ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ବିଜୁଳିରୁ ବଞ୍ଚୁତ ନିୟମଗିରିର ଡଙ୍ଗରିଆ

 ସଡ଼କ ବିଜୁଳିରୁ ବଞ୍ଚୁତ ନିୟମଗିରିର ଡଙ୍ଗରିଆ

ରାୟଗଡା:-  ନିୟମଗିରି ପର୍ବତାମାଳାରେ ଥିବା ମୂଲ୍ୟବାନ ଖଣିଜ ସାମଗ୍ରୀ ଉପରେ କମ୍ପାନୀମାନେ ଲୋଲୁପ ଦୃଷ୍ଟି ପକାଉ ଥିବା ବାବେଳେ ଏଠାରେ ବସବାସ କରୁଥିବ ଆଦିମ ଜନଜାତି ଡଙ୍ଗରିଆମାନଙ୍କ ଯେଭଳି ବିକାଶ ହେବାକ‌ଥା ତାହା ହୋଇପାରୁ ନାହିଁ । ଏବେ ବି ଏଠାରେ ବସବାସ କରୁ ଥିବା ଡଙ୍ଗରିଆମାନେ ସ୍ଥାୟୀ ସଡକ, ବିଦ୍ୟୁତ୍ ଆଲୋକ ଓ ପାଇପ୍ ଯୋଗେ ପାନୀୟଜଳ ଭଳି ମୌଳିକ ନି ସର୍ବନିମ୍ନ ସେବା ପାଇବାରୁ ବହୁ ଦୂରରେ।

ଡଙ୍ଗରିଆମାନେ ବିକାଶ ଠାରୁ ଦୂରରେ ରହୁଥିବାରୁ ସେମାନଙ୍କର ସରଳତାର ସୁଯୋଗ ନେଇ ଏକାଧିକ ସଂସ୍ଥା ଏବେ ନିୟମଗିରିରେ ଗଚ୍ଛିତ ଖଣିଜ ସମ୍ପଦକୁ ହାତେଇବାପାଇଁ ବିଭିନ୍ନ ଉପାୟରେ ଉଦ୍ୟମ କରୁଛନ୍ତି । ଡଙ୍ଗରିଆମାନେ ବି ନିଜର ଭିଟାମାଟିର ସୁରକ୍ଷାପାଇଁ ଲଢୁଛନ୍ତି । ହେଲେ ସର୍ବନିମ୍ନ ନିମ୍ନ ମୌଳିକ ସୁବିଧାରୁ ଦୂରରେ ରହିଥ‌ିବାରୁ ଅନେକ ସ୍ଥାନରେ ସେମାନଙ୍କୁ ପ୍ରଲୋଭିତ ତଥା ପ୍ରଭାବିତ କରିବାରେ ଲୋକେ ସଫଳ ହେଉଛନ୍ତି। ନିୟମଗିରି ପର୍ବତମାଳାର ଡଙ୍ଗରିଆମାନଙ୍କ ସିଂହଭାଗ ରହିଚି ରାୟଗଡା ଜିଲ୍ଲାରେ। ଏହି ଜିଲ୍ଲାରେ ବିଷମକଟକ, ମୁନିଗୁଡା ଓ କଲ୍ୟାଣସିଂହପୁର ବ୍ଲକରେ ରହିଛି ୮୫ଟି ଡଙ୍ଗରିଆ ଗାଁ । ତେବେ ଏହିସବୁ ଗାଁ ମଧ୍ୟରୁ ଏବେ ବି ୩୬ଟି ଗାଁର ଡଙ୍ଗରିଆମାନେ ସ୍ଥାୟୀ ସଡକ ସୁବିଧା ପାଉଥିବାବେଳେ ୪୪ଟି ଗାଁର ଲୋକେ ବିଦ୍ୟୁତ୍ ଆଲୋକଠାରୁ ଦୂରରେ। ସେହିଭଳି ୫୯ଟି ଗାଁର ଲୋକଙ୍କ ପାଇଁ ପାଇପ୍ ଯୋଗେ ପାଣିନୀୟଜଳ ଅପହଞ୍ଚ ।

 ସରକାରଙ୍କ କେତେ ଉଦ୍ଯମ  କତେକ ସଂସ୍ଥାଙ୍କ ସହଯୋଗ ଯୋଗୁଁ ଅଢେଇ ହଜାରରୁ ଅଧୂକ ଡଙ୍ଗରିଆ ଆତ୍ମ ନି ର୍ଭ ର ୬୪ଜଣ ହୋଇଥିବା କୁହା କୁହାଯାଉଛି । ଏମାନଙ୍କ ମଧ୍ୟରେ ସର୍ବାଧ‌ିକ ୧୨୬୪ ବିଷମକଟକରେ ଥିବା ୩୩ଟି ଗାଁର। ହେଲେ ଏହି ୩୩ଟି ଗାଁ ମଧ୍ୟରୁ ୩୨ଟି ଗାଁ ଲୋକେ ପାଇପ୍ ଯୋଗେ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଥିବାବେଳେ ୭ଟି ଗାଁ ର ଲୋକେ ବିଜୁଳି ଦେଖୁ ନାହାନ୍ତି ।

