ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

ଆସିକା, ୧୭/୧୦/୨୫ ଦିବ୍ୟାଙ୍ଗମାନେ ଅନ୍ୟମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି I ସେମାନେ ନିଜର ଦକ୍ଷତା ଓ ପ୍ରତିଭା ବଳରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେମାନଙ୍କ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି। ଦିବ୍ୟାଙ୍ଗମାନଙ୍କ ନିରାପଦ ଓ ସୁନ୍ଦର ଭବିଷ୍ୟତ ପାଇଁ ସମସ୍ତଙ୍କର ସମର୍ଥନ ଓ ସହଯୋଗ ଆବଶ୍ୟକ ବୋଲି ଆସିକାରେ ଅନୁଷ୍ଠିତ ଭୀମଭୋଇ ଭିନ୍ନ‌କ୍ଷମ ସାମର୍ଥ୍ୟ ଶିବିର ଅଭିଯାନ କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ପାଢୀ ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତାକରଣ ବିଭାଗର ନିର୍ଦେଶକ୍ରମେ ଆସିକା ପଞ୍ଚାୟତ ସମିତି ପକ୍ଷରୁ ଗୁରୁବାର ସ୍ଥାନୀୟ ତାଲୁକା ଛକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଭୀମଭୋଇ ଭିନ୍ନ‌କ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସିକା ବ୍ଲକର ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ରାଜଶ୍ରୀ ସାହୁଙ୍କ ସଂଯୋଜନା ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲିପିନା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ପାଢୀ, ଏବିଡିଓ ସୁଶାନ୍ତ କୁମାର ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଆସିକା ବ୍ଳକ ଉପାଧ୍ଯକ୍ଷା ଏସ୍. ରେଶମା ଦୋରା ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କ ଦକ୍ଷତା, ଦୃଢ ମନୋବଳ ଏବଂ ଆତ୍ମବିଶ୍ଵାସ ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆଣିଦେବ ବୋଲି ପ୍ରକାଶ କରିଥିଲେ | ଦିବ୍ୟାଙ୍ଗମାନେ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିଥିଲେ | ଶାରୀରିକ ଭିନ୍ନ‌କ୍ଷମ, ଦୃଷ୍ଟିଶକ୍ତି ବାଧୂତ,   ଶ୍ରବ ୟତ ସମିତି ଓ ବାକ୍‌ଶକ୍ତି ବାସ୍ତ ସମେତ ବିଭିନ୍ନ ପ୍ରମାଣପତ୍ର ପାଇବା ପାଇଁ ୧୧୨ ଜଣ ଦିବ୍ୟାଙ୍ଗ ନାମ ପଞ୍ଜୀକରଣ କରିଥିଲେ। ଏହି ଅବସରରେ ୩ ଜଣଙ୍କୁ ୩ ଚକିଆ ସାଇକେଲ, ଜଣଙ୍କୁ ସ୍ଟିଲ୍ ଚେୟାର୍ ବଣ୍ଟନ କରାଯାଇଥିଲା । ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇବା ନିମନ୍ତେ ୧୮ଜଣ ଚିହ୍ନଟ ହୋଇଥିଲା ବେଳେ ସହାୟକ ଉପକରଣ ପାଇବାକୁ ୮୪ ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଶିବିରରେ ମନସ୍ତତ୍ବବିତ୍ ଡ.ଗୋପାଳ ପାତ୍ର, ଚକ୍ଷୁ ବିଶେଷଜ୍ଞ ଡ. ସୌଦାମିନି ପଣ୍ଡା, କର୍ମ ନାସା ଗଳା ବିଶେଷଜ୍ଞ ଡ. ଙ୍ଗ ରଞ୍ଜିତ୍ କୁମାର ପାତ୍ର, ମନସ୍ତତ୍ବବିତ୍ ଓ ମାନସିକ ବିକୃତ ବିଶେଷଜ୍ଞ ଡ. ଶର୍ମିଷ୍ଠା ପ୍ରିୟଦର୍ଶିନୀ, ସହାଯକ ମନସ୍ତତ୍ବ ବିଜ୍ଞାନୀ ରୋମାନିଲ୍ ପଟ୍ଟନାୟକ, ଚକ୍ଷୁ ଚିକିତ୍ସା ସହାୟକ ରମେଶ ଚନ୍ଦ୍ର ଦଳେଇ, ବରିଷ୍ଠ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିଶେଷଜ୍ଞ ମୁରଲୀଧର ବେହେରା ଓ ସୁଚିସ୍ମିତା ମହାରଣା, ମନସ୍ତତ୍ବବିତ୍ ଅଜିତ୍ କୁମାର ରାଉଳଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଓ କେତେକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧୂମାନେ ଯୋଗ ଦେଇଥିଲେ | ଏବିଡିଓ ସୁଶାନ୍ତ କୁମାର ବେହେରା, ବିଆର୍‌ଟି ହେମନ୍ତ କୁମାର ନନ୍ଦ, ମନ୍ଦାକିନୀ ରଥ, ତାରିଣୀ ପ୍ରସାଦ ସାହୁ, କୃଷ୍ଣଚନ୍ଦ୍ର ବେହେରା, ସୁଶାନ୍ତ କୁମାର ଭୂୟାଁ, ସୁକାନ୍ତ କୁମାର ନାୟକ, ରୋହିତ କୁମାର ମହାରଣା, କୃଷ୍ଣଚନ୍ଦ୍ର ପାତ୍ର, ଜି.ରମେଶ ଚନ୍ଦ୍ର ପ୍ରଧାନ, ସୁନିଲ୍‌ କୁମାର ମିଶ୍ର, ତାରିଣୀ ପ୍ରସାଦ ସାହୁ, ଶର୍ମିଷ୍ଟା ଦଳବେହେରା, ଜି. ଆପନ୍ନା, ବାବୁରାମ ନାୟକ, ସୁଶାନ୍ତ କୁମାର ନାୟକ, ବିଦ୍ୟାଧର ସେଠୀ, ସୁଶାନ୍ତ କୁମାର ଗୌଡ, ଡାଙ୍ଗୁଆ ଶବର, ରିଙ୍କୁ ପାତ୍ରଙ୍କ ସମେତ ଆସିକା ବ୍ଲକ ପ୍ରଶାସନ ଓ ବିଭିନ୍ନ ବିଭାଗର ପଦାଧୀକାରୀମାନେ ସହଯୋଗ କରିଥିଲେ |

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ନଳକୂପ ଅଚଳ, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ?

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଊଦଯାପିତ

Sunil Chandra Nayak

ନୂତନ ଡବ୍ଲୁ ଜେ ୟୁ ସାମ୍ବାଦିକ ସଂଘ ଗଠିତ

Leave a Comment

error: Content is protected !!