ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ତା-୦୧.୧୧.୨୦୨୫ ରିଖ ଶନିବାର ଦିନ ଘ.୧୧.୦୦ମି ରେ ସ୍ଥାନୀୟ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଗୁମ୍ମା ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି ବିଶ୍ୱନାଥ ଗନ୍ତାୟତ, ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଗୁମ୍ମା ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ମଞ୍ଛାସୀନ ଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଶିଶୁ ସୁରକ୍ଷI ଆଇନ, ଶିଶୁମାନଙ୍କ ଆଇନଗତ ଅଧିକାର, ବାଲ୍ୟ ବିବାହ ନିରୋଧ ଆଇନ, ଶିଶୁ ଶ୍ରମିକ ଆଇନ, ଅଧାରୁ ପାଠ ଛାଡିଥିବା ପିଲାଙ୍କୁ କିପରି ପୁନର୍ବାର ନାମଲେଖାଇବା ବ୍ୟବସ୍ଥା ବିଷୟରେ ପିଲାଙ୍କୁ ଅବଗତ କରାଇବା ସହ ସୁନ୍ଦର ଚରିତ୍ର ଓ ଭବିଷ୍ୟତ ଗଠନ ଦିଗରେ ପିଲାଙ୍କୁ ଉସାହିତ କରିଥିଲେ I ସେହିପରି ଉପସ୍ଥିତ ଥିବା ରାୟଗଡା ବାର ଆସୋସିଏସନର ଆଇନଜୀବି ବିଶ୍ୱନାଥ ଗନ୍ତାୟତ ନିଜର ବକ୍ତବ୍ୟରେ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ I କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଛାତ୍ର ଛାତ୍ରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, ଗୁମ୍ମା ସ୍କୁଲ ର ଛାତ୍ର ଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଚେତନତା କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜଲଦା ଜାଗରଣ ମଞ୍ଚ ଦ୍ବାରା ତ୍ରିରଙ୍ଗା ଯାତ୍ରା 

masiha

ବିପ୍ର ଫାଉଡେସନ୍ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ

Sunil Chandra Nayak

ଇନର ହୁଇଲ କ୍ଲବର ଆହାର କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!