ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଂଝାରପୁର ବ୍ଲକ ସିଂହପୁର ଠାରେ ବ୍ରହ୍ମକୁମାରୀଜ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ 

ବିଂଝାରପୁର ବ୍ଲକ ସିଂହପୁର ଠାରେ ବ୍ରହ୍ମକୁମାରୀଜ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ 

ଯାଜପୁର ୨|୧୧ ( ମସିହା ନ୍ୟୁଜ ) : ପ୍ରଦୀପ କୁମାର ମଲ୍ଲିକ : ସିଂହପୁର ବ୍ୟବସାୟୀ ସଂଘ ତରଫରୁ ଆୟୋଜିତ କାଳୀପୂଜା ଅବସରରେ କଲେଜ ରୋଡ଼ ସିଂହପୁର ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଗୀତା ପାଠଶାଳା ଦ୍ୱାରା ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରବଚକ ଶ୍ରୀଯୁକ୍ତ ବ୍ରହ୍ମକୁମାର ଜୟକୃଷ୍ଣ ଭାଇ , ବ୍ର. କୁ ଭାବନା ଭଉଣୀ, ବ୍ର. କୁ ରୀତା ଭଉଣୀ, ବ୍ର.କୁ ରମା ଭଉଣୀ, ସରପଞ୍ଚ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଖିଲାର, ବ୍ର.କୁ ବ୍ରଜ ଭାଇ,ରତ୍ନାକର ସାହୁ ଓ ଜ୍ଞାନେନ୍ଦ୍ର ବେଉରିଆ ଉପସ୍ଥିତ ଥିଲେ | ପ୍ରଥମେ ରତ୍ନାକର ସାହୁ ମୁଖ୍ୟ ଅତିଥି,ମୁଖ୍ୟ ପ୍ରବଚକ ଏବଂ ଅନ୍ୟ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ଯାଜପୁର ସେବା କେନ୍ଦ୍ରର ସଂଚାଳିକା ବ୍ର.କୁ ଭାବନା ଭଉଣୀ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ | କାର୍ଯ୍ୟକ୍ରମର ମୁଖ୍ୟଆକର୍ଷଣ ଥିଲେ ଖୋର୍ଦ୍ଦାରୁ ଆସିଥିବା ବ୍ର.କୁ ଜୟକୃଷ୍ଣ ଭାଇ | ସେ ତାଙ୍କର ପ୍ରବଚନ କଥା ଏବଂଗୀତ ମାଧ୍ୟମରେ ପରିବେଷଣ କରିଥିଲେ | ପରମାତ୍ମାଙ୍କର ବାଣୀକୁ ଅତି ସୁନ୍ଦର ଭାବରେ ବୁଝାଇଥିଲେ | ଆଜିର ଦୁନିଆଁ ଅଶାନ୍ତ, କଳୁଷିତ ଓ ବିପଥଗାମୀ ହେବାରେ ଲାଗିଛି |ଆତ୍ମ ସ୍ଥିତିରେ ସ୍ଥିତ ହୋଇ ପରମାତ୍ମାଙ୍କୁ ସ୍ମୃତିରେ ରଖିଲେ ବିକର୍ମ ବିନାଶ ହେବା ସହିତ ନିଜର ସ୍ୱକଲ୍ୟାଣ ହୋଇପାରିବ |ସହଜ ରାଜଯୋଗ ଶିକ୍ଷା ଦ୍ୱାରା ମନୁଷ୍ୟ ଦୈବୀଗୁଣ ଧାରଣ କରି ଶ୍ରେଷ୍ଠତା ପ୍ରାପ୍ତ କରି ପାରିବ | ବ୍ର.କୁ ରୀତା ଭଉଣୀ ଏକ ଉପାଦେୟ କବିତା ଆବୃତ୍ତି କରି ସମସ୍ତଙ୍କର ଆତ୍ମ ଚେତନା ଜାଗ୍ରତ କରାଇଥିଲେ | ବ୍ର.କୁ ରମା ଭଉଣୀ ଆହ୍ୱାନ କରିଥିଲେକି ନିକଟସ୍ଥ ସେବାକେନ୍ଦ୍ରକୁ ଆସନ୍ତୁ,ରାଜଯୋଗ ଶିକ୍ଷା ଆପଣାନ୍ତୁ ଏବଂ ଜୀବନକୁ ଚିନ୍ତାମୁକ୍ତ କରି ସୁଖଶାନ୍ତିରେ ବିତାନ୍ତୁ | ସିଂହପୁରର ଯୁବ ସରପଞ୍ଚ ଏହି ଆଧ୍ୟାତ୍ମିକ ପ୍ରବଚନକୁ ଭୁୟସୀ ପ୍ରଶଂସାକରିଥିଲେ |ବାଦ୍ୟଯନ୍ତ୍ରରେ ବୈଷ୍ଣବ ଚରଣ ମଲ୍ଲିକ ଓ ଦାଦନ ଜେନା ସହଯୋଗ କରିଥିଲେ |ଏହି ସଭାରେ ବହୁ ଆଧ୍ୟାତ୍ମିକ ପ୍ରେମୀ ଉପସ୍ଥିତ ରହି ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କୁ ଶୁଣିଥିଲେ ଶେଷରେ ବ୍ର.କୁ ବ୍ରଜ ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Related posts

ମଠକରଗୋଳା ମହାବିଦ୍ୟାଳୟ  ଓଡ଼ିଆ ବିଭାଗର ନବୀନ ବରଣ ଉତ୍ସବ 

Sunil Chandra Nayak

ଆଞ୍ଚଳିକ ବ୍ରାହ୍ମଣ ସମିତିର ଜୋନ ସ୍ତରୀୟ ସମ୍ମିଳନୀ

masiha

ଜଗନ୍ନାଥ ସେବା ସମିତି ପକ୍ଷରୁ ଶିକ୍ଷାନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ 

Sunil Chandra Nayak

Leave a Comment

error: Content is protected !!