ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଟିଏ ଦିନରେ ଭୁବନରେ ଦୁଇ ଦୁଇଟି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା/ବୋଲେରୋ ଧକ୍କାରେ ଚାଲିଗଲା ଦୁଇ ନାବାଳକ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର (ମନିସ )12/6/23 // ବାହାରିଥିଲା ଦଶମ ଶ୍ରେଣୀ ପରୀକ୍ଷା ଫଳ l ସ୍କୁଲ୍ ସାଙ୍ଗ ସାଥୀ ବାହାରିଥିଲେ ଏକାଠି ଭୋଜି କରି କିଛି ସେହି ମୁହୂର୍ତ୍ତ କୁ ମନେ ରଖିବାପାଇଁ l କିନ୍ତୁ ଭାଗ୍ୟର ଖେଳ କିଛି ଅଲଗା ଥିଲା l ଗାଡ଼ି ଯୋଗେ ଘରୁ ବଟା ମସଲା ନେବା ସମୟରେ ପଛରୁ ଧକ୍କା ଦେଇଥିଲା ଅଜଣା ବୋଲେରୋ ଗାଡ଼ି । ଘଟଣା ସ୍ଥଳରେ ହିଁ ପ୍ରାଣ ବାୟୁ ଉଡ଼ିଯାଇଥିଲା ଦୁଇ ସାଙ୍ଗ ଙ୍କର lଏଭଳି ଦୁଃଖଦ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପୁର ଗ୍ରାମରେ । ରବିବାର ଛୁଟି ଦିନ ଥିବାରୁ 2023ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିବା ସାଙ୍ଗ ମାନେ ସାଥି ହୋଇ ଭୋଜି କରିବାକୁ ସ୍ଥିର କରିଥିଲେ |ମସଲା ପାଇଁ ଆସିବା ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେତୁ କିଛି ସମୟ ପାଇଁ ଗାଁ ବନ ଦୁର୍ଗା ମନ୍ଦିର ନିକଟରେ ଅପରାହ୍ନ ରେ କିଛି ସମୟ ପାଇଁ ବର ଗଛ ଛାଇ ରେ ଠିଆ ହୋଇଥିବା ବେଳେ ତିନି ସାଙ୍ଗଙ୍କୁ ଏକ ଅଜଣା ବୋଲେରୋ ଧକ୍କା ଦେଇଥିଲା | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ 108 ଆମ୍ବୁଲାନ୍ସ ଯୋଗେ ଉଭୟ ସାଙ୍ଗଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ଥିବା ଜଣକୁ ଢେ଼ଙ୍କାନାଳ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି l ମୃତକ ୨ ହେଲେ ବଟକୃଷ୍ଣ ସାହୁ ଙ୍କ ପୁଅ ପୃଥ୍ୱୀରାଜ ସାହୁ (15) ଡାକ ନାମ ରାମ ଓ ବିନୋଦ କାଣ୍ଡିଙ୍କ ପୁଅ ସୌମ୍ୟ ରଞ୍ଜନ କାଣ୍ଡି (ବାବୁଲ ) (16) ଏବଂ ଗୁରୁତର ଥିବା ଚନ୍ଦନ ସାମଲ (୧୫) ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି| ଚଳିତ ବର୍ଷ ୨ ସାଙ୍ଗ ମାଟ୍ରିକ ଦେଇ ଭଲ ମାର୍କ ରଖି ପାସ କରିଥିଲେ |ଏହି ଘଟଣା ଭୁବନ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

 ସେହିପରି କେଉଁଝର ଜିଲ୍ଲାର ହାଟଡିହ ବ୍ଲକ ଅନ୍ତର୍ଗତ ସୋଷ ଗାଁରୁ ବରପକ୍ଷ ଭୁବନ ବ୍ଲକ ଅନ୍ତର୍ଗତ ମହୁଳପାଳ ବାହାଘର ସାରି ଘରକୁ ଫେରିବା ସମୟରେ ୪ ଜଣ ବରଯାତ୍ରୀର କାରଟି କଣପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡି ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦେବୀ ପ୍ରସାଦ ବେହେରା, ୨୭ ବର୍ଷ ଓ ଆନନ୍ଦ ସାମଲ ୨୭ ବର୍ଷ। ତେବେ ଖବର ପାଇ ଭୁବନ ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଇଛି।ତେବେ ଶେଷ ଖବର ସୁଦ୍ଧା ପ୍ରାଣ ହାରାଇଥିବା ଦୁଇ ବାଳକଙ୍କ ଶବ ବ୍ୟବଚ୍ଛେଦ ପରେ ପାରିବାର କୁ ହସ୍ତାନ୍ତର କରାଯାଇଥିବା ବେଳେl ଘଟଣା ସମୟର କିଛି ସିସି ଟିଭି ଫୁଟେଜ ଆଧାରରେ ଭୁବନ ପୋଲିସ୍ ତଦନ୍ତ କରୁଥିବା ସୂଚନା ମିଳିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

Sunil Chandra Nayak

ଧର୍ମପରାୟଣ ମହିଳାଙ୍କ ପରଲୋକ

masiha

ଧର୍ମଗଡ ବ୍ଲକ ବେହେରା ଠାରେ ଦୀର୍ଘ ୩୦ବର୍ଷ ପରେ ବଞ୍ଜରା ସମାଜର କୁସୁମି ଲକଡି ପର୍ବ ପାଳିତ

masiha

Leave a Comment

error: Content is protected !!