ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ସହିତ ବୈଠକ 

ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ସହିତ ବୈଠକ 

ନୂଆପଡା,   ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନ୍ ଙ୍କ ଦ୍ଵାରା ତିନି ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି l ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଶ୍ରୀ ପ୍ରକାଶ ବିନ୍ଦୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ଵ ସେବା, ଏବଂ ପୋଲିସ୍ ପର୍ଯ୍ୟବେକ୍ଷକ ବି ଶଙ୍କର୍ ଜଇସ୍ୱାଲ୍ , ଭାରତୀୟ ପୋଲିସ୍ ସେବା, ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ତାଙ୍କର ପ୍ରତିନିଧି ମାନଙ୍କ ସହିତ ଏକ ବୈଠକରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୋଗଦେଇଥିଲେ l ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ବ୍ୟବହାରିକ କାର୍ଯ୍ୟ, ଖର୍ଚ୍ଚ ପରିଚାଳନା ଏବଂ ଶାନ୍ତି ଶୃଙ୍ଖଳା ସମ୍ବନ୍ଧୀୟ ଆବଶ୍ୟକ ସୂଚନା ସେମାନଙ୍କୁ ପ୍ରଦାନ କରିଥିଲେ l ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୂସୁଦନ ଦାଶ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ନିର୍ବାଚନ ଡେପୁଟି କଲେକ୍ଟର ଶେଖ୍ ନସିମ ପାୱାର ପଏଣ୍ଟ ମାଧ୍ୟମରେ ସମସ୍ତ ବିଷୟ ବିସ୍ତୃତ ଉପସ୍ଥାପନା କରିଥିଲେ l ପର୍ଯ୍ୟବେକ୍ଷକମାନେ ସମସ୍ତ ଦିଗ କୁ ଧ୍ୟାନ ଦେଇ ପ୍ରାର୍ଥୀ ମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ l ଆଦର୍ଶ ଆଚରଣ ସଂହିତାର ଗୁରୁତ୍ୱପୂର୍ଣ୍ଣ ଦିଗ,ଖର୍ଚ୍ଚ ରିପୋର୍ଟିଂ ଫର୍ମାଟ୍, ଦର ତାଲିକା, ଯାନବାହାନ, ଶୋଭାଯାତ୍ରା ଏବଂ ସାଧାରଣ ସଭା ପାଇଁ ଅନୁମତି ପ୍ରଦାନ ଉପରେ ଆଲୋଚନା ହୋଇଥିଲା। ପୋଲିଂ ଏଜେଣ୍ଟଙ୍କ ନିଯୁକ୍ତି, ଗଣନା ଏଜେଣ୍ଟ, ନିର୍ବାଚନ ଏଜେଣ୍ଟଙ୍କ ଅଧିକାର ଏବଂ କର୍ତ୍ତବ୍ୟ ସମ୍ଵନ୍ଧରେ ଜଣାଇଥିଲେ। ଏହା ସହିତ ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ, ରାଣ୍ଡମାଇଜେସନ୍, ମିଡିଆ ପରିଚାଳନା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା l ସମସ୍ତ ପର୍ଯ୍ୟବେକ୍ଷକ ରାଜନୈତିକ ଦଳ, ପ୍ରାର୍ଥୀ ଓ ମତଦାତାଙ୍କ ପାଇଁ ସ୍ଥାନୀୟ ସର୍କିଟ ହାଉସ ରେ ଦିନ ୧୧ ଟାରୁ ୧୨ ଟା ଯାଏଁ ଉପଲବ୍ଧ ରହି, ତାଙ୍କ ଅଭିଯୋଗ ଓ ଅସୁବିଧାଗୁଡିକୁ ସମାଧାନ କରିବେ l ଶ୍ରୀ ବିନ୍ଦୁଙ୍କ ମୋବାଇଲ୍ ନମ୍ବର ୯୦୭୮୭୫୨୪୫୨, ଶ୍ରୀ ପାଣ୍ଡେ ଙ୍କ ମୋବାଇଲ୍ ନମ୍ବର ୭୦୭୭୮୩୬୪୨୮ ଏବଂ ଶ୍ରୀ ଜଇସ୍ୱାଲ୍ ଙ୍କ ମୋବାଇଲ୍ ନମ୍ବର ୯୯୩୮୫୪୫୦୨୮ରେ ସେମାନଙ୍କୁ ଯୋଗାଯୋଗ କରି ନିର୍ବାଚନ ସମ୍ବନ୍ଧୀୟ ସମସ୍ୟା ଯେକେହି ଜଣାଇ ପାରିବେ ବୋଲି ଜିଲ୍ଲାପାଳ କହିଛନ୍ତ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଉରକେଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସମାରୋହ-୨୦୨୫

Sunil Chandra Nayak

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

ବ୍ଲକ ସ୍ତରୀୟ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!