ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପହରଣ ପ୍ରସଙ୍ଗରେ ଏଗାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅପହରଣ ପ୍ରସଙ୍ଗରେ ଏଗାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ନର୍ଲା :ଦିଲ୍ଲୀପ ପରାଭୋଇଙ୍କୁ ଘରୁ ଅପହରଣ କରିଥିବା ଓ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ନର୍ଲା ଥାନା ଅନ୍ତର୍ଗତ କୁସୁମପଡା ଗ୍ରାମର ଏଗାର ଜଣ ଅଭିଯୁକ୍ତଙ୍କୁ ଗୁରୁବାର ଦିନ ନର୍ଲା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଗତ ୨୭/୧୦/୨୦୨୫ ଦିନ ରାତ୍ର ଆଠ ଘଣ୍ଟା ସମୟରେ କୁସୁମପଡା ଗ୍ରାମର ଡମ୍ବରୁ ମାଝୀ, ମଳୟ ମାଝୀ, କେଦାର ମାଝୀ, ଜମୁ ମାଝୀ, ପ୍ରିନ୍ସ ମାଝୀ ସମେତ ତାଙ୍କ ଛଅ ଜଣ ସହଯୋଗୀ ମିଶି ସଂଘବଦ୍ଧ ଭାବେ କୌଣସି ଘଟଣାକୁ ନେଇ ଆକ୍ରୋଶ ମୂଳକ ଭାବରେ ଏକ ଚାରି ଚକିଆ ଗାଡ଼ିରେ ଦିଲ୍ଲୀପ ପରାଭୋଇ ନାମକ ଯୁବକଙ୍କୁ ନିଜ ଗାଁ ଭାନପୁର ଗ୍ରାମକୁ ଯାଇ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ଅପହରଣ କରି ରଖିଥିଲେ ଓ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକେ ନର୍ଲା ଥାନାରେ ଗତ ୨୮ ତାରିଖ ଦିନ ଅଭିଯୋଗ କରିଥିଲେ ।ଅଭିଯୋଗ ପରେ ନର୍ଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଗତ ବୁଧବାର ଦିନ ପାଞ୍ଚ ଜଣ ମୁଖ୍ୟ ଅଭିଯୁକ୍ତ ଏଵଂ ଛଅ ଜଣ ସହଯୋଗୀ ଅଭିଯୁକ୍ତ ଙ୍କୁ ଗିରଫ କରି ପୋଲିସ ଥାନାରେ ପଚରା ଉଚୁରା କରିଥିଲା ।ଏଗାର ଜଣ ଅଭିଯୁକ୍ତଙ୍କ ନାମରେ କେଶ୍ ନମ୍ବର୍ -୨୫୫/୨୮/୧୦ ରେ ଦଫା ୨୯୬,୧୧୫(୨) ୧୨୭(୨)୧୪୦(୩)୩୫୧(୨)୩/(୫)ରେ ଏକ ମାମଲା ରୁଜୁ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ନର୍ଲା ଆଇଆଇସି ବିଜୟରାମ ମାଝୀଙ୍କୁ ସୂଚନାରୁ ଜଣାପଡିଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଯୁକ୍ତ ଦୁଇ ଓ ମାଟ୍ରିକ ରେ ଉତ୍ତମ ପ୍ରଦର୍ଶନ କରିଥିବା ୨୭କୃତୀ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

Sunil Chandra Nayak

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

masiha

Leave a Comment

error: Content is protected !!