ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ. ଅନ୍ତର୍ଗତ ବିନ୍ଧାଣୀ ଗ୍ରାମ (ଘିଭେଲା ପଡ଼ା) ଠାରୁ ସାନ ଡୁଙ୍ଗୁରିଗୁଡା ଯାଇଥିବା ରାସ୍ତା ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି I ଏହି ରାସ୍ତା ଦେଇ ପ୍ରତ୍ୟେହ ଶତାଧିକ ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ତେରେସିଙ୍ଗା ଗ୍ରା.ପ କାର୍ଯ୍ୟାଳୟ, ଆରଆଇ ଅଫିସ, ସ୍କୁଲ କଲେଜ, ବ୍ୟାଙ୍କ, ଡାକଘର କୁ ଯିବା ଆସିବା କରିବା ସହ ତେରେସିଂହା ପଞ୍ଚାୟତର ଗୋ-ପାଳନକାରୀ ମାନେ ସାନ ଡୁଙ୍ଗୁରିଗୁଡା ସ୍ଥିତ ଓମଫେଡ଼ କେନ୍ଦ୍ରକୁ ସକାଳେ ଓ ଅପରାହ୍ନରେ ଦୁଗ୍ଧ ଯୋଗାଇଥାନ୍ତି I ପୂର୍ବରୁ ଏହି ରାସ୍ତାର କିଛି ଅଂଶ କଂକ୍ରିଟ ହୋଇ ଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ଭାଙ୍ଗି ମଟାଲ ଉଠି ଗଲାଣି I ସମଗ୍ର ରାସ୍ତା ଖାଲଖମାରେ ଭରିଯାଇଛି I ବର୍ଷାକାଳରେ ଏହା ଚଳାଚଳ ଯୋଗ୍ୟ ନ ଥିବାରୁ ଅନେକ ଅଘଟଣ ଘଟୁଛି I ଏଣୁ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଜନସାଧାରଣରେ ଦାବି ହେଉଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନିର୍ମଳ ମୁଣ୍ଡା ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

Sunil Chandra Nayak

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

Sunil Chandra Nayak

ବନ୍ଧୁଗାଁରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ, ପଞ୍ଚାୟତ ମାନଙ୍କରେ ଗ୍ରାମସଭା

Sunil Chandra Nayak

Leave a Comment

error: Content is protected !!