ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭତ୍ତା ଆତ୍ମସାତ ଘଟଣାରେ ଭିଜିଲାନ୍ସ ମାଗିଲା ରିପୋର୍ଟ୍

କେସିଙ୍ଗା (ମ.ନି.ସ):- କେସିଙ୍ଗା ବ୍ଲକରେ ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ମାନଙ୍କର ଭତ୍ତା ପ୍ରଦାନରେ ବ୍ୟାପକ ହେରା ଫେରି ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରଶାସ ପରେ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମଗାଯାଇଥିବା ନେଇ ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଗ୍ରାହୀ ଙ୍କ ଠାରୁ ପ୍ରକାଶ। ସୂଚନାରୁ ପ୍ରକାଶ ଯେ ୨୦୧୯-୨୦ରେ କାର୍ଯ୍ୟରତ ବ୍ଲକ୍ କର୍ମଚାରୀ ମାନେ ପ୍ରତି ପଞ୍ଚାୟତ ରେ ଭତ୍ତା ବଣ୍ଟନ କରିଥିବା ବେଳେ ସେମାନଙ୍କୁ ମଧ୍ୟରୁ ୮ ଜଣ ପିଇଓ ଭାବେ ବଣ୍ଟନ କରି ହେର ଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ନିୟମାନୁସାରେ ବଣ୍ଟନ ପରେ ବଳକା ଅର୍ଥ ବ୍ଲକ୍ କର୍ତ୍ତୃପକ୍ଷ ଙ୍କୁ ଫେରାଇବା କଥା। କିନ୍ତୁ ଏହି ୮ ଜଣ ବଳକା ଅର୍ଥ ଫେରାଇବା ରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସନ୍ଦେହ ଘେରକୁ ଆସିଥିଲେ। ଉଦାହରଣ ସ୍ୱରୂପ ସିର୍ଜାପାଳି ପିଇଓ ଭବନ ପାଇଁ ବ୍ଲକ୍ କାର୍ଯ୍ୟାଳୟ ରୁ ୩୫ ଲକ୍ଷ ୨୨ ହଜାର ୨୦୦ ଟଙ୍କା ନେଇଥିଲେ ମଧ୍ୟ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ହେଁ ତାହାର ହିସାବ ଦେଇନଥିଲେ। ଏହିପରି ୮ ଜଣ ପିଇଓ ଙ୍କ ନାମରେ ଅଭିଯୋଗ ଥିବାରୁ କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷ ରୁ ସବିଶେଷ ତଥ୍ୟ ଦେବାକୁ ବ୍ଲକ୍ କର୍ତୁପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଚନ୍ତି।

କେସିଙ୍ଗା ରୁ ଚନ୍ଦ୍ରମଣି ସ୍ୱାଇଁ ଙ୍କ ରିପୋର୍ଟ।

Related posts

ମମତା ଶତପଥୀ ଙ୍କ କବିତା ମନେଈ ବରଷା

Sunil Chandra Nayak

ଓଡ଼ିଶା କୃଷକ ସଭା ର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ

Sunil Chandra Nayak

ଗୁରୁ ଦିବସ ରେ ଉଦଘାଟନ ହେଲା ୟୁପିଏସସି ଓ ଓପିଏସସି କୋଚିଂଙ୍ଗ ସେଣ୍ଟର

Sunil Chandra Nayak

Leave a Comment

error: Content is protected !!