ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଷ ପିଇ ବିବାହିତା ମହିଳା ଙ୍କ ଆତ୍ମହତ୍ୟା

ନୂଆପଡା :ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମ ବେଲପାଟି ପଡାର ବିମଲେ ବନ୍ଦିଚୋର (୨୭)ଜଣେ ବିବାହିତା ମହିଲା ବିଷ ପିଇ ଆତ୍ମହତ୍ଯା କରିଥିବା ଜଣାପଡିଛି। ସୁଚନା ଅନୁସାରେ ଗତ ବୁଧବାର ସଂନ୍ଧ୍ଯା ରେ କୌଣସି କାରଣରୁ ନିଜ ମାନସିକ ସନ୍ତୁଳନ  ହରାଇ ବିଷ ପିଇ ଦେଇଥିବା ବେଳେ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ହେଲେ ଅଧିକ ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟ କୁ ସ୍ତାନାନ୍ତରୀତ କରିଥିଲେ। ହେଲେ ଜିଲ୍ଲା ଚିକିତ୍ସାଳୟ ନେବା ବେଲକୁ ଅଧା ବାଟରେ ମହିଲା ଜଣକଙ୍କ ଜୀବନ ଚାଲି ଯାଇଥିଲା। ତେବେ ମ୍ରୁତ୍ୟୁ ଶରୀର କୁ ସିନାପାଲି ଫେରାଇ ଆଣି ପରିବାର ଲୋକେ ସିନାପାଲି ଥାନାରେ ଲିଖିତ ଅଭିଯୋଗ ଜଣାଇଥିଲେ। ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରିଥିବା ସୁଚନା ମିଲିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପରିବାର ଲୋକେ ଶବଦାହ କରିଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ

Sunil Chandra Nayak

ଜିଲ୍ଲାପାଳଙ୍କ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମୋ କାହାଣୀ

Sunil Chandra Nayak

Leave a Comment

error: Content is protected !!