ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ.. ପୌରପାଳିକାର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ.. ପୌରପାଳିକାର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ

କେନ୍ଦ୍ରାପଡ଼ା-୧୮/୧୦/୨୦୨୫(ମସିହା ନିୟୁଜ): ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି କେନ୍ଦ୍ରାପଡ଼ା ଗସ୍ତକରି କେନ୍ଦ୍ରାପଡ଼ା ପୌରପାଳିକାର ନୂତନ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ମାନ୍ୟବର ସାଂସଦଙ୍କ ପ୍ରତିନିଧି ସଲିମ ଖାନ,ଅଧ୍ୟକ୍ଷା ପୌରପରିଷଦ ସରିତା ସାହୁ, ଉପାଧ୍ୟକ୍ଷା ଆକବରି ଖାତୁନ, ଜିଲ୍ଲାପାଳ ରଘୁରାମ ଆର ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ପୌରପାଳିକା ନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି ପ୍ରମୁଖ ଉପସ୍ଥିତ ଥିଲେ | ମାନ୍ୟବର ମନ୍ତ୍ରୀ ବକ୍ତବ୍ୟରେ କହିଲେ ଯେ, କେନ୍ଦ୍ରାପଡ଼ା ମୁନିସିପାଲିଟିକୁ ସବୁଜ ସହରରେ ପରିଣତ କରିବାପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଛନ୍ତି | ସ୍ୱଛତା ହିଁ ସଭ୍ୟତା,ସ୍ୱଚ୍ଛତା ଉପରେ କୌଣସି ସାଲିସ କରାଯିବନି ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି | ସମସ୍ତେ ଏକଜୁଟ ହୋଇ କାମ କଲେ ହିଁ ସହରର ଉନ୍ନତିକରଣ ହୋଇପାରିବ ବଳି ମନ୍ତ୍ରୀ କହିଛନ୍ତି |ପରେ ମାନ୍ୟବର ମନ୍ତ୍ରୀ ପୌରାପରିଷଦରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ | ଉନ୍ନତି ମୂଳକ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଦର୍ଶନ ପାଇଁ ମନ୍ଦିରକୁ ଗସ୍ତ କରିଥିଲେ |

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅମୁଲ୍ୟ ବିଶ୍ୱାଳ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦୀର୍ଘଦିନର ଦାବୀ ଜଣାଇ ଫେରିଲେ ନବରଙ୍ଗପୁର ର ରାଜ୍ୟ କର୍ମକର୍ତ୍ତା

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

masiha

ଆମ୍ବପଡା ଗ୍ରାମରେ ବାଦୀପାଲା ଉଦଯାପିତ

Leave a Comment

error: Content is protected !!