ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ୫ ଦିବସୀୟ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପ୍ରଶିକ୍ଷଣ ଶିଵିର

ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ୫ ଦିବସୀୟ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପ୍ରଶିକ୍ଷଣ ଶିଵିର

ରାଇରଙ୍ଗପୁର – ୨୫/୦୯- ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ରାଇରଙ୍ଗପୁର ମହାବିଦ୍ୟାଳୟରେ ଗତ ସେପ୍ଟେମ୍ବର ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୫ ଦିଵସୀୟ ପ୍ରଧାନମନ୍ତ୍ରୀ ଉଚ୍ଚତର ଅଭିଯାନ ଓ ସଚେତନତା ପ୍ରଶିକ୍ଷଣ ଶିବିର ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଯାହାର ଆଜି ଉଦଯାପିତ ହୋଇଯାଇଛି |ଏହି ସଚେତନତା କାର୍ଯକ୍ରମରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ “ମାନ୍ୟବର ସଦସ୍ୟ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)” ମାନସ୍ମିତା ଖୁଣ୍ଟିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ସଚେତନତା କରିଥିବା ବେଳେ ସମ୍ମାନୀୟ ଅତିଥି ଭାବରେ ରାଇରଙ୍ଗପୁର ଡେପୁଟି କଲେକ୍ଟର ମାନସ ରଞ୍ଜନ ବେହେରା, କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ଯାଳୟର ଅଧକ୍ଷ ମନୋଜ କୁମାର ସାହୁ, ରାଇରଙ୍ଗପୁର ଆଦର୍ଶ ଥାନାର ସବ ଇନ୍ସ୍ପେକଟର ରୋଷନୀ ବିଶ୍ୱାଳ,ସବ ଇନ୍ସ୍ପେକଟର ଏସ ଆର ବାରିକ, ପ୍ରମୁଖ ଉପସ୍ଥିତ ଥିଲେ |ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋହର ବାରିକ ଏବଂ ପିଏମ ଉଷା ସଂଯୋଜକ ମାନସ ରଞ୍ଜନ ସାହୁଙ୍କ ପ୍ରତ୍ଯକ୍ଷତତ୍ଵାବଧାନରେ ଏହି ଆଓ୍ଵାରନେସ କାର୍ଯ୍ୟକ୍ରମ ଶୃଙ୍ଖଳା ଓ ସଫଳତାର ସହ ସମ୍ପନ୍ନ ହୋଇଛି ||ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ ୧୮ ଗୋଟି ମହାବିଦ୍ୟାଳୟର ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଅଭିଜ୍ଞ ଅଧ୍ୟାପକ/ ଅଧ୍ୟାପିକା ,ବିଶେଷଜ୍ଞଙ୍କଙ୍କ ଦ୍ଵାରା “ଦକ୍ଷତା, ସଚେତନତା ଓ ସୁରକ୍ଷାରୁ ସୁଯୋଗ ସୃଷ୍ଟି କରନ୍ତୁ; ଶିଖନ୍ତୁ, ବିକଶିତ ହୁଅନ୍ତୁ, ନେତୃତ୍ୱ ନିଅନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ ସମ୍ବନ୍ଧୀୟ ପ୍ରଶିକ୍ଷିତ ହୋଇଥିଲେ |ଅଭିଜ୍ଞ ରିସୋର୍ସ ପାର୍ସନଙ୍କ ସହ ଛାତ୍ରୀମାନେ ସ୍ବାସ୍ଥ୍ୟ,ନେତୃତ୍ଵ,ଶିକ୍ଷା,ଆତ୍ମରକ୍ଷା ,ଦକ୍ଷତା,ନିର୍ଯାତନା,ଵୈଵାହିକ’ ,ଆତ୍ମନିର୍ଭରଶୀଳ ସମେତ ବହୁ ମୁଲ୍ଯବାନ ବିଷୟରେ ଆଲୋଚନା କରି ମୂଲ୍ୟବାନ କଥା ଶିକ୍ଷାଲାଭ କରିବା ସହ ଜୀବନରେ ତାହାକୁ କାମରେ ଲଗାଇଲେ ବୋଲି ଛାତ୍ରୀମାନେ କହିଥିଲେ ।

– ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

ରାୟଗଡା ଜିଲ୍ଲାରେ ମେଟ୍ରିକ୍ ଫଳାଫଳ ୯୭.୩୩ % ,  କୋରାପୁଟ ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ପରୀକ୍ଷା ଫଳ , କୋରାପୁଟରେ ୯୨.୮୩ ପ୍ରତିଶତ

masiha

ଫେଲ ଛାତ୍ରୀ ପାସ ସାର୍ଟିଫିକେଟ ଦେଇ ହାତେଇଲେ ଚାକିରୀ

masiha

Leave a Comment

error: Content is protected !!