ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ 

ଢେଙ୍କାନାଳ (ମନିସ)3/11/25 —  କାର୍ତ୍ତିକ ଶୁକ୍ଳ ବଡ଼ ଏକାଦଶୀଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରତ ଅନୁଷ୍ଠିତ ହେବ । ପଞ୍ଚୁକ ବ୍ରତ ପାଇଁ ଢେଙ୍କାନାଳ ଜିଲ୍ଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ଦେବାଦେବୀଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଶେଷ କରି କପିଳାସରେ ବିରାଜମାନ ଶ୍ରୀଚନ୍ଦ୍ରଶେଖର ଜିଉଙ୍କୁ ଦର୍ଶନ ସମାଗମ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ହେଉଛି । ପଞ୍ଚୁକ ବ୍ରତ ଆରମ୍ଭ ଦିନଠାରୁ କପିଳାସରେ ପ୍ରବଳ ଭିଡ଼ ଦେଖି ବାକୁ ମିଳିଛି । ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ କପିଳାସ ଆସିଥିଲେ । ଧାଡ଼ିରେ ରହିରେ ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ କରିଥିଲେ । ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦୈନିକ ଶ୍ରୀଜିଉ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାୟଗଡାରେ ଭାଗବତ କଥାମୃତକୁ ନେଇ ସତସଙ୍ଗ କାର୍ଯ୍ୟକ୍ରମ

Sunil Chandra Nayak

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକୀ ଉତ୍ସବ

Sunil Chandra Nayak

ମା ଭୈରବୀ ଙ୍କ ୧୨ ତମ ମହା ଯଂଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!