ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

 ରାଉରକେଲା ୫/୧୧, ସମଗ୍ର ଦେଶରେ ବନ୍ଦେ ମାତରଂ ଜାତୀୟ ସଙ୍ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୧୫୦ଟି ସ୍ଥାନରେ ଏହି ଉତ୍ସବ ଚଳିତ ମାସ ୭ ତାରିଖ ଦିନ ପାଳନ କରିବା ପାଇଁ ରାଷ୍ଟ୍ରୀୟ ସ୍ତରରେ ନିଷ୍ପତ୍ତି ନିଆଯାଇ ଥିବାବେଳ ଓଡ଼ିଶାରେ ୫ଟି ସ୍ଥାନରେ ଏହାକୁ ପାଳନ କରାଯିବ ବୋଲି ରାଉରକେଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ସମଗ୍ର ଦେଶର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି। ଓଡିଶାର ୫ଟି ସ୍ଥାନ ମଧ୍ୟରୁ ରାଉରକେଲା ଠାରେ ଏହା ପାଳନ କରାଯିବା ପାଇଁ ରାଜ୍ୟର ନିଷ୍ପତ୍ତି ଅନୁଯାୟୀ ଆଜି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ସେକ୍ଟର-୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ଦେ ମାତରଂ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ପରେଶ୍ ମିଶ୍ର ଏହି କାର୍ଯ୍ୟକ୍ରମ କିପରି ଆୟୋଜନ କରାଯିବ ତା ଉପରେ ଆଲୋକପାତ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପାଧ୍ୟକ୍ଷ ସରୋଜ କୁମାର ଦାସ ଓ ଦିଲୀପ କୁମାର ଦାଶ ତାଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ଆମ୍ବାଗାନ ଛକ ନିକଟସ୍ଥ ଗୁଣ୍ଡିଚା ମନ୍ଦିର ଛକ ଠାରେ ଦିବା ୧୦ଟା ୩୦ ସମୟରେ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ କେବଳ ଭାରତ ମାତାଙ୍କ ଫଟୋଚିତ୍ର ଓ ଜାତୀୟ ତ୍ରିରଙ୍ଗା ପତାକା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅକ୍ଷୟ କୁମାର ଦାଶ, ଅଭିରାମ ମହାକୁଡ, ଅଜୟ କଂଶରୀ, ପ୍ରଣତାପ ଦାସ, ସନ୍ତୋଷ କୁମାର ବିରାଟ, ମନୋଜ କୁମାର ପଟ୍ଟନାୟକ, ରମାକାନ୍ତ ଜେନା, ହଳଧର ମହାତୋ, ମଣ୍ଡଳ ସଭାପତି ବଟକୃଷ୍ଣ ନାୟକ, ମନୋଜ କୁମାର ସ୍ବାଇଁ, ପ୍ରଦୀପ କୁମାର ମହତୋ, ରଞ୍ଜିତା କିସ୍ପଟା, ପ୍ରତିମା ରାଉତ ଓ ପୂର୍ଣ୍ଣ ଚନ୍ଦ୍ର ଓରାମ, ନିନା ଷଡ଼ଙ୍ଗୀ , ନିରଞ୍ଜନ ପଟେଲ, ଭୁବନେଶ୍ୱର ବେହେରା, ରାଜେଶ ଜୈଶ୍ୱାଲ, ସହଦେବ, ପିତବାସ ସେନାପତି, ବିଶ୍ଵନାଥ ମହାନ୍ତି, ହିମାଂଶୁ ଚୌଧୁରୀ, ସତ୍ୟଭାମା ପାଣି, ଦିଲ୍ଲୀପ କୁମାର ସିଂ, ଲତିକା ବେହେରା, ପରମେଶ୍ବର ସେନାପତି, ଜେ ଏମ ଷଡ଼ଙ୍ଗୀ, ଅଜୟ କୁମାର ରାଉତଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ଉପସଭାପତି ଦିଲ୍ଲୀପ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶାରଳା ପରିବାରର ମା ଶାରଳାଙ୍କ ପୂଜା 

Sunil Chandra Nayak

ବରିଷ୍ଠ କଳାକାର ଙ୍କୁ ଅନ୍ତିମ ବିଦାୟ

masiha

ନର୍ଲା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!