କଲ୍ୟାଣସିଂହପୁର ବ୍ଳକର ୩୧ଟି ଗାଁର ୭୫୦ ଜଣ ଡଙରିଆ ଆତ୍ମନିର୍ଭର ହୋଇଥିବା ସରକାରୀ ଭାବେ କୁହାଯାଉଥିବାବେଳେ ଏହି ଗାଁ ମଧ୍ୟରୁ ୨୨ଟି ଗାଁର ଲୋକେ ପାଇପ୍ ଯୋଗେ ପାନୀୟଜଳ ଓ ୨୦ଟି ଗାଁର ଲୋକେ ବିଦ୍ୟୁତ୍ ସେବାଠାରୁ ଢେର ଦୂରରେ ରହିଛନ୍ତି। ମୁନିଗୁଡା ବ୍ଲକରେ ମଧ୍ଯ ସମାନ ସ୍ଥିତି । ଡଙ୍ଗରିଆମାନେ ବସବାସ କରୁଥିବା ଏଠାକାର ୨୧ଟି ଗାଁରୁ ୨୭ଟି ଗାଁ ଲୋକେ ବିଜୁଳି ଦେଖି ନାହାନ୍ତି। ତେବେ ଏଠାରେ ୫୮୯ ଜଣ ଆତ୍ମନିର୍ଭର ହୋଇଥିବା ସରକାରୀ ଭାବେ କୁହାଯାଉଛି। ତେବେ ନିୟମଗିରି ପାର୍ବତ୍ୟମାଳାରେ ଆଦିବାସୀମାନଙ୍କର ବିକାଶପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ ହେବାରେ ଲାଗିଛି। ୨୦୨୪- ୨୫ ବର୍ଷରେ ରାଜ୍ୟ ଯୋଜନା ଓପିଇଏଲ୍‌ପିରେ ରାୟଗଡା ଜିଲ୍ଲାର ଡିକେଡିଏ ଚଟିକଣା ପାଇଁ ପ୍ରାୟ ୧କୋଟି ୨୫ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବଳେ ସେହି ଜିଲ୍ଲାର ଡିକେଡିଏ ପରାସଲି ରେ ପ୍ରାୟ ୭୨ଲକ୍ଷ ଟଙ୍କା ବ୍ୟୟ ହୋଇଛି। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ କେକେଡିଏରେ ୮୬ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଛି। ଏହି ବର୍ଷ କେନ୍ଦ୍ରୀୟ ଯୋଜନାରେ ଏହିସବୁ ଅଞ୍ଚଳ ପାଇଁ ଆଦୌ ଅର୍ଥ ମିଳିନାହିଁ।

ନିୟମଗିରି ପାର୍ବତ୍ୟମାଳାରେ ବସବାସ କରୁଥିବା ଡଙ୍ଗରିଆମାନେ ବିଲୁପ୍ତପ୍ରାୟ ଜନଜାତି ତାଲିକାରେ ଥିବାବେଳେ ନିଜର ଭିଟାମାଟିର ସୁରକ୍ଷାପାଇଁ ସେମାନେ ଲଢେଇ ଜାରି ରଖୁଛନ୍ତି । ଏହି ଜନଜାତି ବର୍ଗଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ପରିମାଣର ଅର୍ଥ ଯୋଗାଇ ଦେଉଥୁବାବେଳେ ସେମାନଙ୍କର ଯେଭଳି ବିକାଶ ହେବାକଥା ତାହା ହୋଇପାରୁ ନାହିଁ। ଏହାକୁ ନେଇ ଏବେ ଅର୍ଥ ବ୍ୟୟ ଦାୟିତ୍ୱରେ ଥିବା ପ୍ରଶାସନ ଓ ଜନଜାତିଙ୍କ ବିକାଶ ପାଇଁ କାର୍ଯ୍ୟରତ ବେସରକାରୀ ଅନୁଷ୍ଠାନଗୁଡିକ ଉପରେ ସନ୍ଦେହ ଉପୁଜିଲାଣି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନର ୪୨ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଉଦଯାପିତ 

masiha

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

masiha

ସାମ୍ଵାଦିକଙ୍କ ମାତୃ ବିୟୋଗ 

Sunil Chandra Nayak

Leave a Comment

error: Content is protected !!