ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମ ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ଉନ୍ନୀତ କରଣ

ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମ ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ଉନ୍ନୀତ କରଣ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମର ପ୍ରାଥମିକ ବିଦ୍ୟାଳୟ କୁ ଦୀର୍ଘ ୧୦ ବର୍ଷ ଧରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉନ୍ନୀତ କରଣ ପାଇଁ ଗଣ୍ଡାମେର ଗ୍ରାମ ବାସିନ୍ଦା ଦାବି କରି ଆସୁ ଥିଲେ। ଏନେଇ ଗତ ୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ କୁ ତାଲା ବନ୍ଦ କରି ଆନ୍ଦୋଳନ ମଧ୍ୟ କରିଥିଲେ ।ପରେ ଦୀର୍ଘ ୯ ମାସର ତାଲା ବନ୍ଦ ପରେ ବିଦ୍ୟାଳୟ ପରିଚାଳନା ସ୍ଵାଭାବିକ ହୋଇଥିଲା। ଗତ ଅଗଷ୍ଟ ମାସ ୧୮ ତାରିଖ ରେ ବିଜେପି ସରକାର ଗଣ୍ଡାମେର ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉନ୍ନୀତ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଥିବାରୁ ଗଣ୍ଡାମେର ଗ୍ରାମବାସୀଙ୍କ ଦୀର୍ଘ ଦଶ ବର୍ଷ ର ସ୍ବପ୍ନ ସାକାର ହୋଇଥିଲା । ଏହି ଅବସରରେ ଆଜି ଗଣ୍ଡାମେର କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ର ଉଦ୍ଘାଟନ ଉତ୍ସବ ହୋଇଥଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଘ୍ନରାଜ ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଶୀ ,ସମ୍ମାନିତ ଅତିଥି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ, ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶ୍ୱ ଓଡ଼ିଆ ଭାଷା ଉଦଘାଟନ ହୋଇ ଯାଇଛି 

masiha

ସିଂହପୁର ନବଘନ ମହନ୍ତ ମାୟାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସରପଞ୍ଚ ଙ୍କ ତତ୍ତ୍ୱାବଧାନରେ କୁଇଜ ପ୍ରତିଯୋଗିତା

Sunil Chandra Nayak

ତିନି କିଲୋମିଟର ଚାଲିଚାଲି ଯାଇ ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଲେ ସ୍ୱାସ୍ଥ୍ୟ କର୍ମଚାରୀ 

masiha

Leave a Comment

error: Content is protected !!