ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

ଧାନ ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

ଡାବୁଗାଁ, ୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ଗାଦବାକତ୍ରା ଗ୍ରାମ ଠାରେ ଭିଏନଆର କମ୍ପାନୀ ତରଫରୁ ଧାନ ଫସଲ ସଫଳତାର କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ପାପଡାହାଣ୍ଡି, କୋଷାଗୁମୁଡା, ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ଡାବୁଗାଁ ବ୍ଲକ ର ବିହନ ବିକ୍ରେତା ମାନେ ଯୋଗଦେଇଥିଲେ | ସ୍ଥାନୀୟ ଧାନ ଚାଷୀ ପଦ୍ମ ଲୋଚନ ଅଗରିଆ ଓ ପ୍ରତାପ କୁର୍ମି ଙ୍କ ଧାନ ଜମିରେ ହୋଇଥିବା କମ୍ପାନୀର ହାଇବ୍ରୀଡ ଧାନ ଭିଏନଆର-୨୪୨୫ ପାୱାର ଓ ଭିଏନଆର ୨୨୫୩ କୁ ବିକ୍ରେତା ମାନେ ବୁଲି ଦେଖିଥିଲେ | ଏହି କାର୍ଯ୍ୟକ୍ରମ ରେ କମ୍ପାନୀ ର ନବରଙ୍ଗପୁର ଏରିଆ ସେଲ୍ସ ମ୍ୟାନେଜର ବିଶ୍ଵ ଭୂଷଣ ମହାକୁଲ ଓ ଟେରିଟୋରି ସେଲ୍ସ ମ୍ୟାନେଜର ଆଶିଷ କୁମାର ଗିରି ଯୋଗ ଦେଇ କହିଥିଲେ ଯେ ଏହି ହାଇବ୍ରିଡ ଧାନ ଅଧିକ ଉତ୍ପାଦନ ହେବ | ରୋଗ ଓ ପୋକ ପ୍ରତି ଅଧିକ ସହନଶୀଳତା ପ୍ରଦାନ କରେ | ଯାହା ଦ୍ୱାରା ଚାଷୀ ଭାଇ ମାନେ ଅଧିକ ମୂଲ୍ୟ ପାଇବେ | ଏହି ସଫଳତା ଦେଖି ସମସ୍ତ ବିହନ ବ୍ରିକ୍ରେତା ମାନେ ବେଶ ଖୁସି ହୋଇଥିଲେ | ଏଥିରେ ଡିଲର ସୁବ୍ରତ କୁମାର ସାହୁ ଓ ସୁଶାନ୍ତ ସାହୁ ଯୋଗ ଦେଇ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ | ଏଥିରେ କ୍ଷେତ୍ର କର୍ମଚାରୀ ତୁଷାରକାନ୍ତ ମିଶ୍ର, ମୁରଲୀଧର ନାୟକ, ବିଶ୍ଵରଞ୍ଜନ ମିଶ୍ର ଆଶିଷ କୁମାର ସାହୁ ଓ ପ୍ରମୁଖ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲା କ୍ଲଷ୍ଟର ପକ୍ଷରୁ ନିପୁଣ ଓଡିଶା ମେଳା

masiha

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ପରିସରରେ ରାଇରଙ୍ଗପୁର ଡାକ ଡିଭିଜନର ଦ୍ବିତୀୟ ସ୍ଥାପନା ଦିବସ ମହାସମାରୋହରେ ପାଳିତ     

Sunil Chandra Nayak

ଏକାମ୍ର କ୍ଷେତ୍ର- ଲିଙ୍ଗରାଜ ପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’, ଯୋଗଦେଲେ ମୁଖ୍ୟମନ୍ତ୍ରୀ 

Leave a Comment

error: Content is protected !!