ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଦୁଇଟି ଭେଣ୍ଟିଲେଟର୍ ପ୍ରଦାନ

ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଦୁଇଟି ଭେଣ୍ଟିଲେଟର୍ ପ୍ରଦାନ

ରାଉରକେଲା : ରାଉରକେଲା ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଭୁବନେଶ୍ବର ସର୍କଲ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନ୍ତର୍ଗତ ମାଧ୍ୟମରେ ଦୁଇଟି ମ୍ଯାଗ୍ନେଟ୍ ସର୍ଭୋ-ସି-ଭେଣ୍ଟିଲେଟର ପ୍ରଦାନ କରାଯାଇଛି। ମ୍ୟାଗ୍ନେଟ୍ ସର୍ଭୋ-ସି-ଭେଣ୍ଟିଲେଟର ହେଉଛି ସଦ୍ଯ ଜନ୍ମିତ ଶିଶୁ, ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଡିଜାଇନ୍ କରାଯାଇଥିବା ଏକ ଉନ୍ନତ କ୍ରିଟିକାଲ୍ କେୟାର୍ ଭେଣ୍ଟିଲେଟର। ଭେଣ୍ଟିଲେଟରଗୁଡ଼ିକ ହସ୍ପିଟାଲର ନୂତନ ଆଇସିୟୁ ୱିଙ୍ଗରେ ସ୍ଥାପିତ କରାଯାଇଛି। 

       ଏହି ଉଦ୍ଘାଟନୀ ଉତ୍ସବରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଭୁବନେଶ୍ବର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଏ. ଡି. ରତ୍ନ ତେଜା, ସିଡବ୍ଲ୍ୟୁଏସ୍ ହସ୍ପିଟାଲର ନୂତନ ଆଇସିୟୁ ୱିଙ୍ଗର ନିର୍ଦ୍ଦେଶକ ଫାଦର ବେନିଚାନ୍ କେ. ପିଟରଙ୍କୁ ଭେଣ୍ଟିଲେଟରଗୁଡ଼ିକ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ବଲପୁର ମଡ୍ଯୁଲ ଡିଜିଏମ୍ ସଞ୍ଜୟ କୁମାର ଝା ଏବଂ ରାଉରକେଲା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଅସିମ କୁମାର ଘୋଷ ପ୍ରମୁଖଙ୍କ ସମେତ ସିଡବ୍ଲ୍ୟୁଏସ୍ ହସ୍ପିଟାଲର ବରିଷ୍ଠ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଶ୍ରୀ ସତ୍ୟ ସାଇ ସେବା ସମିତି ପକ୍ଷରୁ ବାବାଙ୍କ ୯୯ ତମ ଜୟନ୍ତୀ ପାଳନ 

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭଳିଆ ଆଦିବାସୀ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦିଅ, ଧାନ ର ଏମ.ଏସ.ପି ଡବଲ କର, ପେସା ଆକ୍ଟ ଲାଗୁ କର ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରେ ସାଂସଦ ରାଜ୍ୟସଭା ଶ୍ରୀ ନିରଞ୍ଜନ ବିଶି ଙ୍କ କଡା ମନ୍ତବ୍ୟ

masiha

Leave a Comment

error: Content is protected !!