ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷ ପିଇ ବିବାହିତା ମହିଳା ଙ୍କ ଆତ୍ମହତ୍ୟା

ନୂଆପଡା :ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମ ବେଲପାଟି ପଡାର ବିମଲେ ବନ୍ଦିଚୋର (୨୭)ଜଣେ ବିବାହିତା ମହିଲା ବିଷ ପିଇ ଆତ୍ମହତ୍ଯା କରିଥିବା ଜଣାପଡିଛି। ସୁଚନା ଅନୁସାରେ ଗତ ବୁଧବାର ସଂନ୍ଧ୍ଯା ରେ କୌଣସି କାରଣରୁ ନିଜ ମାନସିକ ସନ୍ତୁଳନ  ହରାଇ ବିଷ ପିଇ ଦେଇଥିବା ବେଳେ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ହେଲେ ଅଧିକ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟ କୁ ସ୍ତାନାନ୍ତରୀତ କରିଥିଲେ। ହେଲେ ଜିଲ୍ଲା ଚିକିତ୍ସାଳୟ ନେବା ବେଲକୁ ଅଧା ବାଟରେ ମହିଲା ଜଣକଙ୍କ ଜୀବନ ଚାଲି ଯାଇଥିଲା। ତେବେ ମ୍ରୁତ୍ୟୁ ଶରୀର କୁ ସିନାପାଲି ଫେରାଇ ଆଣି ପରିବାର ଲୋକେ ସିନାପାଲି ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲେ। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରିଥିବା ସୁଚନା ମିଲିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପରିବାର ଲୋକେ ଶବଦାହ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀରେ ସହରର ବିଭିନ୍ନ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ମହାନ୍ତି ଦମ୍ପତି ପୁଣିଥରେ ସମିତି ସଭ୍ୟଭାବେ ନିର୍ବାଚିତ ହେବାସହ ଅଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ଦାବେଦାର୍, ଶିବିର ଚଳ ଚଞ୍ଚଳ

Sunil Chandra Nayak

ଡମ୍ବରୁଧର ବେହେରାଙ୍କୁ  ବ୍ରହ୍ମପୁର ମହାନଗର ନିଗମ ମହୋତ୍ସବ ସାହିତ୍ୟ ସମ୍ମାନ (୨୦୨୨)

Sunil Chandra Nayak

Leave a Comment

error: Content is protected !!