ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ 

ନୂଆପଡା. ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ। ନୂଆପଡ଼ା ଉପ ନିର୍ବାଚନ ନେଇ ନାମାଙ୍କନ ପତ୍ର ଶେଷ ହୋଇଅଛି। ଆଜି ତିନି ପ୍ରମୁଖ ରାଜନୀତି ଦଳ ର ୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜୁ ଜନତା ଦଳ ରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପି ରୁ ଜୟ ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ରୁ ଆଦିବାସୀ ନେତା ଘାସିରାମ ମାଝୀ ମଧ୍ୟ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି। ଆଜି ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦୁଇ ଗୋଟି ଅତିରିକ୍ତ ନାମାଙ୍କନ ପତ୍ର ସେଟ୍ ପ୍ରଦାନ କରିଛନ୍ତି। ସମାଜବାଦୀ ପାର୍ଟି ରମାକାନ୍ତ ହାତୀ , ବହୁଜନ ମୁକ୍ତି ପାର୍ଟି ରୁ ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟି ରାଜା ରାମ ସାହୁ, ସମେତ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପାତ୍ର ଦାଖଲ କରିଥିଲେ। ସ୍ବାଧୀନ ପ୍ରାର୍ଥୀ ହେଲେ ସୁଖଧର ଦଣ୍ଡସେନା, ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା,କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ,ଲୋଚନ ସିଂ ମାଝୀ,ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ,ଭକ୍ତ ବନ୍ଧୁ ଧରୁଆ, ନୀତି ବାଗ ନାମକ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଉପ ନିର୍ବାଚନ ପାଇଁ ୨୫ ଜଣ ପ୍ରାର୍ଥୀ ୩୫ ଗୋଟି ଫାର୍ମ କ୍ରୟ ୧୭ ଦାଖଲ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗୁଡହାଣ୍ଡି ଡୋକରୀଚଞ୍ଚରା ଜଗୁଆଳି ବୃଦ୍ଧା ମୃତ, ଶବ ସତ୍କାର କଲେ ଉନ୍ନୟନ ସମିତି 

Sunil Chandra Nayak

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ 

masiha

ପ୍ରଗତି ଉତ୍କଳ ସଂଘରେ ବାର୍ଷିକ ସାଧାରଣ ସଭା ସହ ପଖାଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!