ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

ଖଇରା,୨୯/୧୦/୨୫- ଜଣେ କର୍ତ୍ତବ୍ୟ ଓ କାର୍ଯ୍ୟରତ ଯୁବ ସାମ୍ବାଦିକଙ୍କ ବିୟୋଗ ସମସ୍ତଙ୍କୁ ଦୁଃଖ ଦେଇଛି । ଏତିକି ଏକ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ । ଉକ୍ତ ବ୍ଲକ ବାସିନ୍ଦିପୁର ଗ୍ରାମର କିଶୋର ବେହେରା ଦୀର୍ଘଦିନ ହେବ ସାମ୍ବାଦିକତା କରୁଥିଲେ । ଗତ କିଛି ବର୍ଷ ହେବ କିଡନୀ ରୋଗରେ ପୀଡ଼ିତ ଥାଇ ମଧ୍ୟ ନିଜର ସାମ୍ବାଦିକତା କର୍ମ ବଜାୟ ରଖିଥିଲେ । ସେ ଜଣେ ସରଳ, ନୀରିହ, ସଚ୍ଚୋଟ, ମିଷ୍ଟଭାଷୀ, ମେଳାପୀ, ସେହ୍ନୀ, ପରୋପକାରୀ ଓ କାର୍ଯ୍ୟଦକ୍ଷ ସାମ୍ବାଦିକ ଥିଲେ । ବ୍ଲକ ଓ ଜିଲ୍ଲା ରିପୋର୍ଟର ଭାବେ ସୁନାମ ଥିଲା । ଅସୁସ୍ଥତା ହେତୁ ସୋର ମେଡିକାଲରେ ଡାଇଲିସିସ୍ ଚିକିତ୍ସା ଜାରି ରହିଥିଲା । ଗତକାଲି ହଠାତ୍ ତାଙ୍କ ମୃତ୍ୟୁ ଖବରପାଇ ସାମ୍ବାଦିକ ବନ୍ଧୁ ମାନଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ଖଇରା, ଔପଦା, ସୋର, ସିମୁଳିଆ ଏବଂ ଅନ୍ୟାନ୍ୟ ସାମ୍ବାଦିକ ବନ୍ଧୁ ମାନେ ଶ୍ରୀ ବେହେରାଙ୍କ ମୃତ୍ୟୁ ଖବର ଶୁଣି ସୋର ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ବଞ୍ଚିବା ପାଇଁ ଅନେକ ସଂଗ୍ରାମ କରିଥିଲେ ହେଲେ ପାରିଲେ ନାହିଁ ବଞ୍ଚି । ବହୁ ଲୋକ ସାହାଯ୍ୟ କରିଥିଲେ ହେଲେ ବଞ୍ଚି ପାରିଲେ ନାହିଁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ନୂତନ ପ୍ରତିପାଳନ ଯତ୍ନ ନିୟମାବଳୀ ୨୦୨୪ ସମ୍ବନ୍ଧରେ ତାଲିମ କାର୍ଯ୍ୟକ୍ରମ

masiha

ବେଢ଼ାବନ୍ଧରେ ବୁଡି ମହିଳାଙ୍କ ମୃତ୍ୟୁ

masiha

ରକ୍ଷଣା ବେକ୍ଷଣ ଅଭାବରୁ କାର୍ଯ୍ୟରେ ଅସୁନି ରାଜପୁର ପୁର୍ଣି ବନ୍ଦ ,ତିନି ବର୍ଷ ହେଲା ହଉନି ନିଲାମ ,ସରକାରୀ ରାଜସ୍ୱ ହାନି 

masiha

Leave a Comment

error: Content is protected !!