ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗତ ୧୨ ତାରିଖ ରାଉରକେଲା ର ସାହିତ୍ୟ ସଂଗଠନ ପାଳିଲା କଳାଦିବସ  ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ 

ଗତ ୧୨ ତାରିଖ ରାଉରକେଲା ର ସାହିତ୍ୟ ସଂଗଠନ ପାଳିଲା କଳାଦିବସ 

ଆଦର୍ଶ ପାଠାଗାର ପାଇଁ ଏକ ହେଲେ ସାହିତ୍ୟିକ, ସାଂସ୍କୃତିକ, ସାମାଜିକ, ଶ୍ରମିକ ସଂଗଠନ ଓ ରାଜନୈତିକ ଦଳ 

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା କର୍ତ୍ତୁପକ୍ଷ ସହରର ସର୍ବ ପୁରାତନ ସାହିତ୍ୟ ସଂସ୍କୃତିର ବାର୍ତ୍ତାବହ ସାଜିଥିବା ଆଦର୍ଶ ପାଠାଗାର ଓ ଭଞ୍ଜଭବନକୁ ଠିକ୍ ବର୍ଷକ ତଳେ ଅର୍ଥାତ୍ ସେପ୍ଟେମ୍ବର ୧୨ ତାରିଖ ଦିନ ନିଜ ଅକ୍ତିଆରକୁ ନେଇଥିବାରୁ, ଏହାର ୧ ବର୍ଷ ପୂର୍ତ୍ତି ଅବସରରେ ଏବଂ ଏହା ବିରୋଧରେ ସହରର ବିଭିନ୍ନ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ ଓ ଶ୍ରମିକ ସଂଗଠନ ତଥା ବିଭିନ୍ନ ରାଜନୈତିକ ଦଳ ତରଫରୁ ଭଞ୍ଜ ଭବନ ସମ୍ମୁଖରେ ଥିବା ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ନିକଟରେ ଶାନ୍ତିପୂର୍ଣ୍ଣ ଭାବେ କଳାଦିବସ ପାଳନ କରିଥିଲା । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ, ରାଉରକେଲା ଇସ୍ପାତ କାରଖାନା ( ସେଲ)ଓଡ଼ିଆ ଅସ୍ମିତାକୁ ପଦାଘାତ କରି ଦୀର୍ଘ ୬୮ ବର୍ଷର ଅନୁଷ୍ଠାନ ଆଦର୍ଶ ପାଠାଗାର ତଥା ଭଞ୍ଜଭବନ କୁ ଜୋର ଜବରଦସ୍ତ ନିଜ ଅକ୍ତିଆରକୁ ନେଇଥିଲା । ୧୯୫୮ ମସିହାରେ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ପ୍ରତିଷ୍ଠିତ ହୋଇଥିବା ଆଦର୍ଶ ପାଠାଗାରର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ନ୍ୟାୟାଳୟରେ ମାମଲା ବିଚାରଧୀନ ଥିଲା ବେଳେ ଅତ୍ୟନ୍ତ ଅନ୍ୟାୟ ଭାବେ କୋର୍ଟର ରହିତାଦେଶ କୁ ଅବଜ୍ଞା କରି ବଳପୂର୍ବକ ଭାବେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଜୋର ଜବରଦସ୍ତ ନିଜ ଅଧୀନକୁ ନେଇ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି କୁଠାରାଘାତ କରିଛନ୍ତି ବୋଲି ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଛନ୍ତି। ଏହା ଇସ୍ପାତ କାରଖାନା ଓ ସାହିତ୍ୟ ଜଗତ ପାଇଁ ଏକ କଳଙ୍କିତ ଅଧ୍ୟାୟ ବୋଲି ମତ ରଖିଥିଲେ। ଆଦର୍ଶ ପାଠାଗାରର ସମର୍ଥନ ରେ ଭଞ୍ଜଭବନ ସମ୍ମୁଖସ୍ଥ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ନିକଟରେ କଳାଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ଅନୁଷ୍ଠାନ, ରାଜନୈତିକ ଦଳ ଯଥା ଉତ୍କଳ ସମ୍ମିଳନୀ,ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଆଦର୍ଶ ପାଠାଗାର, ସଚେତନ ନାଗରିକ ମଞ୍ଚ,ଜଏସପି ସୁନ୍ଦରଗଡ, ବାଟ ମଙ୍ଗଳା ସାଂସ୍କୃତିକ ପରିଷଦ, ଆମେ ଓଡିଆ,ଆରଏସପି ସିନିଅର ସିଟିଜେନ ୱଲଫେୟାର ଟ୍ରଷ୍ଟ, ମହୁମାଛି,କଲ୍ଚରାଲ ଏକାଡେମୀ, ମଧୁସୂଦନ ପାଠାଗାର,ବିଏମଏସ, ସିଟୁ,ଜେଏସପି ଜଗଦା, ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ସର୍ବଶ୍ରୀ ଅଭୟ କୁମାର ଦାସ,ସୁଦାମ ଚରଣ ଦାଶ,ପି ପି ରାୟ,ସଂଜୀବ ମହାନ୍ତି, ରାଧାକାନ୍ତ ମିଶ୍ର,ଅକ୍ଷୟ ସାମଲ,ଗଙ୍ଗାଧର ଦାଶ, ଶ୍ରୀମନ୍ତ ବେହେରା, ଅକ୍ଷୟ କୁମାର ଦାସ,ଏଟମ ରଥ,ଡା ବସନ୍ତ ଦାସ, ଆର୍ତ୍ତତ୍ରାଣ ମହାପାତ୍ର,ପ୍ରଦୀପ କୁମାର ପଟ୍ଟନାୟକ, ପ୍ରଭାକର ମଲ୍ଲିକ, ଆଲୋକ ବୋଷ, ଆଶୁତୋଷ ଜ୍ୟୋତିଷୀ, ବିଭୁତି ଭୁଷଣ ବିଶ୍ବାଳ, ତ୍ରିଲୋଚନ ପରିଡ଼ା, ସୁବୋଧ ଚନ୍ଦ୍ର ଲାକ୍ରା, ବ୍ରଜେନ୍ଦ୍ର ଦାଶ, ଜଗନ୍ନାଥ ରାଉତ, ପ୍ରଫୁଲ୍ଲ ସାମଲ, ପ୍ରଭାତ କୁମାର ମହାନ୍ତି,ବିଭୁ ନାୟକ,ଅଭିରାମ ପ୍ରଧାନ,ସୀମାଞ୍ଚଳ ଖଣ୍ଡୁଆଳ, ସୁକାନ୍ତ ମହାପାତ୍ର,ପୀତବାସ ପ୍ରଧାନ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଓଡ଼ିଆ ପ୍ରେମୀ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

masiha

ରାୟଗଡ଼ା ଚାନ୍ଦିଲି ଉପସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ କର୍ମୀ ବିରୋଧରେ ଦାବି ପତ୍ର ପ୍ରଦାନ

masiha

କରଡ଼ି ଦେଉଛି ନିରୀହ ମୁହଁରେ ହସ

masiha

Leave a Comment

error: Content is protected !!