ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ଲାଗେ ଭାରି ଭଲଲାଗେ

।। ଲାଗେ ଭାରି ଭଲଲାଗେ ।।

                 କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ମୃତ୍ୟୁ ମୋତେରେ

ଦେଇଛି ଜୀବନ

            ଜୀବନ ଦେଇଛି ମୃତ୍ୟୁ,

ସେ ପଥରେ କେତେ

ଦେଖିଅଛି ପୁଣି

            ହର୍ଷ-ବିଷାଦ ଋତୁ ।।

 

ଭେଟି ଅଛି ପୁଣି

ତାରକା ମେଳରେ

           ଚ଼ାନ୍ଦ ଉଆଁର ବେଳା,

ସ୍ବପ୍ନ-ସାଗରେ

ଭସାଇଛି ପୁଣି

          ଜୀବନର-ଫୁଲଭେଳା ।।

 

ଅମାବାସ୍ୟାର

ଅନ୍ଧାର ପୁଣି

          ଭେଟି ଅଛି ବେଳେବେଳେ,

ରକ୍ତାକ୍ତ କେବେ

ହୋଇଅଛି ପୁଣି

          ଦିଶା ହୀନ ସ୍ବପ୍ନରେ ।।

 

ଜନ୍ମ-ମୃତ୍ୟୁ ର

ଏଇ ଖେଳ ମୋତେ

          ଲାଗେ ଭାରି ଭଲ ଲାଗେ,

ସତ୍ୟର ଏଇ

ଚ଼କ୍ର ବ୍ୟୁହରେ

          ଅନୁସନ୍ଧିତ୍ସା ଛାଡ଼େ ।।

         

କୁମାର ପୁର।ଅନନ୍ତପୁର।

ବାସୁଦେବପୁର।ଭଦ୍ରକ।

 

Related posts

ସାମ୍ବାଦିକଙ୍କୁ ଏଏସପିଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରା ଘଟଣା, ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଗୋଟିଏ ରାତିର ତାତି

Sunil Chandra Nayak

ବାଲେଶ୍ବର – ସରକାରୀ ଉପ୍ରା ବିଦ୍ୟାଳୟ ଦିମିରିଆରେ ଗଠନ ହେଲା ଶିଶୁ କ୍ୟାବିନେଟ 

Leave a Comment

error: Content is protected !!