ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷତ୍ରିୟ ଧାକଡ ସମାଜ ମହା ସମ୍ମିଳନୀ ଅନୁଷ୍ଠିତ

କ୍ଷତ୍ରିୟ ଧାକଡ ସମାଜ ମହା ସମ୍ମିଳନୀ ଅନୁଷ୍ଠିତ 

ଡାବୁଗାଁ, ୧୯/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡୁମୁନିଗୁଡା ଗ୍ରାମରେ କ୍ଷତ୍ରିୟ ଧାକଡ ସମାଜର ମହା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ କୁମାର ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଲକ୍ଷ୍ମୀ ନାରାୟଣ ସିଂ, ଉପସଭାପତି ସୁରେନ୍ଦ୍ର ନାୟକ, କାର୍ତ୍ତିକ ଦାସ, ମନମୋହନ ସିଂ, ହରି ଧାକଡ, ସଦନ ନାୟକ , ଉପଦେଷ୍ଟା ଦୁର୍ଯୋଧନ ନାୟକ ମଞ୍ଚାସିନ ଥିଲେ । କ୍ଷତ୍ରିୟ ବର୍ଣ୍ଣ ର ଉତ୍ପତ୍ତି, ବର୍ତ୍ତମାନ ସମାଜରେ କ୍ଷତ୍ରିୟ ମାନଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁମିତ ଠାକୁର, ମିହିର ଶଙ୍କର ରାୟପାତ୍ର, ବଳିରାମ ସିଂ, ଘାସିରାମ ସିଂ, ରବି ସିଂ, ତ୍ରୀନାଥ ସିଂ, ତ୍ରୀନାଥ ନାୟକ, ରତନ ପାତ୍ର, ରମେଶ ପାତ୍ର, ଯଦୁମଣୀ ପାତ୍ର, ଦଶମୁ ପାତ୍ର, ବିପିନ ଭୁକ୍ତା, ଭିକାରୀ ଚରଣ ନାୟକ, ଯମୁନା ସୁର, ମନୋରମା ନାୟକ, ମହେଶ୍ୱର ନାୟକ, ଲମେନ ଭୁକ୍ତା, ବିଘ୍ନରାଜ ସିଂ, ପଦଲାମ ପାତ୍ର, ଲକ୍ଷ୍ମଣ ସିଂ, ଦୀପକ ସିଂ, ଜଳନ୍ଧର ସିଂ, ବିଭୁତି ନାୟକ, ଗୋପୀ ପାତ୍ର, ସମ୍ଭୁନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲା ର ବିଭିନ୍ନ ବ୍ଲକ ରୁ ପ୍ରାୟ ୬୦୦ ରୁ ଊର୍ଦ୍ଧ୍ଵ କ୍ଷତ୍ରିୟ ସମାଜ ର କାର୍ଯ୍ୟକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚମ୍ପି ପଞ୍ଚାୟତ ଠାରେ ପରବ ୨୦୨୩ ଅନୁଷ୍ଠିତ 

masiha

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ସଭା

ବିଦ୍ୟୁତପ୍ରଭା ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ,୮୧ ୟୁନିଟ ରକ୍ତ ସଂଗ୍ରହ 

Sunil Chandra Nayak

Leave a Comment

error: Content is protected !!