ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଜୁଡୋରେ ସଫଳତା ଆଣିଲେ କେନ୍ଦୁଝର ଝିଅ ବୈଷ୍ଣବୀ

ଜାତୀୟ ଜୁଡୋରେ ସଫଳତା ଆଣିଲେ କେନ୍ଦୁଝର ଝିଅ ବୈଷ୍ଣବୀ

 କେନ୍ଦୁଝର,୨୬।୧୦ ଚଳିତ ମାସ ୨୪ ତାରିଖରୁ ଗୁଜୁରାଟର ସୁରଟରେ ଆରମ୍ଭ ହୋଇଛି ଜାତୀୟ ଜୁଡୋ ପ୍ରତିଯୋଗିତା। ଏଥିରେ ଓଡିଶା ଦଳରେ ସାମିଲ ଥିବା କେନ୍ଦୁଝର ଜିଲାର ବୈଷ୍ଣବୀ ଗୁପ୍ତା ଭାଗନେଇ ରବିବାର କନିଷ୍ଠ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ କରି କେନ୍ଦୁଝର ଜିଲ୍ଲା ତଥା ରାଜ୍ୟକୁ ଗର୍ବିତ କରିଛନ୍ତି।

ବୈଷ୍ଣବୀ କେନ୍ଦୁଝର କେନ୍ଦ୍ରୀୟ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଡୁଥିବା ବେଳେ କେନ୍ଦୁଝର ଗଡ଼ ରେଳଷ୍ଟେସନର ଇନ୍‌ଷ୍ଟିଚ୍ୟୁଟଠାରେ ତପନ କୁମାର ପୁର୍ପି ଓ ଜଗନ୍ନାଥ ଟୁଡୁଙ୍କ ନିକଟରୁ ପ୍ରଶିକ୍ଷଣ ନେଉଛନ୍ତି।

ବାପା ସଞ୍ଜୟ କୁମାର ପୂର୍ବତଟ ରେଳପଥର କେନ୍ଦୁଝରଠାରେ ଟ୍ରେନ ମେନେଞ୍ଜର ଭାବେ କାର୍ଯ୍ୟରତ ଥିବା ବେଳେ ମାତା ଗୁଡି କୁମାରୀ ଜଣେ ଗ୍ରୁହୁଣୀ। ବୈଷ୍ଣବୀଙ୍କୁ ଏହି ସଫଳତା ପାଇଁ ସମସ୍ତ ରେଳ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି।

Related posts

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

masiha

ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ମହିଳା ସଶକ୍ତି କରଣ ପାଇଁ ସ୍ଵାତି ଅନୁଷ୍ଠାନ ପକ୍ଷ ରୁ 2 ଦିନିଆ କର୍ମ ଶାଳା 

Sunil Chandra Nayak

Leave a Comment

error: Content is protected !!