ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ

ଯାଜପୁର , ୩୧|୧୦ (ମସିହା ନ୍ୟୁଜ ) ପ୍ରଦୀପ କୁମାର ମଲ୍ଲିକ : ଆଜି ଭାରତ ରତ୍ନ, ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ଼’ ଅନୁଷ୍ଠିତ ହୋଇଥିଲା।

ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୋଲିସ ଆରକ୍ଷୀ ଅଧିକ୍ଷକ, ଶ୍ରୀ ୟଶ ପ୍ରତାପ ଶ୍ରୀମାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶ ପ୍ରତାପ ଶ୍ରୀମାଲ କହିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଆଦର୍ଶ, ତାଙ୍କ ଦୃଢ଼ ନେତୃତ୍ୱ ଓ ଦେଶପ୍ରେମ, ଏକତା ଓ ସତ୍ୟନିଷ୍ଠ ଉପରେ ବ୍ୟକ୍ତ କରିଥିଲେ। 

 ଏହି ଗଣଦୌଡ ଏନ୍.ସି. ସ୍ଵୟଂଶାସିତ ମହାବିଦ୍ୟାଳୟ ରୁ ଆରମ୍ଭ ହୋଇ ଯାଜପୁର ଇଣ୍ଡୋର ଷ୍ଟାଡିୟମ ଠାରେ ଶେଷ ହୋଇଥିଲା। ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ ଓ କ୍ରୀଡାବିତମାନେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ନିଜକୁ ସମର୍ପିତ କରିବା ପାଇଁ ଶପଥ ପାଠ କରିଥିଲେ।

ପରେ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗ ଦେଇ କହିଲେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କୁ ଆମେ ସ୍ମରଣ କରୁଛୁ କେବଳ ଏକ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବେ ନୁହେଁ, ବରଂ ଜାତୀୟ ଏକତା ଓ ଏକାତ୍ମତାର ପ୍ରତୀକ ଭାବେ। ସର୍ଦ୍ଦାର ପଟେଲ ଆମକୁ ଶିଖାଇଥିଲେ — ଦେଶ ପ୍ରେମ ମାନେ କେବଳ ଶବ୍ଦ ନୁହେଁ, ଏହା ହେଉଛି କର୍ତ୍ତବ୍ୟ ଓ ଦାୟିତ୍ୱର ଅଭିବ୍ୟକ୍ତି। ଜନସେବା, ସମାଜସେବା ଓ ଜାତୀୟ ଏକତା ହେଉଛି ତାଙ୍କ ଜୀବନର ପାଠ। ତାଙ୍କ ଜନ୍ମଜୟନ୍ତୀ ଅବସରରେ ଆମେ ଏହା ନିଶ୍ଚୟ କରିବା ଉଚିତ ଯେ ଆମ ଦେଶ, ଆମ ରାଜ୍ୟ ଓ ଆମ ସମାଜ ମଧ୍ୟରେ ଏକତା, ସହିଷ୍ଣୁତା ଓ ଭାଇଚାରା ରହୁ। ଯୁବପିଢ଼ୀ ତାଙ୍କ ଆଦର୍ଶକୁ ଅନୁସରଣ କରି ଦେଶ ଗଢ଼ିବାରେ ନିଜ ଅଂଶଦାନ ଦିଅନ୍ତୁ। ଉକ୍ତ କାର୍ଯ୍ୟକ୍ରମରେ ଏକତା ଦୌଡରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳ ଶ୍ରୀ କର ସମ୍ବର୍ଦ୍ଧିତ କରିବା ସହ ମାନପତ୍ର ପ୍ରଦାନ କରିଥିଲେ।

ଏହି ଗଣଦୌଡରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ, ଜିଲ୍ଲା କ୍ରୀଡା ଅଧିକାରୀ ବିଭିନ୍ନ ବିଭାଗର ଅଧିକାରୀ, ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡାବିତ୍, ସ୍ବେଚ୍ଛାସେବୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

Related posts

ଧର୍ମଗଡ ଚେମ୍ବର ଅଫ କମର୍ସର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଗସ୍ତ, ବିଭିନ୍ନ ଶୀଳ୍ପନୁଷ୍ଠାନ, ଉଦ୍ୟୋଗ ପରିଦର୍ଶନ 

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!