ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପିସିବି ପକ୍ଷରୁ ୧୧ ଟି ଅଟୋମୋବାଇଲସ ଓ ୨ ଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ସଂସ୍ଥା କୁ କାରଣ ଦର୍ଶାଅ ନୋଟିସ

ଏସପିସିବି ପକ୍ଷରୁ ୧୧ ଟି ଅଟୋମୋବାଇଲସ ଓ ୨ ଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ସଂସ୍ଥା କୁ କାରଣ ଦର୍ଶାଅ ନୋଟିସ

ରାଉରକେଲା: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୧୧ ଟି ଅଟୋମୋବାଇଲସ ଓ ୨ ଟି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ ସଂସ୍ଥା କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି l ପ୍ରଦୂଷଣ ନିୟମ ଉଲଂଘନ ଅଭିଯୋଗ ରେ ଏହି ନୋଟିସ ପ୍ରଦାନ କରାଯାଇଥିବା ଆଞ୍ଚଳିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି l

ଅଟୋମୋବାଇଲ ୟୁନିଟ୍ ଗୁଡିକ ମଧ୍ୟରେ ଏସ.ଏସ ଷ୍ଟିଲଲୋୟ ପ୍ରାଇଭେଟ. ଲିମିଟେଡ଼ (ଟାଟା ବଳରାମ ମୋଟର୍ସ), ସୀତା ରାଇଡର୍ସ ପ୍ରା.ଲି. (କ୍ରିଷ୍ଣା ହୋଣ୍ଡା),କାଭ୍ୟା ହ୍ୟୁଣ୍ଡାଇ, ସୀତା ଅଟୋକେୟାର (କ୍ରିଷ୍ଣା କିଆ), କୋଶଳ ହ୍ୟୁଣ୍ଡାଇ, କ୍ରିଷ୍ଣା ବାହାନ ପ୍ରା.ଲି (ଟାଟା ମୋଟର୍ସ), କ୍ରିଷ୍ଣା ଅଟୋ ମୋଟିଭ (କ୍ରିଷ୍ଣା ମହିନ୍ଦ୍ରା), ନେକ୍ସl ସର୍ଭିସ (ମାରୁତି ସୁଜ଼କି), ଜ।ହ୍ନବି ଅଟୋମୋବାଇଲ . (ଜ।ହ୍ନବି ନିଶାନ), ଅର୍ବିଟ ମୋଟର୍ସ ପ୍ରା.ଲି (ମାରୁତି ସୁଜ଼କି), ବେଦ ଅଟୋ ପଏଣ୍ଟ (ବେଦ ଫୋର୍ଡ଼) ପ୍ରମୁଖ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି l ସେହିପରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ କରୁଥିବା ସାଇ ସୁପର ଇଣ୍ଡଷ୍ଟ୍ରି (ଜେନିଥ ଷ୍ଟିଲସ) ଓ ଆସ୍ଥା ଟ୍ରେଡର୍ସ କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଦିଆଯାଇଛି l ନିର୍ଦ୍ଧାରିତ ଦିନ ମଧ୍ୟରେ ସମ୍ପୃକ୍ତ ସଂସ୍ଥା ମାନେ ନିୟମ ନ ମାନିଲେ କିମ୍ବା ଉତ୍ତର ନଦେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡ଼ ମଲ୍ଲିକ ଚେତାଇ ଦେଇଛନ୍ତି l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

masiha

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଓ ବିଜୟ ଦଶମୀ ଉତ୍ସବ ଉପଲକ୍ଷେ ରାଇଘର ଖଣ୍ଡ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ 

Sunil Chandra Nayak

କେନ୍ଦୁଝରରେ ବିଶ୍ବ ହିନ୍ଦୁ ପରିଷଦର ଭଦ୍ରାସାହି ଛକ ର ବନ୍ଦର ପ୍ରଭାବ, ସକାଳରୁ ବନ୍ଦ ଯାନଚଳାଚଳ ଓ ବ୍ୟାପାରବାଣିଜ୍ୟ

Sunil Chandra Nayak

Leave a Comment

error: Content is protected !!