ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ସହରରେ ରୁଦ୍ଧିମନ୍ତ ହେଉଛି କଳା,ସଂସ୍କୃତି , ତ୍ରିବେଣୀ କଳାକେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଓ କୁମାର ଉତ୍ସବ 

ଖଣି ସହରରେ ରୁଦ୍ଧିମନ୍ତ ହେଉଛି କଳା,ସଂସ୍କୃତି , ତ୍ରିବେଣୀ କଳାକେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଓ କୁମାର ଉତ୍ସବ 

ବଡ଼ବିଲ – ରାଜ୍ୟର ପ୍ରମୁଖ ନୃତ୍ୟାନୁଷ୍ଠାନ ତ୍ରିବେଣୀ କଲଚରାଲ ସେଣ୍ଟରର ବଡବିଲ ଶାଖା ପକ୍ଷରୁ ବଡ଼ବିଲସ୍ଥିତ ରୁଙ୍ଗଟା ଟାଉନହଲ ପରିସରରେ ରବିବାର ଅନୁଷ୍ଠିତ ହୋଇଛି ତ୍ରିବେଣୀ କଳାକେନ୍ଦ୍ର ର ୪୦ ବର୍ଷ ପୂର୍ତ୍ତି ଓ କୁମାର ଉତ୍ସବ । ଏହି ଅବସରରେ ତ୍ରିବେଣୀ କଲଚରାଲ ସେଣ୍ଟରର ନିର୍ଦ୍ଦେଶିକା ତଥା ନୃତ୍ୟଗୁରୁ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ସମାଜସେବୀ ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି, ବଡବିଲ ପୌରପାଳିକା ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସ୍ଵତନ୍ତ୍ର ଅତିଥି ଏବଂ ବଡ଼ବିଲ ମହାବିଦ୍ୟାଳୟର ଓଡିଆ ବିଭାଗ ପ୍ରାଧ୍ୟାପକ ପ୍ରଫେସର ଅସିତ୍ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ସାମ୍ବାଦିକ ନିର୍ମଳ ଚନ୍ଦ୍ର ବାରିକ, ଓଡ଼ିଶୀ ନୃତ୍ୟ ଗୁରୁ କମଳିନୀ ପାଣିଗ୍ରାହୀ, ସମାଜସେବୀ ମୌସୁମୀ ମଜୁମଦାର,ଦମୟନ୍ତୀ ସାମଲ, ବୀଣା ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁମାର ଉତ୍ସବ ସମ୍ବନ୍ଧୀୟ ବକ୍ତବ୍ୟ ରଖିବା ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉତ୍ସାହିତ କରିଥିଲେ। 

ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ତ୍ରିବେଣୀ କଳାକେନ୍ଦ୍ର ନିର୍ଦ୍ଦେଶକ ରେଖା ମହାନ୍ତି ଙ୍କ ନିର୍ଦ୍ଦେଶନାରେ କୁଆଁର ପୁନେଇଁ ଜହ୍ନ,ସର୍ବ ଦେବୀ,ସମ୍ବଲପୁରୀ ଆଦି ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ ସମ୍ବର୍ଦ୍ଧନା ସଭା ହୋଇଥିଲା। ତ୍ରିବେଣୀ କଳାକେନ୍ଦ୍ରର ନିର୍ଦ୍ଦେଶିକା ରେଖା ମହାନ୍ତି ଅତିଥି ପରିଚୟ ସହିତ ସ୍ବାଗତ ଅଭିଭାଷଣ ରଖିଥିଲେ। ଏହାପରେ ଅତିଥିଗଣ ନିଜ ନିଜ ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ତ୍ରିବେଣୀ କଳାକେନ୍ଦ୍ର ଖଣି ସହର ବଡବିଲ ରେ ଉତ୍କଳିୟ କଳା,ସଂସ୍କୃତି ଓ ପରମ୍ପରା କୁ ରୁଦ୍ଧିମନ୍ତ କରିଛି ବୋଲି କହିଥିବାବେଳେ ଅନୁଷ୍ଠାର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି କହିଥିଲେ ସ୍ଵତନ୍ତ୍ର ଅତିଥି ରମେଶ ଚନ୍ଦ୍ର ନାୟକ। କୁମାରଉତ୍ସବର ତାତ୍ପର୍ଯ୍ୟ ସମ୍ବନ୍ଧରେ ଅଭିଭାଷଣ ରଖିଥିଲେ ମୁଖ୍ୟବକ୍ତା ପ୍ରଫେସର ପ୍ରଧାନ। ଓଡ଼ିଶୀ ପ୍ରତି ତ୍ରିବେଣୀ କଳକେନ୍ଦ୍ରର ପୂର୍ବତନ ସମ୍ପାଦକ ତଥା ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ କିଶୋର କୁମାର ମହାନ୍ତିଙ୍କ ମହନୀୟ ଅବଦାନର ସ୍ମୃତି ଚାରଣ କରିଥିଲେ ସମ୍ମାନିତ ଅତିଥି ତଥା ସାମ୍ବାଦିକ ଶ୍ରୀ ବାରିକ। 

ଏହିକ୍ରମରେ ତ୍ରିବେଣୀ କଳାକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ବିଚାରକ ଏବଂ ମାନ ପତ୍ର ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋଟ ୮୦ ଜଣ କଳାକାର ଅଂଶ ଗ୍ରହଣ କରି କଳା ପରିବେଷଣ କରିଥିଲେ। ବଡଵିଲ ଅଞ୍ଚଳର ବହୁ ଲୋକ ଉପସ୍ଥିତ ରହି ଉତ୍କଳୀୟ ପରମ୍ପରା ମନେ ପକାଇବା ସହ ନୃତ୍ୟ, ସଙ୍ଗୀତ ଉପଭୋଗ କରିଥିଲେ। କଳାକେନ୍ଦ୍ରର ସଦସ୍ୟା ମିନତି ପୃଷ୍ଟି ଏବଂ ବିଶିଷ୍ଟ ଉଦ୍ଘୋଷକ ତୋଫାନ କୁମାର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବାବେଳେ ସଦସ୍ୟ ରାଜେନ୍ଦ୍ର ପଟ୍ଟନାୟକ, ସୁନୀଲ ଗୁପ୍ତା, ମୃତ୍ୟୁଞ୍ଜୟ ଦାସ, ଶଶିକାନ୍ତ ସାହୁ, ସୁଶୀଲ କୁମାର ପଟ୍ଟନାୟକ, ପି.ଅଖତର ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ସରସ୍ୱତୀ ଶିଶୁମନ୍ଦିର ବ୍ରଜବିହାର ୩୯ ତମ ବାର୍ଷିକ ଉତ୍ସବ ପାଳିତ

masiha

ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ 

masiha

ରବି ଫସଲ ର ବିହନ ଠିକ ସମୟରେ ଯୋଗେଇ ଦେବା ନିମନ୍ତେ ମହିଳା ଜନସୁରକ୍ଷା ମଞ୍ଚ ପକ୍ଷରୁ ଦାବୀପତ୍ର

Sunil Chandra Nayak

Leave a Comment

error: Content is protected !!