ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଶକ୍ତ ଓଡ଼ିଶା, ବିକଶିତ ଭାରତ – ଯୁବ ଶକ୍ତିର ଭୂମିକା

ସଶକ୍ତ ଓଡ଼ିଶା, ବିକଶିତ ଭାରତ – ଯୁବ ଶକ୍ତିର ଭୂମିକା

କେନ୍ଦ୍ରାପଡ଼ା :ନଭେମ୍ବର ୦୧/୧୧/୨୫ (, ମସିହା ନିୟୁଜ ଶନିବାର ଦିନ ଗ୍ରାମ ନୂଆପୁଟ ,ଭୁବନେଶ୍ୱର, ଖୋର୍ଦ୍ଧା ଠାରେ “ସଶକ୍ତ ଓଡ଼ିଶା, ବିକଶିତ ଭାରତ ଏଥିରେ ଯୁବ ଶକ୍ତିର ଭୂମିକା” ଶୀର୍ଷକରେ ଏକ ଯୁବ ସଶକ୍ତିକରଣ କାର୍ୟକ୍ରମ ଆୟୋଜିତ ହୋଇଥିଲା। 

ଏହି କାର୍ୟକ୍ରମଟି ପିସ୍ ବେଲ୍ ସଂଗଠନ ଦ୍ୱାରା ବିଶ୍ୱ ଯୁବକ କେନ୍ଦ୍ର (ନୂଆଦିଲ୍ଲୀ) ଓ ଇଣ୍ଡିଆନ୍ ଇନ୍ସ୍ଟିଟ୍ୟୁଟ୍ ଅଫ୍ ଯୁଥ ଆଣ୍ଡ ଡିଭେଲପମେଣ୍ଟ (IIYD) ଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ଭାଇ ଓ ଭଉଣୀମାନଙ୍କ ଉତ୍ସାହଭରା ଅଂଶଗ୍ରହଣରେ ଏହି କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମର ମୁଖ୍ଯ ଅତିଥି ଭାବେ ବିଶ୍ୱ ଯୁବକ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଉଦୟ ଶଙ୍କର ସିଂହ ଉପସ୍ଥିତ ହୋଇ ଯୁବ ନେତୃତ୍ୱ ଓ ସମାବେଶୀ ଉନ୍ନୟନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏତଦ୍ ବ୍ୟତୀତ IIYD ର ନିଦେଶକ ଶ୍ରୀ ପି. ସି. ମିଶ୍ର ମୁଖ୍ୟ ଅଭିଭାଷକ ଭାବେ ଦକ୍ଷତା ବିକାଶ, ନେତୃତ୍ୱ ଓ ସମୁହ କାର୍ୟର ଶକ୍ତି ବିଷୟରେ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ।

କାର୍ୟକ୍ରମରେ ଲିଙ୍ଗ ସମାନତା, ନାରୀ ସଶକ୍ତିକରଣ, ଗ୍ରାମୀଣ ଉନ୍ନୟନ, ଜଳବାୟୁ ସହନଶୀଳତା ଓ ଜୀବିକା ସମ୍ବନ୍ଧୀୟ କୌଶଳ ବିଷୟରେ ଆନ୍ତର୍କ୍ରିୟାତ୍ମକ ଅଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଯୁବମାନେ ନିଜର ଅନୁଭବ ଓ ମତାମତ ଦେଇ ଯୁବ ନେତୃତ୍ୱ ପାଇଁ ଅଧିକ ମଞ୍ଚ ଆବଶ୍ୟକତା ଉପରେ ଜୋର ଦେଇଥିଲେ!

କାର୍ଯ୍ୟକ୍ରମଟି ପିସ୍ ବେଲ୍ ସଂଗଠନର ସଭାପତି ଶ୍ରୀ ହରେକୃଷ୍ଣ ବେହେରା ଓ ସମ୍ପାଦିକା ରଶ୍ମିତା ବାରିକଙ୍କ ସମନ୍ୱୟରେ ଆୟୋଜିତ କରିବାସହ ଅନୁଷ୍ଠାନର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ଜେନା , ମୁକ୍ତିକାନ୍ତ ବାରିକ , ସ୍ମୃତି ନିରଞ୍ଜନ ବେହେରା, ଶୁଭଶ୍ରୀ ବାରିକ, ରାଜକିଶୋର ପରିଡ଼ା , ରଚନା ବେହେରା , ବିନିତା ମଲ୍ଲିକ , ସୁବ୍ରତ ବିଶ୍ଵାଳ , ରଞ୍ଜୁକ୍ତା ଦାସ , ରାହୁଲ କୁମାର ଦାସ , ସବିତା ରାଣି ପୃଷ୍ଟି, ସ୍ବାଗତ ଏବଂ ମମତା ଦାସଙ୍କ ସମେତ SPACE NGO ର ଶ୍ରୀ କୁଳଭୂଷଣ ପଟ୍ଟନାୟକ, ଶ୍ରୀ ଦେବପ୍ରସାଦ ଦାସ ଓ ଶ୍ରୀମତୀ ଅଭିଲିପ୍ଷା ମଲିକ କାର୍ଯ୍ୟକ୍ରମର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।ଆୟୋଜକମାନେ କହିଥିଲେ ଯେ, ଏହି କାର୍ୟକ୍ରମ ଯୁବମାନଙ୍କ ମନେ ନୂତନ ଉଦ୍ଦୀପନା ଓ ସମୁଦାୟ ସେବାପ୍ରତି ଅଟଳ ପ୍ରତିବଦ୍ଧତା ସୃଷ୍ଟି କରିଛି। ଆସନ୍ତା ଦିନଗୁଡିକରେ ନେତୃତ୍ୱ ଉନ୍ନୟନ, ଲିଙ୍ଗ ସୁସନ୍ଦେଶନା ଓ ସମୁଦାୟ ସଚେତନତା ବିଷୟରେ ଅଧିକରୁ ଅଧିକ କର୍ମଶାଳା ଆୟୋଜନ ହେବ ସେ ବିସୟରେ ଅଧିକ ଗୁରୁତ୍ବ ଦେଇଥିଲେ । ସର୍ବ ଶେଷରେ ମାନ୍ୟବର ଅତିଥି, ଅଂଶଗ୍ରହଣ କାରୀ ଓ ସହଯୋଗୀ ସଂଗଠନମାନଙ୍କ ପ୍ରତି କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମକୁ ସମାପନ କରଯାଇଥିଲା।

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ନଗରିକ ବିକାଶ ସଂଗଠନ ତରଫରୁ ବିଭିନ୍ନ ସମସ୍ୟାନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ଶ୍ରୀ ଶ୍ରୀ ବୁଢୀମଙ୍ଗଳା ଯୁବକସଂଘ,ଗଳିଦାଣ୍ଡର ନବମ ରଜ ମହୋତ୍ସବ ‐ ୨୦୨୪

masiha

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

Leave a Comment

error: Content is protected !!