ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ର ଜବତ ଯାନ ବାହାନ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ

ପୋଲିସ ର ଜବତ ଯାନ ବାହାନ ଫେରସ୍ତ କାର୍ଯ୍ୟକ୍ରମ ଆରମ୍ଭ

ଯୋଡ଼ା:  କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତିନ କୁସଲକର ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ପୋଲିସ ପକ୍ଷରୁ ଜିଲ୍ଲା ର ସମସ୍ତ ଥାନା ରେ ଜବତ ହୋଇଥିବା ଯାନ ବାହାନ ଓ ମୋବାଇଲ ଫୋନ ଫେରସ୍ତ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଅଭିଯାନ ଅନ୍ତର୍ଗତ ଯୋଡ଼ା, ବାମେଵାରୀ, ବଡ଼ବିଲ ଓ ରୁଗୁଡି ଥାନା ଅଞ୍ଚଳରେ ମଧ୍ୟ କାର୍ଯ୍ୟକ୍ରମ ଚାଲିଛି। ବର୍ଷ ବର୍ଷ ଧରି ଅପରାଧ ମାମଲାରେ ଜବତ ହୋଇଥିବା ବାଇକ ଓ ମୋବାଇଲ ଫୋନଗୁଡିକୁ ନିୟମିତ ଭାବରେ ତଦନ୍ତ କରି, ମାଲିକଙ୍କୁ ଫେରାଇ ଦିଆଯାଉଛି। ଯୋଡ଼ା ଥାନାରେ ୧୩ଟି, ବାମେଵାରୀ ରେ ୬ଟି, ରୁଗୁଡି ରେ ୭ଟି, ଏବଂ ବଡ଼ବିଲ ଥାନାରେ ସର୍ବାଧିକ ୫୧ଟି ବାଇକ ସ୍ଥାନୀୟ ଲୋକଙ୍କୁ ତଦନ୍ତ ପରେ ହସ୍ତାନ୍ତର କରାଯାଇଛି।

ଏହି କାର୍ଯ୍ୟକ୍ରମ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ରନାଥ ପିଙ୍ଗୁଆ ଙ୍କ ନିର୍ଦ୍ଦେଶନାରେ ଏବଂ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ, ଜୋସକେତନ ଭୋଇ, ଓ ରବିଶଙ୍କର ଭୋଇଶା ଙ୍କ ସହଯୋଗରେ ହେଉଛି। ଏହି ସହ ବଢୁଥିବା ସାଇବର ଠକେଇ ଓ ଡିଜିଟାଲ ଆରେଷ୍ଟ ଭିତ୍ତିକ ଅପରାଧ ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୋଲିସ ତରଫରୁ ଥାନା ରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ପୋଲିସ ସୂଚନା ଦେଇଛି ଯେ, କେହି ଡିଜିଟାଲ ଆରେଷ୍ଟ ନାମ ରେ ଠକେଇ କରିଥିଲେ, ସେଥିରେ ଭୟଭୀତ ହେବା ନାହିଁ, ସିଧାସଳଖ ପୋଲିସକୁ ସୂଚନା ଦିଅନ୍ତୁ। ସ୍ଥାନୀୟ ଲୋକମାନେ ପୋଲିସର ଏହି ଉଦ୍ୟମକୁ ସ୍ବାଗତ କରିଛନ୍ତି ଓ ଆଗାମୀ ଦିନରେ ଏଭଳି ପଦକ୍ଷେପ ଜାରି ରହିବାକୁ ଦାବି କରିଛନ୍ତି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ନୂତନ ଏସଡ଼ିପିଓଙ୍କ ଯୋଗଦାନ

masiha

କଳସୀ ମଣ୍ଡେଇ ନିମନ୍ତେ ନୂତନ କମିଟି ଗଠନ 

Sunil Chandra Nayak

ଜିଲ୍ଲାପାଳଙ୍କ ଗୁଣପୁର ଗସ୍ତ ,  ୨୦୨୪ ସାଧାରଣ ନିର୍ବାଚନ ପୂର୍ବ ପ୍ରସ୍ତୁତି ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

Leave a Comment

error: Content is protected !!