ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଫେଲ l ନୂଆପଡା ରେ ପାଞ୍ଚ ହଜାର ନକଲି ଭୋଟର – କଂଗ୍ରେସ

ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଫେଲ l ନୂଆପଡା ରେ ପାଞ୍ଚ ହଜାର ନକଲି ଭୋଟର – କଂଗ୍ରେସ 

ନୂଆପଡା, ନୂଆପଡା ସ୍ଥିତ ଖୁଣ୍ଟିଆ ଭବନରେ ଆଜି କଂଗ୍ରେସ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ କଂଗ୍ରେସ ମିଡ଼ିଆ ସେଲ ପ୍ରଭାରି ଅରବିନ୍ଦ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ କହିଥିଲେ ଯାହାକି ସମସ୍ତ ଯୋଜନା ଜନସାଧାରଣ ପାଇଁ ଏକ ପ୍ରହସନ ବୋଲି କହିଥିଲେ l ସୁଭଦ୍ରା ଯୋଜନା ଯାହାକି ମାଁ ମାନଙ୍କୁ ପଚାଶ ହଜାର ଟଙ୍କା ଦିଆଯିବ ବୋଲି ଡିଡିମ୍ବ ପିଟୁଥିବା ସରକାର ଆଜି ମା ମାନଙ୍କୁ ପାଞ୍ଚ ବର୍ଷ ପାଇଁ କିସ୍ତି କିସ୍ତି କରି ପାଞ୍ଚ ହଜାର ଟଙ୍କା ଦେଉଛି l ଯାହାକି ମା ମାନଙ୍କୁ ଦୈନିକ ସେତେଇଶି ଟଙ୍କା ଚଉତିରିଶି ପଇସା ହିସାବରେ ପଡୁଛି ଯାହାକି ଦେଶର ମହିଳା ମାନଙ୍କ ପ୍ରତି ଏକ ଅପମାନ ସଦୃଶ ଏବଂ କୌଣସି ଏକୋଇଶି ବର୍ଷରୁ ଅଧିକ ହୋଇଥିବା ଛାତ୍ରୀ ଅଠର ହଜାର ରୁ ଅଧିକ ଷ୍ଟାଇପେଣ୍ଡ ପାଉଛନ୍ତି ତାହେଲେ ତାଙ୍କୁ ସୁଭଦ୍ରା ଯୋଜନାରୁ ବାଦ ଦେବାପାଇଁ ସରକାରଙ୍କ ନିର୍ଦେଶ ଅନୁଯାଇ ଆଇସିଡ଼ି ଲେଖା ଦେଇଥିବା ଦେଇଛନ୍ତି ବୋଲି କହିଛନ୍ତି l ଅପର ପକ୍ଷେ ନୂଆପଡା ବିଧାନସଭା କ୍ଷେତ୍ରରେ ପୁରୁଷ ଭୋଟର ୧.୨୨ ଲକ୍ଷ ଓ ମହିଳା ଭୋଟର ୧.୨୬ ଲକ୍ଷ ଥିଲା ହେଲେ ଶେଷ ମୁହୂର୍ତ୍ତରେ ଦୁଇ ହଜାର ପୁରୁଷ ଓ ତିନି ହଜାର ମହିଳା ଭୋଟର ଯାହାକି ପାଞ୍ଚ ହଜାର ନକଲି ଭୋଟ ଯୋଡ଼ା ଯାଇଛି ବୋଲି ଶ୍ରୀ ଦାସ କହିବା ସହ ଆଇନ ଯିବି ପୀତବାସ ପଣ୍ଡା ଙ୍କ ହତ୍ୟାର ସିବିଆଇ ଯାଞ୍ଚ କରାଯାଉ ବୋଲି କହିଥିଲେ l ଏହି ସାମ୍ବାଦିକ ସମ୍ମିଳନୀ ରେ ବିଧାୟକ ପାର୍ଥି ଘାସିରାମ ମାଝୀ, ପିସିସି ସମ୍ପାଦକ ତୁଲେଶ୍ୱର ନାଏକ,ହାମ୍ମିତ ହୁସେନ, ରବି ମଙ୍ଗରାଜ, ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପର୍ବ ପୂର୍ବରୁ ରାୟଗଡ଼ାରେ ମିଠା ଓ ଦୁଗ୍ଧଜାତ ଖାଦ୍ୟର ମାନ ଯାଞ୍ଚ ଦାବି

Sunil Chandra Nayak

ସିଲେଟପଡା-କୁଶୁର୍ଲା ରାସ୍ତା ନିର୍ମାଣ ନେଇ ଧାରଣା ରେ ବସିଲେ ଗ୍ରାମବାସୀ

Sunil Chandra Nayak

ସାତ ଦିନିଆ ବନ୍ଯା ଓ ବାତ୍ଯା ମୁକାବିଲା ସଚେତନତା ଶିବିର ଉଦ୍ଘାଟିତ

Leave a Comment

error: Content is protected !!