୁଛି ତାହାକୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ସାହୁ ସମାଜ ପକ୍ଷରୁ ଗଣମାଧ୍ୟମକୁ ଓ ସ୍ଥାନୀୟ ପ୍ରଶାସନ ସୂଚନା ଦିଆଯାଇଛି । ସାପଲହରା ବାଞ୍ଜିପଦର ଗ୍ରାମ୍ୟ କମିଟି ସମସ୍ତ ଅଂଚଳବାସୀ ଓ ସମସ୍ତ ସମାଜଜାତି ଭାଇ ମାନଙ୍କ ସହାୟତାରେ ରାସ୍ତା ଅବରୋଧ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଦେଖା ଯାଉ କେତେ ଦୂର ସଫଲ ହେବ ଓ ବାକି ତିନି ଜଣଙ୍କୁ ପୋଲିସ୍ ଗିରଫ କରିବ।ମୃତ୍ୟୁ କ୍ଷୀରବତୀ ସାହୁଙ୍କ ଆତ୍ମାକୁ ଶାନ୍ତି ମିଳିବାରେ ସହାୟକ ହେବା । ଝିଅ ପରିବାର ର ଲୋକେ ନ୍ୟାୟ ପାଇବେ। ତାହାହିଁ ଦେଖିବାକୁ ବାକି ରହିଲା । 

Related posts

ରାୟଗଡ଼ ପୌରପରିଷଦ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ

Sunil Chandra Nayak

ଆକ୍ରମଣର ଶିକାର ହେଲେ ଜିଲ୍ଲାପରିଷଦଙ୍କ ସ୍ବାମୀ 

Sunil Chandra Nayak

ରାଇରଙ୍ଗପୁର ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ

masiha

Leave a Comment

error: Content is protected !!