ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଏମ୍ ସେମଳା ରେ ଧର୍ମ ରକ୍ଷା ପାଇଁ ଧର୍ମ ସଭା

ବିଏମ୍ ସେମଳା ରେ ଧର୍ମ ରକ୍ଷା ପାଇଁ ଧର୍ମ ସଭା

ନବରଙ୍ଗପୁର:(୨୧|୧୦)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବିଏମ ସେମଳାରେ ହିନ୍ଦୁ ଧର୍ମର ରକ୍ଷା ପାଇଁ ଏକ ବୈଠକ ମହିମା ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି। ପରମ ପୂଜ୍ୟ ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମ ଅବଧୂତ ବିଭୀଷଣ ବାବା, ବ୍ରହ୍ମ ଅବଧୂତ ବଳି ବାବା, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ, ଧନୁର୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋପାଳ ପୂଜାରୀ, ପୂର୍ବତନ ସରପଞ୍ଚ ଗୁରୁବାରୁ ଭତ୍ରା, ରାମ ଭତ୍ରା ପ୍ରମୂଖ ଶତାଧିକ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ। ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ଏବଂ ବିଶ୍ଵ ଶାନ୍ତି ପାଇଁ ନିଜ ବକ୍ତବ୍ୟରେ ଡମ୍ବରୁ ବାବା କହିଥିଲେ। ଗୋ ହତ୍ୟା ବନ୍ଦ କରିବା ପାଇଁ ଏବଂ ଅନ୍ୟାୟ ଧର୍ମାନ୍ତରଣ ବନ୍ଦ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ ସୂର୍ଯ୍ୟବଂଶୀ ଜୟନ୍ତ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସତ୍ୟ ମାଝୀ ଙ୍କ ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ, ସିନାପାଲି ମହଗାଁ ଠାରେ ଟ୍ରାକ୍ଟର ମୁଣ୍ଡ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ

masiha

ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର

Sunil Chandra Nayak

ଧାନ ପରବର୍ତ୍ତୀ ଚାଷ ନେଇ ବିହନ ବଣ୍ଟନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!