ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଉଣୀର ଚିକିତ୍ସା ପାଇଁ ଏମ କେ ସି ଜି ମେଡିକାଲକୁ ନେଇ ବଡ଼ଭାଇ ନିଖୋଜ 

ଭଉଣୀର ଚିକିତ୍ସା ପାଇଁ ଏମ କେ ସି ଜି ମେଡିକାଲକୁ ନେଇ ବଡ଼ଭାଇ ନିଖୋଜ 

ବନ୍ଧୁଗାଁ ତା ୩/୧୦/୨୬,ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଉତୁକାପାଡୁ ଗ୍ରାମର ଜଣେ ଯୁବକ ନିଜ ଭଉଣୀର ଚିକିତ୍ସା ପାଇଁ ଏମ କେ ସି ଜି ମେଡିକାଲ କୁ ନେଇ ନିଖୋଜ ଅଛନ୍ତି। ସୁଚନା ଅନୁଯାୟୀ ଗତ ମାସ ୨୦ ତାରିଖରେ ନିଜ ଭଉଣୀର ଅଧିକ ଭଲ ଚିକିତ୍ସା ପାଇଁ ସାନ ଭାଇ ସନ୍ତୋଷ ବିଡିକା (୨୨ ) ଓ ବଡ ଭାଇ ବିଜୟ ପିଡିକା (୩୪) ମିଶି ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କୁ ନେଇ ଥିଲେ। ସେ ଭଉଣୀର ଚିକିତ୍ସା ଚାଲିଥିବ ବେଳେ ତା ୨୧/୯/୨୬ ମଧ୍ୟାହ୍ନ ୨.୩୦ ମିନିଟ ରୁ କେଉଁ ଆଡେ ଚାଲି ଯାଇ ନିଖୋଜ ହୋଇ ଯାଇଥିଲେ। ପରିବାର ସଦସ୍ୟ ମାନେ ମେଡିକାଲ ପରିସର ଓ ଅନେକ ସ୍ଥାନରେ ଖୋଜା ଖୋଜି କରିବା ପରେ ଆଉ ସନ୍ଧାନ ପାଇ ପାରି ନ ଥିଲେ। ପରେ ସାନ ଭାଇ ସନ୍ତୋଷ ବିଡିକା ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥ ପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ପର୍ଯ୍ୟନ୍ତ ବଡ ଭାଇ ବିଜୟ ବିଡିକା ର ସନ୍ଧାନ ପାଇ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଛନ୍ତି। ଏଥି ପାଇଁ ପରିବାର ଲୋକେ ପୁଣି ବନ୍ଧୁଗାଁ ଥାନାରେ ପୁନର୍ବାର ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଯଦି ନିଖୋଜ ଯୁବକର ସନ୍ଧାନ ମିଳିଲେ ଫୋନ ନଂ ୯୮୬୧୫୬୩୫୦୭ ଓ ୯୩୪୮୧୧୨୩୭୪ କିମ୍ବା ପାଖ ପୋଲିସ ଥାନା କୁ ଫୋନ କରି ଜଣାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଅବସରପ୍ରାପ୍ତ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ 

କାଳବୈଶାଖୀରେ ଉଡିଲା ଛାତ, ବିଭାଗୀୟ ଅଧିକାରୀ ଚୁପ୍ 

masiha

Leave a Comment

error: Content is protected !!