ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି

ମୁଣ୍ଡାରୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ଦାବି

ମୁଣ୍ଡାରୀ ଜନଜାତିର ଲୋକଙ୍କର ଦୀର୍ଘ ବର୍ଷର ଦାବୀ ଏବଂ ପ୍ରତିଶୃତି ସତ୍ୱେ କେନ୍ଦ୍ର ସରକାର ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ କୌଣସି ଠୋସ ପଦକ୍ଷେପ ନନେବା ଦୁଃଖ ଏବଂ ପରିତାପର ବିଷୟ. ଏପରିକି ଓଡିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ସରକାର ମାନେ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ ମଧ୍ୟ, ମୁଣ୍ଡାରୀ ଭାଷାର ସ୍ୱତନ୍ତ୍ର ଲିପି ମୁଣ୍ଡାରୀ ବାନି, ମୁଣ୍ଡାରୀ ଭାଷାରେ ସ୍ୱତନ୍ତ୍ର ସାହିତ୍ୟ ସଂସ୍କୃତି ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଦୀର୍ଘ ବର୍ଷ ଧରି ଏହି ମୁଣ୍ଡାରୀ ଜନଜାତିର ଭାଷା ପ୍ରତି ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି. ଏଣୁ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ହାସଲ ନିମନ୍ତେ ଆଜି ମୁଣ୍ଡାରୀ ସମାଜ ସାଂୱାର ଜାମଡା ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଙ୍କୁ ଏବାବଦରେ ଦାବିପତ୍ର ପ୍ରଦାନ କରାଯାଇଛି. ମୁଣ୍ଡାରୀ ସମାଜ ସାଂୱାର ଜାମଡାର ସଭାପତି ନନ୍ଦଲାଲ ସିଂ ଙ୍କ ନେତୃତ୍ୱରେ ଉପସଭାପତି ଜେନା ପ୍ରସାଦ ସିଂ, କୋଷାଧ୍ୟକ୍ଷ ବନ୍ଦୀରାମ ସିଂ, ସହ କୋଷାଧ୍ୟକ୍ଷ ରୋହିଦାସ ସିଂ, ଆଇନଜୀବୀ ସୁରେନ୍ଦ୍ର ସିଂ, ଶୁକ୍ରା ସିଂ, ଓମସା ର ସଭାପତି ମଙ୍ଗଲ ସିଂ ପ୍ରମୁଖ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିବା ସହିତ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ହାସଲ ତଥା ସମ୍ବିଧାନରେ ଅଷ୍ଟମ ଅନୁସୂଚିରେ ସାମିଲ କରିବା ନିମନ୍ତେ ସରକାରଙ୍କ ତରଫରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି. ନଚେତ ଆଗକୁ ଏଥିପାଇଁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମୁଣ୍ଡାରୀ ସମାଜ ସାଂୱାର ଜାମଡାର ସଭାପତି ନନ୍ଦଲାଲ ସିଂ କହିଛନ୍ତି l 

ଅକ୍ଷୟ ବିଶ୍ବାଳ ମୟୁରଭଞ୍ଜ 

Related posts

ପ୍ଲାଷ୍ଟିକ ପ୍ରଦୂଷଣ ଏକ ପ୍ରମୁଖ ପରିବେଶଗତ ସମସ୍ୟା ଆଲୋଚନାଚକ୍ର 

masiha

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

masiha

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ 

masiha

Leave a Comment

error: Content is protected !!