ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

ଖଇରା,୨୯/୧୦/୨୫- ଜଣେ କର୍ତ୍ତବ୍ୟ ଓ କାର୍ଯ୍ୟରତ ଯୁବ ସାମ୍ବାଦିକଙ୍କ ବିୟୋଗ ସମସ୍ତଙ୍କୁ ଦୁଃଖ ଦେଇଛି । ଏତିକି ଏକ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ । ଉକ୍ତ ବ୍ଲକ ବାସିନ୍ଦିପୁର ଗ୍ରାମର କିଶୋର ବେହେରା ଦୀର୍ଘଦିନ ହେବ ସାମ୍ବାଦିକତା କରୁଥିଲେ । ଗତ କିଛି ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ଥାଇ ମଧ୍ୟ ନିଜର ସାମ୍ବାଦିକତା କର୍ମ ବଜାୟ ରଖିଥିଲେ । ସେ ଜଣେ ସରଳ, ନୀରିହ, ସଚ୍ଚୋଟ, ମିଷ୍ଟଭାଷୀ, ମେଳାପୀ, ସେହ୍ନୀ, ପରୋପକାରୀ ଓ କାର୍ଯ୍ୟଦକ୍ଷ ସାମ୍ବାଦିକ ଥିଲେ । ବ୍ଲକ ଓ ଜିଲ୍ଲା ରିପୋର୍ଟର ଭାବେ ସୁନାମ ଥିଲା । ଅସୁସ୍ଥତା ହେତୁ ସୋର ମେଡିକାଲରେ ଡାଇଲିସିସ୍ ଚିକିତ୍ସା ଜାରି ରହିଥିଲା । ଗତକାଲି ହଠାତ୍ ତାଙ୍କ ମୃତ୍ୟୁ ଖବରପାଇ ସାମ୍ବାଦିକ ବନ୍ଧୁ ମାନଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ଖଇରା, ଔପଦା, ସୋର, ସିମୁଳିଆ ଏବଂ ଅନ୍ୟାନ୍ୟ ସାମ୍ବାଦିକ ବନ୍ଧୁ ମାନେ ଶ୍ରୀ ବେହେରାଙ୍କ ମୃତ୍ୟୁ ଖବର ଶୁଣି ସୋର ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବଞ୍ଚିବା ପାଇଁ ଅନେକ ସଂଗ୍ରାମ କରିଥିଲେ ହେଲେ ପାରିଲେ ନାହିଁ ବଞ୍ଚି । ବହୁ ଲୋକ ସାହାଯ୍ୟ କରିଥିଲେ ହେଲେ ବଞ୍ଚି ପାରିଲେ ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅବସର ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଜେଡି କାଉନସିଲରଙ୍କ ପରଲୋକ 

Sunil Chandra Nayak

ସହର ସେବା ସମିତିର ସଂଗୀତ ସଂଧ୍ୟା

ଘଣ୍ଟିଗୁଡା ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ

Leave a Comment

error: Content is protected !!