ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘାୟୁର୍ବେଦ ଗୋସେବାଶ୍ରମରେ ଗୋଷ୍ଠାଷ୍ଟମୀ ପାଳିତ

ଦୀର୍ଘାୟୁର୍ବେଦ ଗୋସେବାଶ୍ରମରେ ଗୋଷ୍ଠାଷ୍ଟମୀ ପାଳିତ 

କଟକ : କନ୍ଦରପୁର ପଞ୍ଚାୟତର ବମ୍ବୁରୀ ଗ୍ରାମର ଡଙ୍ଗରକଣ୍ଟା ଖେଳପଡିଆ ନିକଟଦୀର୍ଘାୟୁର୍ବେଦ ଗୋ ସେବାଶ୍ରମ ଠାରେ ଗୋଷ୍ଠାଷ୍ଟମୀ ଉପଲକ୍ଷେ ଅନୁଷ୍ଠାନରସ୍ଥ ଦୀର୍ଘାୟୁର୍ବେଦ ଗୋ ସେବାଶ୍ରମ ଠାରେ ଗୋଷ୍ଠାଷ୍ଟମୀ ଉପଲକ୍ଷେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦୀପକ କୁମାର ଜେନାଙ୍କ ନେତୃତ୍ବରେ ଗୋପୂଜନ,ଗୀତାଯଜ୍ଞ ଏବଂ ଗୋମାହାତ୍ମ୍ୟ କଥାଯଜ୍ଞ ଅନୁଷ୍ଠିତ ହୋଇଥିଲା ।

ଗୋଆଶ୍ରମର ୩୦ରୁ ଉର୍ଦ୍ଧ ଗୋମାତା,ନନ୍ଦୀ ଏବଂ ବତ୍ସା ମାନଙ୍କୁ ଶତାଧିକ ଗୋଭକ୍ତ ମାନେ ସନାତନ ପରମ୍ପରାରେ ପୂଜାକରି ସ୍ବହସ୍ତରେ ଖାଦ୍ୟ ଖୁଆଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସନାତନ ପରିଷଦର ସଭାପତି ସଞ୍ଜୟ ସାହୁ ମଞ୍ଚ ପରିଚାଳନା କରିବା ସହିତ ଗୋମାହାତ୍ମ୍ୟ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ଉପସଭାପତି କଥାବାଚକ ରମାକାନ୍ତ ନାୟକ ଗୀତା ପଠନ କରି ବ୍ୟାଖ୍ୟା କରିଥିଲେ । କର୍ଣ୍ଣଗିରି ମଠ ଟାଙ୍ଗୀରୁ ବାବନ ମହାରାଜ ଉପସ୍ଥିତ ରହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ନିର୍ମଳ ଜେନା,ଯୋଗ ପ୍ରଶିକ୍ଷକ ପିୟୁଶ ରଞ୍ଜନ ପରିଡ଼ା,ଶାରିରୀକ ପ୍ରଶିକ୍ଷକ ଧୈର୍ଯ୍ୟଧର ଦାସ୍,ଗୋସେବକ ବିକ୍ରମ କେଶରୀ ମାଝି,ବଳରାମ ନାୟକ,ପାରସ ରଞ୍ଜନ ପୁଷ୍ଟି,ସନ୍ତୋଷ ଭୋଇ,ରାଜେଶ ପାତ୍ର,କମଳାକାନ୍ତ ସାହୁ,ଓମ୍ ପ୍ରକାଶ ମହାନ୍ତି,ଜ୍ଞାନରଞ୍ଜନ ଜେନା,ଦୁର୍ଗାପ୍ରସାଦ ପରିଡା,ଆଲୋକ ପଟ୍ଟନାୟକ,ଗୁରୁଚରଣ ଭୋଳ,ଗବ୍ୟସିଦ୍ଧ ପର୍ଶୁରାମ ରାଉତ, ପ୍ରଦୀପ ରାଉତ,ଗୁରୁଚରଣ ଜେନା, ଶମ୍ଭୁନାଥ ବେହେରା ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଦୀର୍ଘାୟୁର୍ବେଦ ଗୋସେବାଶ୍ରମର ସଭାପତି ଅପର୍ଣ୍ଣା ପ୍ରସାଦ ଦାଶ ସଂଗଠନର ସମସ୍ତ ସଦସ୍ୟ ଏବଂ ଉପସ୍ଥିତ ସମସ୍ତ ଗୋଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ” ଦିଶା “କମିଟି ବୈଠକ ଅନୁଷ୍ଠିତ

masiha

ଭାଲୁ ଆକ୍ରମଣରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ, ଭବାନୀପାଟଣା ଡାକ୍ତରଖାନା ସ୍ଥାନାନ୍ତର

masiha

ପରଜା ଦେଓପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!