ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ

ଅସହାୟ ବିଧବା ବୃଦ୍ଧା ମହିଳାଙ୍କୁ ମିଳୁନି ଅନ୍ତୋର୍ଦୟ ଗୃହ

କାମାକ୍ଷାନଗର (ମନିସ)4/11/25 — ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅସୁରବନ୍ଧ ପାଟଣା ଗ୍ରାମରେ ଦେଖା ଦେଇଛି ଏକ ଅଭାବନୀୟ ଘଟଣା | ଜଣେ ଅସହାୟ ୮୦ ବର୍ଷିଆ ଗରିବ ବିଧବା ବୃଦ୍ଧା ମହିଳାଙ୍କୁ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ପକ୍କାଘର ଖଣ୍ଡିଏ | ଝାଟି ମାଟି ଚାଳ ଛପର କୁଡ଼ିଆରେ ରହୁଛନ୍ତି ଏହି ବୃଦ୍ଧା ମହିଳା | ବୃଦ୍ଧା ମହିଳାଙ୍କ ନାମ ହେଉଛି ଫୁଲ ବେହେରା ବୟସ – ୮୦ ବର୍ଷ | ୨୪ ବର୍ଷର ପୂର୍ବ ସରକାରର ଦୃଷ୍ଟି ଏ ବୃଦ୍ଧା ବିଧବା ମହିଳାଙ୍କ ଉପରେ ପଡ଼ି ପାରିଲା ନାହିଁ | ପ୍ରାୟ ଦଶ ବର୍ଷ ହେବ ବୃଦ୍ଧା ବ୍ଲକ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ ହୋଇ ବସିଛନ୍ତି | କିନ୍ତୁ ଏ ପର୍ଯ୍ୟନ୍ତ ଭୁବନ ବ୍ଲକ ତାଙ୍କ ଗୁହାରି ଶୁଣି ନାହିଁ | ଚଳିତ ବର୍ଷ ମଧ୍ୟ ପୁଣିଥରେ ସେ ପକ୍କାଘର ପାଇଁ ଆବେଦନ କରିଛନ୍ତି କିନ୍ତୁ ଆଶା ନାହିଁ ଘର ମିଳିବ କି ନାହିଁ | ଚାଳ ଛପର କୁଡ଼ିଆରେ ବାସ କରୁଛନ୍ତି ବୃଦ୍ଧା ଫୁଲ ବେହେରା | ଘରେ କେତେ ବେଳେ ଖରା ପଡ଼ୁଛି ତ ଆଉ କେତେବେଳେ ବର୍ଷା | ଖଣ୍ଡିଏ ଜରି ପାଲ ପାଇଁ ନିକଟସ୍ଥ ଆରଆଇଙ୍କୁ ଜଣାଇଲେ ଯେ ଆରଆଇ ତାଙ୍କୁ ଖଣ୍ଡିଏ ଜରି ପାଲ ଦେଲେ | କିନ୍ତୁ ଏତେ ଛୋଟ ଜରିଟିଏ ଦେଲେ ଯେ ସମୁଦ୍ରକୁ ଶଙ୍ଖେ ଭଳି ଏପଟେ ଦେଲେ ସେପଟେ ଫାଙ୍କା ଫାଙ୍କା ହୋଇ ପଡ଼ୁଛି | ପକ୍କାଘର ପାଇଁ ଭୁବନ ବ୍ଲକ ଉର୍ନୟନ ଅଧିକାରୀ ଆୟୁଷି ମହାପାତ୍ର କହିଛନ୍ତି ଆମ୍ଭେ ଏହାର ଅନୁସନ୍ଧାନ ନିଶ୍ଚୟ କରିବୁ | ଯଦି ସେ ଯୋଗ୍ୟ ହୋଇଥିବେ ଆମ୍ଭେ ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତୋର୍ଦୟ ଗୃହ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଇବୁ | ନୂଆ ସରକାର ଲୋକଙ୍କ ସରକାର,ଏ ଅସହାୟ ଗରିବ ବିଧବା ବୃଦ୍ଧା ମହିଳାଙ୍କ ଦୁଃଖ କେବେ ବୁଝୁଛନ୍ତି ତାହା ଦେଖିବା କୁ ବାକି ରହିଲା |

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚଳିତ +୨ ବାର୍ଷିକ ପରୀକ୍ଷା-୨୦୨୫ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା 

masiha

ପଞ୍ଚାୟତ ସମିତି, ରାୟଗଡ଼ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ 

Sunil Chandra Nayak

ପ୍ରଥମ ଏଜୁକେସନ ଫୋୖଣ୍ଡସନ ତରଫ ରୁ ଦଶମ ଶ୍ରେଣୀ ଛାତ୍ରୀ ଙ୍କୁ ସାଟିଫିକେଟ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!