ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଥାନା ତରଫରୁ “ଏକତା ଦୌଡ” କାର୍ଯ୍ୟକ୍ରମ 

ଡାବୁଗାଁ ଥାନା ତରଫରୁ “ଏକତା ଦୌଡ” କାର୍ଯ୍ୟକ୍ରମ 

ଡାବୁଗାଁ, ୩୧/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ପ୍ରଶାସନ ତରଫରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ “ଏକତାଦୌଡ” କାର୍ଯ୍ୟକ୍ରମ ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ଥାନାରୁ ଏକତା ଦୌଡ ଆରମ୍ଭ କରାଯାଇ ଡାବୁଗାଁ ସହର ଉପରେ ଯାଇଥିବା ରାଜ୍ୟ ରାଜପଥ-୩୯ ଉପରେ ଦୌଡ଼ି ଦୌଡ଼ି ଅଙ୍ଗୀ ନଦୀ ଅପର ପାର୍ଶ୍ୱ କନ୍ୟାଶ୍ରମ ପର୍ଯ୍ୟନ୍ତ ପହଞ୍ଚିଥିଲେ l ସେଠାରେ ପୋଲିସ ପ୍ରଶାସନ ତରଫରୁ ସମସ୍ତ ଛାତ୍ର, କର୍ମଚାରୀ, ଅଧିକାରୀ ଓ ଜନସାଧାରଣ ମାନଙ୍କୁ ଏକତା ଦୌଡରେ ଭାଗ ନେଇଥିବାରୁ ଧନ୍ୟବାଦ ଦିଆଯାଇଥିଲା l ଏକ ଭାରତ, ଆତ୍ମ ନିର୍ଭର ଭାରତ ନେଇ ଆସନ୍ତୁ ଦୌଡ଼ିବା, ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ଏଇ ଦୌଡର ଉଦ୍ଦେଶ୍ୟ l ଉକ୍ତ କାର୍ଯ୍ୟକ୍ରମରେ ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ ଓ ଚନ୍ଦନ ସାହୁ, ଏଏସ୍ଆଇ ଗୋପାଳ କୃଷ୍ଣ ହାଲୱା ଓ ଚନ୍ଦ୍ରଶେଖର ହଜାରୀ, ହାବିଲଦାର ଶିବ ଶଙ୍କର ଭଞ୍ଜ ଙ୍କ ସହ କନେଷ୍ଟବଳ ଏବଂ ଓଏପିଏଫ୍, ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ, ସରକାରୀ ନୁତନ ଉଚ୍ଚ ବିଦ୍ୟାଳୟ ର ଛାତ୍ର, ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନୌଜ କୁମାର ମହାପାତ୍ର, କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ, ଶିକ୍ଷକ ଶେଖର ଚନ୍ଦ୍ର ସାହୁ ଓ ନନ୍ଦୀ କିଶୋର ଭୋଇ ପ୍ରମୁଖଙ୍କ ସହ ଡାବୁଗାଁର ଯୁବକ ଗୋଷ୍ଠୀ ବୃନ୍ଦ ଏକତା ଦୌଡରେ ସାମିଲ ହୋଇଥିଲେ l ଶାନ୍ତି ଶୃଙ୍ଖଳା ସହକାରେ ଏକତା ଦୌଡ ସମାପନ ହୋଇଥିବା ବେଳେ ଅନ୍ୟୁନ ଶତାଧିକ ଯୁବକ ସାମିଲ ହୋଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୟୂରଭଞ୍ଜ ମିଶନ ଶକ୍ତି ଇସି ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର 

masiha

ବାଣପୁର ବ୍ଲକ ଅଧକ୍ଷ ଓ ଉପାଧକ୍ଷାଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରବେଶ !!!

Sunil Chandra Nayak

ପୂର୍ବତନ ସାଂସଦ ନିରଞ୍ଜନ ବିଶି ଙ୍କ କଡ଼ା ପ୍ରତିବାଦ – ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରେ ୪୦% କର୍ମଚାରୀ କାଟିବା ପ୍ରସ୍ତାବ ତୁରନ୍ତ ରଦ୍ଦ କରାଯାଉ 

Sunil Chandra Nayak

Leave a Comment

error: Content is protected !!