ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଇଶି ତମ ଇସ୍କଫ ରାଜ୍ୟ ସମିଳନୀ

ତେଇଶି ତମ ଇସ୍କଫ ରାଜ୍ୟ ସମିଳନୀ

ରାଉରକେଲା: ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି ର ୨୩ ତମ ରାଜ୍ଯ ସମିଳନୀ ରାଉରକେଲା ସିଭିକ୍ ସେଣ୍ଟର୍ ଠାରେ ଉଦ୍ଘାଟିତ ହୋଇଯାଇଛି l ବିଶିଷ୍ଟ ସାହିତ୍ୟିକ ଭୂପେନ ମହାପାତ୍ର ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ l ଡାଃ ପ୍ରଭାତ କୁମାର ମଲ୍ଲିକ ସ୍ଵାଗତ ଭାଷଣ ଦେଇଥିଲେ l ମାନବିକ ଅଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାଶ ମୁଖ୍ୟ ଅତିଥି, କମ୍ୟୁନିଷ୍ଟ ପାର୍ଟି ରାଜ୍ଯ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ସମ୍ମାନିତ ଅତିଥି ଓ ଇସ୍କଫ ର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିଜୟ କୁମାର ପଢ଼ିହାରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇସ୍କଫ ଇତିହାସ ଭାରତର ମୈତ୍ରୀ ଆନ୍ଦୋଳନର ଇତିହାସ, ବିଶ୍ଵମୈତ୍ରୀ,ବିଶ୍ଵ ଭାତୃତ୍ବ ଓ ବିଶ୍ଵଶାନ୍ତି ଉପରେ ଆଲୋଚନା କରିଥିଲେ l ଭାରତ ବର୍ଷରେ କର୍ପୋରେଟ ସଂସ୍କୃତିର ଅନୁପ୍ରବେଶ, ଭାରତ ବର୍ଷର ସଂସ୍କୃତି ଉପରେ ଧର୍ମନାମରେ ଆକ୍ରମଣକୁ ନିନ୍ଦା କରିଥିଲେ l ଭାରତବର୍ଷରେ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପତ୍ତିର ସୁରକ୍ଷା ଆଜିର ଦିନରେ ଆହ୍ବାନ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ l ଦ୍ବିତୀୟ ପର୍ଯ୍ୟାୟ ସନ୍ଧ୍ୟା ଅଧିବେଶନରେ ପ୍ରଫେସର ମାନସ ବେହେରା ବିଶ୍ଵ ରାଜନୈତିକ ପରିସ୍ଥିତି ଓ ବିଶ୍ଵ ଶାନ୍ତି ଉପରେ ଆଲୋଚନା କରିଥିଲେ l ଏହି ଆଲୋଚନାରେ ପଶୁପତି ଚାଟ୍ଟାର୍ଜୀ ସଭାପତିତ୍ବ କରିଥିଲେ l ପରେ ଇସ୍କଫ ର ପ୍ରତିନିଧି ଅଧିବେଶନ ଗୋକୁଳ ଚନ୍ଦ୍ର ପଣ୍ଡା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ଜିଲ୍ଳାର ପ୍ରତିନିଧି ମାନେ ଆଲୋଚନା ଅଂଶଗ୍ରହଣ କରିଥିଲେ l ସମ୍ମିଳନୀ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା l ଅଭ୍ୟର୍ଥନା ସମିତିର ସାଧାରଣ ସମ୍ପାଦକ ଆଇନଜୀବୀ ସଦାନନ୍ଦ ସାହୁ ସମସ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଏବଂ ଏହି ସମିଳନୀ ଦୁଇଦିନ ଧରି ଚାଲିବ l ଏହି କାର୍ଯ୍ୟକ୍ରମ କୁ ବ୍ୟାପକ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟିର ସଦସ୍ୟ ଖାଦାଲ ସେଠୀ, ରାଜକିଶୋର ପ୍ରଧାନ, ସବ୍ୟସାଚୀ ନାୟକ, ଅପର୍ଣ୍ଣା ରାଉତରାୟ, ପ୍ରଦୋଷ ମହାନ୍ତି, ବିଜୟାନନ୍ଦ ପ୍ରଧାନ, ପ୍ରଦ୍ୟୁତ କୁମାର ରାଉତ, ଅକ୍ଷୟ ସାମଲ, ପଞ୍ଚାନନ ସୁନା, କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ଦ୍ୱାରା ପ୍ର ଧାନମନ୍ତ୍ରୀ ଆବାସ ଗୃହର ଭୂମି ପୂଜନ

Sunil Chandra Nayak

ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବି ଚେତିଲାନି ପ୍ରଶାସନ 

masiha

୩ ଦଫା ଦାବି ପୂରଣ ନେଇ ଲାଞ୍ଜିଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା

masiha

Leave a Comment

error: Content is protected !!