ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା 

ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା 

ଆସିକା, ୩୧/୧୦/୨୫ — ଧରାକୋଟ ଓ ମୁଣ୍ଡମରାଇ ନିକଟରେ ଆଜି ମଧ୍ୟାହ୍ନ ସମୟରେ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ରାଜପଥ 59 ର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ହନୁମାନ ଦ୍ଵାର ମୁଣ୍ତମରାଇ ମଧ୍ୟରେ ଥିବା ଧାନ ମିଲ ନିକଟରେ ସୋରଡା ରୁ ଆସିକା ଯାଉଥିବା OD 07 AQ 5802 ନମ୍ବର ବିଶିଷ୍ଟ ଏକ କାର ରାସ୍ତା ଉପରକୁ ହଠାତ ଚାଲି ଆସିବା ଯୋଗୁଁ ତାକୁ ବଞ୍ଚାଇବା କୁ ଯାଇ ଡ୍ରାଇଭର ରାସ୍ତା ପର୍ଶ୍ୱକୁ ମୋଡ଼ ବଦଳାଇବା ବେଳେ କାର ଟି ରାସ୍ତା ପାର୍ଶ୍ଵ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଠିକ ସେହିପରି ଧରାକୋଟ ମେଡ଼ିକାଲ ଗଡାଣି ରେ ସୋରଡା ପଟରୁ କାଠ ବୋଝେଇ କରି ଆସୁଥିବା OD 04 C 5951 ନାମକ ଏକ ବୋଲେରୋ ପିକ ଅପ ଗାଡି ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇ ଓଲଟି ପଡିଥିଲା। ପାଖରେ ଏକ ବିଦ୍ୟୁତ ଟ୍ରଂସ୍ଫର୍ମର ରହିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଏହାକୁ ଧକ୍କା ହୋଇନଥିବା ଯୋଗୁଁ ଏକ ବଡ ଧରଣର ଅଘଟଣରୁ ଉଭୟ ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ । ପୋଲିସ ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଜନମଂଗଳ, ରାସୋଳ ତରଫରୁ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ସିଙ୍ଗାରୀଘାଟି ରାସ୍ତା କୋଟି କୋଟି ଟଙ୍କା ବ୍ଯୟରେ ନିମ୍ନମାନର ନିର୍ମାଣ ଯୋଗୁଁ ଅଳ୍ପ ଦିନରେ ରାସ୍ତା ମରଣଯନ୍ତା ପାଲଟିଛି,ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି

Sunil Chandra Nayak

48ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ସହ ଅଧିବାସ ଅନୁଷ୍ଠିତ ଧରା ପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା ଅଞ୍ଚଳ ଉତ୍ସବ ମୁଖରିତ 

Sunil Chandra Nayak

Leave a Comment

error: Content is protected !!