ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ ୧୧ ପାଇଁ ପଞ୍ଜିକରଣ ଆରମ୍ଭ  , ଅଭିଭାବକ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ଉତ୍ସାହ

ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ ୧୧ ପାଇଁ ପଞ୍ଜିକରଣ ଆରମ୍ଭ  , ଅଭିଭାବକ ଓ ପ୍ରତିଯୋଗୀ ଙ୍କ ମଧ୍ୟରେ ଉତ୍ସାହ

 ମୟୂରଭଂଜ – ୧/୧୧ —  ସଂସ୍କାର ଶିଶୁ ମହୋତ୍ସବ ମୟୂରୀ ସିଜିନ ୧୨ ପାଇଁ ସ୍ଥାନୀୟ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଠାରେ ପଞ୍ଜିକରଣ ଆରମ୍ଭ ହୋଇଛି l ଏହି ପଞ୍ଜିକରଣ ପ୍ରକ୍ରିୟାକୁ ମୟୂରୀ ର କାର୍ଯ୍ୟକାରୀ ସଭାପତି ତଥା ଏମପିସି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା ଡ଼ ବନଜା ମହାନ୍ତି ଶୁଭ ଉଦ ଘାଟନ କରିଛନ୍ତି l ଏହି ଅବସରରେ 

ମୟୂରୀ ର ଉପଦେଷ୍ଟା ତଥା ବିଶିଷ୍ଟ ପରିବେଶବିତ ବିବେକାନନ୍ଦ ପଟ୍ଟନାୟକ, ପ୍ରତିଷ୍ଠାତା ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ, ସହ ସମ୍ପାଦିକା ରେଣୁବାଳା ରଥ,ବରିଷ୍ଠ ସଦସ୍ୟ ପୂର୍ଣ୍ଣିମା ପଣ୍ଡା, ପ୍ରଣତି ଦାସ, ସନ୍ଧ୍ୟାରାଣୀ ଦାସ, କାନନମୟୀ ମହାନ୍ତି, କମଳ ଲୋଚନ ମହାକୁଡ, ସାଇ ପ୍ରକାଶ ମହାନ୍ତି, କିଚକ୍ ବେହେରା, ସ୍ବେଛାସେବୀ ହିମଦ୍ରିତନୟା ଚୌଧୁରୀ, ରଶ୍ମୀରେଖା ମହାପାତ୍ର, ପ୍ରଚିତା ମହାନ୍ତ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଏଥରର ପ୍ରଥମ ପଞ୍ଜିକୃତ ପ୍ରତିଯୋଗୀ ଜଣକ ହେଲେ ପୂର୍ବଜା ମଣ୍ଡଳ I ପୂର୍ବଜା ଗତ ବର୍ଷ ମଧ୍ୟ ଶିଶୁ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ନିଆରା ମଞ୍ଚକୁ ଆସି ନିଜ କୃତିତ୍ୱ ପ୍ରଦର୍ଶନ କରି ଶ୍ରୀ ଜଗନ୍ନାଥ ଷ୍ଟକମ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟୀ ହୋଇ ଯାଇଥିଲେ l ଏଥର ମଧ୍ୟ ଭାଗ ନେବାକୁ ବହୁତ ଆଗ୍ରହର ସହିତ ସେ ଅପେକ୍ଷା କରିଥିଲେ ବୋଲି ତାଙ୍କ ବାପା କହିଛନ୍ତି l ପୂର୍ବଜାଙ୍କ ସମେତ ଚଳିତ ବର୍ଷର ସମସ୍ତ ପ୍ରତିଯୋଗୀଙ୍କୁ ମୟୂରୀ ପରିବାର ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରା ଯାଇଛି l

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବାରିପଦାର ଶିଶୁ ଉଦ୍ୟାନ ପରିସରରେ ଆସନ୍ତା ୧୩ ତାରିଖରୁ ୧୬ ତାରିଖ ଯାଏଁ ଚାରିଦିନ ଧରି ଏହି ନିଆରା ଶିଶୁ ମହୋତ୍ସବ ହେବା ପାଇଁ ଯାଉଥିବା ବେଳେ ଏଥିରେ ସାମିଲ ହେବାକୁ ଏବଂ ନିଜ ର ପିଲାଙ୍କୁ ଅଂଶ ଗ୍ରହଣ କରାଇବା ପାଇଁ ଅଭିଭାବକଙ୍କ ମଧ୍ୟରେ ଭରପୁର ଉତ୍ସାହ ରହିଥିବା ପରିଲକ୍ଷିତ ହୋଇଛି l

  ସୂଚନା ଯୋଗ୍ୟ ଯେ, ଦୁଇ ତାରିଖ ରବିବାର ଅପରାହ୍ନ ୪ଟାରୁ ସାଢେ ୫ ଟା ପର୍ଯ୍ୟନ୍ତ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ରେ ପଞ୍ଜିକରଣ ନିମନ୍ତେ କାଉଣ୍ଟର ଖୋଲା ରହିବ l ଏହା ପରେ ପୁଣି ଆସନ୍ତା ଶନିବାର ଓ ରବିବାର ଦୁଇଦିନ ଧରି ସକାଳ ସାଢେ ୧୦ରୁ ଅପରାହ୍ନ ୫ ଟା ଯାଏଁ ସେହି ଠାରେ ପଞ୍ଜିକରଣ କାଉଣ୍ଟର ଖୋଲା ରହିବ l ଯେଉଁ ପ୍ରତିଯୋଗୀ ଓ ଅଭିଭାବକ ମାନେ ଏହି ନିଆରା ଶିଶୁ ମହୋତ୍ସବ ରେ ସାମିଲ ହେବାକୁ ଆଗ୍ରହୀ ସେମାନେ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ମୁତାବକ ମ୍ୟୁନିସି ପାଲଟି ଗେଷ୍ଟ ହାଉସ କୁ ଆସି ତାଙ୍କର ପଞ୍ଜିକରଣ କରାଇ ପାରିବେ ବୋଲି ସଂସ୍କାର ଶିଶୁ ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆ ଯାଇଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

masiha

LAST DAY OF CHAITRA PARVA CELEBRATIONS IN SAIPRIYA NAGAR SEES MASSIVE TURNOUT OF DEVOTEES

masiha

ନବରଙ୍ଗପୁର ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ରେ ସଦୀପ ହେଲେ ପ୍ରଥମ

Sunil Chandra Nayak

Leave a Comment

error: Content is protected !!